ଜାବିଲ ସହ ସହଭାଗିତା ଘୋଷଣା କରିଛି ଭର୍ସା ନେଟ୍‌ୱର୍କସ୍


ଭୁବନେଶ୍ୱର : ସିକ୍ୟୋର୍ ଆକ୍‌ସେସ୍ ସର୍ଭିସ୍ ଏଜ୍ (ଏସ୍‌ଏଏସ୍‌ଇ) କ୍ଷେତ୍ରରେ ଏକ ଲିଡର୍ ଭର୍ସା ନେଟ୍‌ୱର୍କସ୍ ପକ୍ଷରୁ ଜାତୀୟ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସମର୍ଥନରେ ଏହାର ଅଗ୍ରଣୀ ଏସ୍‌ଡି-ୱାନ୍ ଆପ୍ଲାଏନ୍ସର ଉତ୍ପାଦନ ପାଇଁ ଆଜି ଗ୍ଲୋବାଲ ମାନୁଫ୍ୟାକ୍‌ଚରିଙ୍ଗ୍ ସଲ୍ୟୁସନ୍ସ ପ୍ରଦାତା ଜାବିଲ୍ ସହିତ ସହଭାଗିତା ଘୋଷଣା କରାଯାଇଛି । ଭର୍ସା ନେଟ୍‌ୱର୍କର ସିକ୍ୟୋର୍ ଏସ୍‌ଡି-ୱାନ୍ ହେଉଛି ଏକ ଟ୍ରାନ୍ସଫର୍ମେଟିଭ୍ ଟେକ୍ନୋଲୋଜି ଯାହା ଉପଭୋକ୍ତାଙ୍କୁ ସେମାନଙ୍କର ଆପ୍ଲିକେଶନଗୁଡିକ ସହିତ ସୁରକ୍ଷିତ ଭାବେ କନେକ୍ଟ କରୁଥିବା ଏକ ଭର୍ଚୁଆଲ ୱାନ୍ ଆର୍କିଟେକ୍‌ଚର ପ୍ରଦାନ କରି ଆଇଟି ଭିତିଭୂମି ନିୟନ୍ତ୍ରଣ ଓ ପରିଚାଳନାକୁ ସରଳ କରିଥାଏ । ଏକ ଏସ୍‌ଡି-ୱାନ୍ ସଲ୍ୟୁସନରେ ଏକ କଂଟ୍ରୋଲର୍ ଓ ଏକ ବ୍ରାଂଚ୍ ଡିଭାଇସ୍ ସାମିଲ ରହିଛି ଯାହାକୁ ଡାଟା ସେଂଟର୍ କିମ୍ବା କ୍ଲାଉଡ୍‌ରୁ ପରିଚାଳନା କରାଯାଇଥାଏ ଯେଉଁଠାରେ କଂଟ୍ରୋଲର୍ ନିୟୋଜିତ ହୋଇଥାଏ । ଜାବିଲ ଏହି ବ୍ରାଂଚ୍ ଡିଭାଇସ୍‌ଗୁଡିକ ଉପରେ – ବିଶେଷ କରି ୟୁନିଭର୍ସାଲ ବ୍ରାଂଚ୍ ସିପିଇ (କଷ୍ଟମର୍ ପ୍ରେମିସ୍ ଇକ୍ୱିପ୍‌ମେଂଟ୍‌) ଆପ୍ଲାଏନ୍ସେସ୍‌ର ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଥାଏ , ଯେଉଁଥିରେ ସିକ୍ୟୋର୍ ଏସ୍‌ଡି-ୱାନ୍ ସଫ୍ଟୱେୟାର୍ ସାମିଲ ଥାଏ ଏବଂ ଏହା ଭର୍ସା ସଲ୍ୟୁସନର ଅଂଶ ଭାବେ ଥାର୍ଡ ପାର୍ଟି ଭିଏନ୍‌ଏଫ୍‌ଗୁଡିକୁ ସପୋର୍ଟ କରିଥାଏ । ଭର୍ସା ବ୍ରାଣ୍ଡ ନାମରେ ଏହି ଡିଭାଇସ୍‌ଗୁଡିକୁ ସହଯୋଗୀ ଓ ଗ୍ରାହକଙ୍କ କ୍ରୟ ପାଇଁ ଡିଷ୍ଟ୍ରିବ୍ୟୁଟର୍‌ଙ୍କୁ ସିଧାସଳଖ ଜାବିଲ୍ ଦ୍ୱାରା ବିକ୍ରି କରାଯାଇଥାଏ ।
ଏସମ୍ପର୍କରେ ବର୍ଷା ନେଟ୍‌ୱର୍କରେ ରିଜିଓନାଲ ସେଲ୍ସ ଡାଇରେକ୍ଟର, ଇଣ୍ଡିଆ ଆଣ୍ଡ ସାର୍କ, ଅଭିଷେକ ଜୈନ କହିଛନ୍ତି, “ ଭର୍ସା ପାଇଁ ଭାରତ ୨ୟ ସର୍ବବୃହତ୍ ବଜାର ହେବା ସହିତ ସରକାରଙ୍କ ଅଭିଯାନ ସହ ଜଡିତ ହୋଇ ଚଳିତ ବର୍ଷ ଏହି କ୍ଷେତ୍ରରେ ଏକ ଉତ୍ପାଦନକାରୀ ନିଯୁକ୍ତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।” ସେହିପରି ପୁନେରେ ଜାବିଲର ପରିଚାଳନା ନିର୍ଦ୍ଦେଶକ ସୁନିଲ ନାୟକ କହିଛନ୍ତି, କ୍ଲାଉଡ୍‌, ଭର୍ଚୁଆଲାଇଜେଶନ, ଆଇଓଟି, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ମେଶିନ୍ ଲର୍ଣ୍ଣିଙ୍ଗ୍‌ର ବ୍ୟବହାର କ୍ଷେତ୍ରରେ ନିକଟରେ ହୋଇଥିବା ପରିବର୍ତନ ୱାନ୍ ଉଦ୍ୟୋଗ ଦେଇ ଅତିକ୍ରମ କରୁଥିବା ଡାଟା ଓ ଟ୍ରାଫିକ୍ ପରିମାଣରେ ବ୍ୟାପକ ବୃଦ୍ଧି ଘଟାଇଛି ଯାହାଫଳରେ ସଂସ୍ଥାଗୁଡିକ ପାଇଁ ନେଟ୍‌ୱର୍କିଙ୍ଗ୍ ଆହ୍ୱାନ ବୃଦ୍ଧି ହୋଇଛି । ଭର୍ସାର ସିକ୍ୟୋର୍ ଏସ୍‌ଡି-ୱାନ୍ ଟେକ୍ନୋଲୋଜି ଏହି ଆହ୍ୱାନଗୁଡିକ ପାଇଁ ବ୍ୟବସାୟଗୁଡିକୁ ସମାଧାନ ପ୍ରଦାନ କରୁଛି । ଗତ ଅଗଷ୍ଟ ମାସ ଆରମ୍ଭରେ ଉତ୍ପାଦନ ଆରମ୍ଭ ହେବା ଓ ବର୍ତମାନ ସୁଦ୍ଧା ୩ଟି ଉତ୍ପାଦ ଶୃଙ୍ଖଳା ଉତ୍ପାଦିତ ହେବା ସହିତ ଜାବିଲ୍‌ର ପୁନେସ୍ଥିତ ଉତ୍ପାଦନ କାରଖାନା ବର୍ତମାନ ସ୍ଥାନୀୟ ଲୋକମାନଙ୍କୁ ୮୦ରୁ ଅଧିକ ନିଯୁକ୍ତି ପ୍ରଦାନ କରିଛି । ପ୍ରତି ଶିକ୍ଷା ବର୍ଷରେ ଜାବିଲ୍ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ବିଭିନ୍ନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।


Share It

Comments are closed.