ଏୟାରଟେଲ ଏବଂ ଭେରିଜନ ପକ୍ଷରୁ ନୂଆ ବ୍ଲୁ ଜୀନ୍ସ ଭିଡିଓ କନଫରେନ୍ସିଙ୍ଗ ସମାଧାନ


ଭୁବନେଶ୍ୱର: ଭାରତୀ ଏୟାରଟେଲ ଏବଂ ବିଶ୍ୱର ସର୍ବବୃହତ ଯୋଗାଯୋଗ କମ୍ପାନୀଗୁଡିକ ମଧ୍ୟରୁ ଅନ୍ୟତମ ଭେରିଜନ ପକ୍ଷରୁ ଭାରତରେ ବ୍ୟବସାୟୀମାନଙ୍କ ପାଇଁ ସୁରକ୍ଷିତ ତଥା ଉଚ୍ଚକୋଟୀର ଭିଡିଓ କନଫରେନ୍ସିଙ୍ଗ ସମାଧାନ ନେଇ ଆଣିବା ଲାଗି ଏକ ରଣନୈତିକ ଚୁକ୍ତିର ଘୋଷଣା କରାଯାଇଛି । ଏହି ସହବନ୍ଧିତାର ଅଂଶୀଦାର ଭାବେ ଏୟାରଟେଲ ଭାରତରେ ଥିବା ଉଦ୍ୟୋଗୀ ଗ୍ର୍ରାହକମାନଙ୍କୁ ଏହାର ଏୟାରଟେଲ ବ୍ଲୁ ଜୀନ୍ସ ସେବା ଅଧିନରେ ସୁରକ୍ଷିତ ଉଦ୍ୟୋଗ ସ୍ତରର ଭିଡିଓ କନଫରେନ୍ସିଙ୍ଗ ସମାଧାନ ଯେଗାଇଦେବ । ଏହା ଲୋକମାନଙ୍କୁ ମୋବାଇଲ, ଡେସ୍କଟପ, ବ୍ରାଉଜର ଏବଂ କନଫରେନ୍ସ ରୁମ ଜରିଆରେ ଯୋଗାଯୋଗ ଏବଂ ସହଯୋଗ କରିବାରେ ସହାୟକ ହୋଇଥାଏ । ଲୋକମାନଙ୍କୁ ସରଳ, ଦୀର୍ଘସ୍ଥାୟୀ ଏବଂ ବିଶ୍ୱସନୀୟ ସମାଧାନ ଯୋଗାଇଦେବା ସହ ବ୍ୟାଙ୍କ, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟ ସଂଗଠନଗୁଡ଼ିକର କଠୋର ସୁରକ୍ଷା ଆବଶ୍ୟକତା ଗୁଡ଼ିକୁ ପୂରଣ କରିବାରେ ଏହା ସକ୍ଷମ ।
ଏଥିରେ ଭାରତର ଏକ କ୍ଲାଉଡ ପଏଂଟ ଅନ୍ତର୍ଭୁକ୍ତ ରହିଛି, ଯାହାକି ଭାରତ ଭିତିକ ଗ୍ରାହକମାନଙ୍କ ପାଇଁ ନିମ୍ନ ଅନ୍ତର୍ନିହିତତା ଏବଂ ଉନ୍ନତ ଗୁଣବତାକୁ ସେବାକୁ ସୁନିଶ୍ଚିତ କରାଇବ । ଏୟାରଟେଲ ବ୍ଲୁ ଜୀନ୍ସ ଏକ ସମନ୍ୱିତ ଅଡିଓ ସମାଧାନ ପ୍ରଦାନ କରିବ ଯାହାକି ଏହାର ଗ୍ରାହକମାନଙ୍କୁ ବୈଠକରେ ଯୋଗଦେବା ପାଇଁ ଏକ ସୁବିଧାଜନକ ଡାଇଲ-ଇନ ବିକଳ୍ପ ପ୍ରଦାନ କରିଥାଏ । ବ୍ଲୁ ଜୀନ୍ସର ଉଦ୍ୟୋଗୀ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେରେ ମିଟିଙ୍ଗ ଲକ, ସୁରକ୍ଷିତ ସଂଚାରଣ ଏବଂ ଷ୍ଟୋରେଜ, ରାଣ୍ଡମାଇଜଡ ମିଟିଙ୍ଗ ଆଇଡି, ଫ୍ରଡ ଡିଟେକ୍ସନ ଭଳି ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ ରହିଛି । ପ୍ରାରମ୍ଭିକ ଭାବେ ଏହି ଚୁକ୍ତି ବ୍ଲୁ ଜୀନ୍ସ ମିଟିଙ୍ଗ, ବ୍ଲୁ ଜିନ୍ସ ଇଭେଂଟ, ବ୍ଲୁ ଜୀନ୍ସ ରୁମ୍‌ସ ଏବଂ ମାଇକ୍ରୋସଫ୍ଟ ଟିମ ପାଇଁ ବ୍ଲୁ ଜୀନ୍ସ ଗେଟୱେକୁ ଅନ୍ତର୍ଭୁକ୍ତ କରିବ ।
ଏହା ସମ୍ପର୍କରେ ଭେରିଜନର ସିଇଓ ଶ୍ରୀ ହନ୍‌ସ ଭେଷ୍ଟବର୍ଗ କହିଛନ୍ତି ଯେ, “ଏହି ୱର୍କ ଫ୍ରମ ହୋମ ଅବଧିରେ ଏବଂ ଆଗକୁ ମଧ୍ୟ ଅଧିକ ଭାରତୀୟ ସଂଗଠନଗୁଡ଼ିକୁ ଆମର ଶ୍ରେଷ୍ଠ ବର୍ଗର ଯୋଗାଯୋଗ ଉତ୍ପାଦରୁ ଲାଭାନ୍ୱିତ ହେବାରେ ସାହାଯ୍ୟ କରିବା ପାଇଁ ଏୟାରଟେଲ ସହିତ ସହବନ୍ଧିତ ହୋଇ ବେଶ ଗର୍ବିତ ।” ସେହିଭଳି “ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ଏୟାରଟେଲ ବ୍ଲୁ ଜୀନ୍ସ ସମାଧାନ ନେଇ ଆସିବା ଲାଗି ଭେରିଜନ ସହ ସହବନ୍ଧିତ ହୋଇ ଆମେ ବେଶ ଆନନ୍ଦିତ ।” ବୋଲି ଭାରତୀ ଏୟାରଟେଲର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଗୋପାଲ ଭିଟଲ କହିଛନ୍ତି ।


Share It

Comments are closed.