ରାଶି ପରିବର୍ତ୍ତନ କରିବେ ଶୁକ୍ର ,ଏହି ତିନି ରାଶି ରୁହନ୍ତୁ ସାବଧାନ!


ଜୁଲାଇ ୭ ତାରିଖ ଦିନ ଅର୍ଥାତ୍ ଶୁକ୍ରବାର ଦିନ ଶୁକ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଶୁକ୍ର ବର୍ତ୍ତମାନ କର୍କଟ ରାଶିରେ ଅଛନ୍ତି କିନ୍ତୁ ଜୁଲାଇ ୭ ତାରିଖରେ ଶୁକ୍ର କର୍କଟ ରାଶିରୁ ଯାଇ ସିଂହ ରାଶିରେ ଚଳନ କରିବେ। ଶୁକ୍ରଙ୍କୁ ଧନ ଓ ବିଳାସର କାରଣ କୁହାଯାଏ। ଶୁକ୍ର ସିଂହ ରାଶିକୁ ଚଳନ କଲେ ଏ-ହି ତିନୋଟି ରାଶି ଉପରେ ବଡ଼ ପ୍ରଭାବ ପଡିବାକୁ ଯାଉଛି । ସେମାନଙ୍କ କ୍ୟାରିୟରରେ ଉତ୍ଥାନ ପତନ ଦେଖାଦେବ ସହ ବୈବାହିତ ଜୀବନରେ ଦୁଃଖ ମାଡି ଆସିବ । ଏହାସହ ଆପଣଙ୍କ ଜୀବନରେ କଳା ଅନ୍ଧାର ଘୋଟି ଆସିବ । ତେବେ, ଆସନ୍ତୁ ଜାଣିବା ସେହି ତିନି ରାଶି ବିଷୟରେ…

ଏହି ତିନି ରାଶିର ଲୋକେ ରୁହନ୍ତୁ ସାବଧାନ୍!

ମୀନ ରାଶି: ଜୁଲାଇ ୭ରେ ଶୁକ୍ର ରାଶି ପରିବର୍ତ୍ତନ କରିବେ। ଯାହାର ପ୍ରଭାବ ମୀନ ରାଶିର ଲୋକଙ୍କ ଉପରେ ପଡିବାକୁ ଯାଉଛି। ଜୁଲାଇ ୭ରୁ ଏମାନଙ୍କର ଖରାପ ସମୟ ଆରମ୍ଭ ହେବ। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ ଆପଣ ବଡ଼ ଦୁର୍ଘଟଣାର ସାମ୍ନା କରିପାରନ୍ତି। ଏହି ସମୟ ମଧ୍ୟରେ ଆପଣ କୌଣସି କୋଟ କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଆପଣ ଦୁର୍ବଳ ହୋଇପାରନ୍ତି । ଧାର କରଜରେ ଆପଣ ବୁଡି ରହିବେ। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହିତ ଆପଣଙ୍କର ଯୁକ୍ତିତର୍କ କିମ୍ବା କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ଆପଣଙ୍କ ସାଥୀଙ୍କ ସହିତ ଆପଣଙ୍କର ମନୋମାଳିନ୍ୟ ହୋଇପାରେ । ଗତ କିଛି ଦିନ ଧରି ଆପଣଙ୍କର ଶାରୀରିକ ପିଡା ଦେଖାଦେଇପାରେ। ଆୟ ତୁଳନାରେ ଖର୍ଚ୍ଚରେ ହଠାତ୍ ବୃଦ୍ଧି ହୋଇପାରେ। ଏବଂ ଏହି ସମୟରେ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ନଚେତ ଆପଣଙ୍କ ମିତ୍ର ମାନେ ବି ଶତ୍ରୃ ହୋଇପାରନ୍ତି।

ମକର ରାଶି: କଠିନ ପରିଶ୍ରମ କଲେ ମଧ୍ୟ ଆପଣଙ୍କୁ ଏହାର ଉପଯୁକ୍ତ ଫଳ ମିଳିବ ନାହିଁ। ନିଜ କ୍ୟାରିୟକୁ ନେଇ ଆପଣ ଚିନ୍ତିତ ରହିବେ । ହେବାକୁ ଥିବା କାମ ମଧ୍ୟ ଅଟକି ଯିବ। ଅନେକ ଆକସ୍ମିକ ଘଟଣା ଆପଣଙ୍କ ସହ ଘଟିପାରେ। ବ୍ୟବସାୟରେ ବଡ କ୍ଷତି ସହିପାରନ୍ତି। ଏହି ଅବଧି ମଧ୍ୟରେ ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ ଆପଣଙ୍କୁ ବିରାଟ କ୍ଷତି ସହିବାକୁ ପଡିବ। ଛୋଟ ମୋଟ କଥାକୁ ନେଇ ଆପଣ ଆଇନର ଜାଲରେ ଫସି ପାରନ୍ତି । କୋର୍ଟ କଚେରୀମାମଲାରେ ଆପଣଙ୍କ ପିଛା ଛାଡିବ ନାହିଁ। କାର୍ଯ୍ୟାଳୟରେ ଆପଣଙ୍କର ହେବାକୁ ଥିବା ପଦୋନ୍ନତି ମଧ୍ୟ ଅଟକି ଯିବ। ନିଜର ବ୍ୟକ୍ତିଗତ କଥାକୁ ଆପଣ କାହା ସହ ସେୟାର କରନ୍ତୁ ନାହିଁ । ନଚେତ ଏହା ଆପଣଙ୍କୁ ଆଗକୁ ବଡ ସମସ୍ୟାରେ ପକାଇପାରେ। ପାରିବାରିକ ସମସ୍ୟା ଉପୁଜିପାରେ। ଘରେ ଅନବରତଃ କଳହ ଲାଗି ରହିବ। ତେଣୁ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ।

ବିଛା ରାଶି: ଶୁକ୍ର ସିଂହ ରାଶିରେ ପ୍ରବେଶ କଲେ ଏହି ରାଶିର ଲୋକଙ୍କର ଅଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଆର୍ଥିକ କ୍ଷେତ୍ରରେ ଆପଣ ଦୁର୍ବଳ ହୋଇ ପାରନ୍ତି । ଘରେ ବିନା କାରଣରେ ଅଶାନ୍ତି ଲାଗି ପାରେ। ଏବଂ ଏହି ସମୟରେ ଆପଣଙ୍କ କାର୍ଯ୍ୟାଳୟରେ ଆପଣଙ୍କର ନିଜ ସହକର୍ମୀଙ୍କ ସହ କୌଣସି କାରଣକୁ ନେଇ ମତଭେଦ ଦେଖାଦେଇପାରେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ,ତେଣୁ ବାହାରେ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଆପଣ ଯେଉଁ ମାନଙ୍କୁ ଅଧିକ ବିଶ୍ବାସ କରନ୍ତି ,ସେମାନେ ଆପଣଙ୍କ ସହ ବିଶ୍ୱାସଘାତକତା କରିପାରନ୍ତି। ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଏହି ସମୟରେ କୌଣସି ଆର୍ଥିକ ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ ।


Share It

Comments are closed.