ବେଦାନ୍ତ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷରେ ୪୫୦ କୋଟି ଟଙ୍କାର ସର୍ବବୃହତ୍ ଷ୍ଟକ୍ ବିକଳ୍ପର ଶୁଭାରମ୍ଭ

Share It

ଭୁବନେଶ୍ୱର: ଦେଶର ଅଗ୍ରଣୀ କ୍ରିଟିକାଲ୍ ମିନେରାଲ୍‌, ଧାତବ, ତୈଳ ଓ ଗ୍ୟାସ୍ ଓ ପ୍ରଯୁକ୍ତି କମ୍ପାନି ବେଦାନ୍ତ ଗ୍ରୁପ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷରେ ୪୫୦ କୋଟି ଟଙ୍କାର କର୍ମଚାରୀ ଷ୍ଟକ୍ ବିକଳ୍ପ ସ୍କିମ୍ (ଇଏସ୍‌ଓଏସ୍‌) ଜାରି କରି ଅନ୍ତର୍ଭୁକ୍ତୀକରଣ ସମ୍ପତି ସୃଷ୍ଟିରେ ନୂତନ ମାନଦଣ୍ଡ ନିର୍ଧାରଣ କରାଯାଇଛି। କମ୍ପାନିର ବରିଷ୍ଠ ନେତୃତ୍ୱ କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଏଂଟ୍ରି ସ୍ତରର ପ୍ରଫେସନାଲଙ୍କ ପର୍ଯ୍ୟନ୍ତ ଅତ୍ୟନ୍ତ ଗଣତାନ୍ତ୍ରିକ ଉପାୟରେ ଷ୍ଟକ୍ ବିକଳ୍ପ ଜାରି କରାଯାଇଛି।
ଶିଳ୍ପରେ ଷ୍ଟକ୍ ବିକଳ୍ପଗୁଡ଼ିକ ମୁଖ୍ୟତଃ ସିଏକ୍ସଓ ଓ ବରିଷ୍ଠ ଅଧିକାରୀମାନଙ୍କ ପାଇଁ ସଂରକ୍ଷିତ ରଖାଯାଉଥିବା ବେଳେ ବେଦାନ୍ତର ଆଭିମୁଖ୍ୟ ବେଶ୍ ଅନ୍ତର୍ଭୁକ୍ତୀକରଣ ଭିତିକ। କେତେକ ବିଶ୍ୱସ୍ତରୀୟ କମ୍ପାନି ଓ ଭାରତୀୟ ୟୁନିକର୍ଣ୍ଣ ଏହା ଉପରେ ପରୀକ୍ଷଣ ଆରମ୍ଭ କରିଥିବା ବେଳେ ସେମାନେ ଜାରି କରୁଥିବା ଷ୍ଟକ୍ ବିକଳ୍ପ ଫ୍ରେସରମାନଙ୍କ ପାଇଁ ସୀମିତ। କିନ୍ତୁ ବେଦାନ୍ତ ଏହାର ଷ୍ଟକ୍ ବିକଳ୍ପ ସ୍କିମ୍‌କୁ ୨୦ ବର୍ଷ ଧରି ପ୍ରଦାନ କରୁଛି ଯାହା କମ୍ପାନିର କର୍ମଚାରୀମାନଙ୍କ ମଧ୍ୟରେ ମାଲିକାନା ଭାବ ଜାଗ୍ରତ କରିବାରେ ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ଦର୍ଶାଉଛି। ମାତ୍ର ୫ ବର୍ଷରେ ଇକ୍ୱିଟି ପ୍ରଦାନରେ ୮୦%ରୁ ଅଧିକ ବୃଦ୍ଧି ଘଟିଛି।
କର୍ମଚାରୀ ଷ୍ଟକ୍ ବିକଳ୍ପ ହେଉଛି ଏକ ପ୍ରକାର କର୍ମଚାରୀ ଲାଭ ପ୍ଲାନ୍ ଯାହା ସେମାନଙ୍କୁ କମ୍ପାନିର ସେୟାରକୁ ବିପୁଳ ରିହାତିରେ କିଣିବାର ସୁଯୋଗ ପ୍ରଦାନ କରୁଛି। ଏହାକୁ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ଭାବେ ବିଚାର କରାଯାଉଥିବା ବେଳେ ସଂପତି ସୃଷ୍ଟିରେ ଏହା ସହାୟକ ହେଉଛି।
ବେଦାନ୍ତର ସଂସ୍ଥା ବାଲ୍‌କୋରେ ମଧ୍ୟମ ମାନବ ସମ୍ବଳ ପ୍ରଫେସନାଲ ଭାବେ କାର୍ଯ୍ୟ କରୁଥିବା ମୁକେଶ ସରାଫ କହିଛନ୍ତି ଯେ, “ମୋ ପରିବାର ପାଇଁ ଏକ ଘର କରିବାରେ ଷ୍ଟକ ବିକଳ୍ପ ସ୍କିମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହା ଆର୍ଥିକ ଲାଭଠାରୁ ଅଧିକ ହୋଇଥିବା ବେଳେ ଏହା ହେଉଛି ବିଶ୍ୱାସ ଓ ସହଯୋଗିତାର ପ୍ରତୀକ ଯାହା ବେଦାନ୍ତ ଏହାର କର୍ମଚାରୀଙ୍କୁ ପ୍ରଦାନ କରାଯାଉଛି।”
କେର୍ଣ୍ଣ ଆଣ୍ଡ୍ ଅଏଲ୍ ଗ୍ୟାସ୍‌, ବାର୍‌ମର୍‌ର ଲିଡ୍ ପ୍ରୋଜେକ୍ଟ ସେଫ୍‌ଟି ଶିବମ କୁମାର କହିଛନ୍ତି ଯେ, “ଷ୍ଟକ୍ ବିକଳ୍ପ ସ୍କିମ୍‌କୁ ଧନ୍ୟବାଦ। ଏହା ଜରିଆରେ ମୁଁ ମୋ ସାନ ଭାଇକୁ ଭାରତର ଅନ୍ୟତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜରେ ପାଠପଢ଼ାଇପାରିଛି, ମୋର ପ୍ରଫେସନାଲ ଅଭିବୃଦ୍ଧିରେ ନିବେଶ କରିଛି ଏବଂ ମୋ ଅଭିଭାବକଙ୍କୁ ସହାୟତା କରିପାରିଛି। ଏହା କେବଳ ଆର୍ଥିକ ଶକ୍ତୀକରଣ ପ୍ରଦାନ କରୁନାହିଁ ବରଂ ମାଲିକାନାର ଏକ ଗଭୀର ଭାବ ଏବଂ ବେଦାନ୍ତ ପରିବାରର ଘନିଷ୍ଠ ଭାବ ପ୍ରଦାନ କରୁଛି।”
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ବିଜନେସ ପାର୍ଟନର ମ୍ୟାନେଜମେଟ୍ ମୁଖ୍ୟ ମମତା ଭଗତ ଏକ ଜମିରେ ନିବେଶ କରି ନିଜ ପରିବାରର ଭବିଷ୍ୟତ ସୁରକ୍ଷିତ ରଖିପାରିଛି। ମୁଁ ଷ୍ଟକ୍ ବିକଳ୍ପକୁ ବ୍ୟବହାର କରି ମୋ ମାଙ୍କ ଘର ନିକଟରେ ଏକ ଜମି କିଣିଛି। କର୍ମଚାରୀ ଷ୍ଟକ୍ ବିକଳ୍ପ ସ୍କିମ୍ ମୋତେ କେବଳ ଆର୍ଥିକ ସୁବିଧା ପ୍ରଦାନ କରିନାହିଁ, ବରଂ ବଡ଼ ସ୍ୱପ୍ନ ଦେଖିବାର ବିଶ୍ୱାସ ପ୍ରଦାନ କରିଛି। ଲୋକମାନଙ୍କୁ ପ୍ରକୃତରେ ସଶକ୍ତ କରୁଥିବା ଏକ ସଂଗଠନର ଅଂଶ ହୋଇ ମୁଁ ଗର୍ବିତ ମନେ କରୁଛି।”
ସେହିପରି, ବେଦାନ୍ତର କେର୍ଣ୍ଣ ଆଣ୍ଡ ଗ୍ୟାସ୍‌ରେ ଲିଗାଲ୍‌ର ଡେପୁଟି ଜେନେରାଲ୍ କାଉନ୍‌ସେଲ୍ ଭାବେ କାର୍ଯ୍ୟ କରୁଥିବା ନେହା ଗୁପ୍ତା ନିଜ ଶିଶୁଙ୍କ ପାଇଁ ପାଣ୍ଠି ଗଠନ କରିଛନ୍ତି। ସେ କହିଛନ୍ତି ଯେ ଜଣେ କର୍ମଜୀବୀ ମହିଳା ଭାବେ ଷ୍ଟକ୍ ବିକଳ୍ପ ମୋତେ ମୋ ଶିଶୁର ଭବିଷ୍ୟତ ପାଇଁ କିଛି ମୂଲ୍ୟବାନ ଗଠନ କରିବାର ବିଶ୍ୱାସ ପ୍ରଦାନ କରିଛି। ଏହା ହେଉଛି ଏକ ବହୁତ ଭଲ ପଦକ୍ଷେପ ଯାହା ଦୀର୍ଘକାଳୀନ ସଂପତି ସୃଷ୍ଟି ପାଇଁ ଲୟାଲ୍‌ଟିରେ ପରିଣତ କରିଛି।”


Share It

Comments are closed.