ବେଦାନ୍ତ ଲିମିଟେଡ୍ ପକ୍ଷରୁ ଗତ ଦଶନ୍ଧିରେ ରାଜକୋଷକୁ ୪.୫ ଲକ୍ଷ କୋଟି ଟଙ୍କା ପ୍ରଦାନ; ୨୦୨୪-୨୫ରେ ୫୫,୩୪୯ କୋଟି ଟଙ୍କା
ଭୁବନେଶ୍ୱର: ବେଦାନ୍ତ ଲିମିଟେଡ୍ ପକ୍ଷରୁ ବାର୍ଷିକ ଟିକସ ସ୍ୱଚ୍ଛତା ରିପୋର୍ଟର ଦଶମ ସଂସ୍କରଣକୁ ଉନ୍ମୋଚନ କରାଯାଇଛି। କମ୍ପାନି ପକ୍ଷରୁ ଏହାର ଘରୋଇ ଓ ଅନ୍ତର୍ଜାତୀୟ କାରବାର ପାଇଁ ୨୦୧୫-୧୬ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଗତ ଦଶନ୍ଧିରେ ରାଜକୋଷକୁ ୪,୪୮,୮୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କେବଳ ୨୦୨୪-୨୫ରେ ବେଦାନ୍ତ ପକ୍ଷରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ, ରୟାଲ୍ଟି, ଲାଭାଂଶ ଓ ଅନ୍ୟାନ୍ୟ ବୈଧାନିକ ଦେୟ ଆକାରରେ ୫୫,୩୪୯ କୋଟି ଟଙ୍କା ଦିଆଯାଇଛି ଯାହା ରାଜସ୍ୱର ୩୭ ପ୍ରତିଶତ। ସେଥିରୁ ୫୪,୫୯୫ କୋଟି ଟଙ୍କା ଭାରତ ସରକାରଙ୍କ ରାଜକୋଷକୁ ଦିଆଯାଇଛି।
ଭାରତରେ ବେଦାନ୍ତ ୧୫ଟି ରାଜ୍ୟରେ ବ୍ୟବସାୟ କରୁଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ଥାନ କାର୍ଯ୍ୟକ୍ଷେତ୍ର ପାଇଁ ୨୫,୪୩୬ କୋଟି ଟଙ୍କା, ଓଡ଼ିଶା କାର୍ଯ୍ୟକ୍ଷେତ୍ର ପାଇଁ ୯,୧୭୬ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍ ଭାରତ ସରକାର ଓ ସମସ୍ତ ଅଂଶୀଦାରଙ୍କୁ କମ୍ପାନି ଉପରେ ଭରସା ପାଇଁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ,“ଆମେ ଯାହା କରୁଛୁ ତାହାର ମୂଳରେ ରହିଛି ରାଷ୍ଟ୍ର ନିର୍ମାଣ। ଦେଶର ଭିତିଭୂମି ନିର୍ମାଣରେ ଆମ ଖଣିଜ, କାଂଚାମାଲ ଓ ଶକ୍ତି ବ୍ୟାପକ ଭାବେ ବ୍ୟବହାର ହେଉଛି। ଭାରତର ଅଗ୍ରଣୀ ଖଣି, ଧାତବ ଓ ପ୍ରାକୃତିକ ସମ୍ବଳ କମ୍ପାନି ଭାବେ ଆମେ ନିଜକୁ ନୂଆ ଯୁଗର ଉଭୟ ହିତାଧିକାରୀ ଓ ସକ୍ଷମକାରୀ ଭାବେ ଦେଖୁଛୁ।”
୨୦୨୪-୨୫ରେ କମ୍ପାନି ପକ୍ଷରୁ ଆୟ ଓ ପୁଞ୍ଜି ଉପରେ ଟିକସ, ସରକାରୀ ରୟାଲ୍ଟି ଓ ଅନ୍ୟାନ୍ୟ ଟିକସ ଆକାରରେ ୨୪,୬୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ବେଦାନ୍ତ ପରୋକ୍ଷ ଟିକସ ଆକାରରେ ୨୭,୦୮୧ କୋଟି ଟଙ୍କା ଦେଇଥିବା ବେଳେ ଭାରତ ସରକାରଙ୍କୁ ୩,୬୧୯ କୋଟି ଟଙ୍କାର ଲାଭାଂଶ ଦେଇଛି। ରିପୋର୍ଟ ଅନୁସାରେ ଏହାର ଜିଙ୍କ ଡିଭିଜନ ୨୦୨୪-୨୫ରେ ସର୍ବାଧିକ ୧୯,୩୫୯ କୋଟି ଟଙ୍କା ପ୍ରଦାନ କରିଛି। ଆଲୁମିନିୟମ ବ୍ୟବସାୟ ୧୨,୩୫୦ କୋଟି ଟଙ୍କା ଏବଂ ତୈଳ ଓ ଗ୍ୟାସ୍ ବ୍ୟବସାୟ ୧୦,୧୯୫ କୋଟି ଟଙ୍କା ଦେଇଛି।
ହିନ୍ଦୁସ୍ତାନ ଜିଙ୍କର ଅଧ୍ୟକ୍ଷା ଓ ବେଦାନ୍ତ ଲିମିଟେଡ୍ର ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶିକା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି ଯେ, “ବେଦାନ୍ତରେ ଆମର ପ୍ରଶାସନ ଉପରେ ଦୃଢ଼ ଗୁରୁତ୍ୱ ରହିଛି। ଇଏସଜିର ଜିକୁ ସାଧାରଣତଃ କମ୍ ଧ୍ୟାନ ଦିଆଯାଇଥାଏ, କିନ୍ତୁ ତାହା ହେଉଛି ସ୍ଥାୟୀ ବ୍ୟବସାୟର ମୂଳଦୁଆ। ସ୍ୱଚ୍ଛତାକୁ ନିଶ୍ଚିତ କରୁଥିବା, ମୂଲ୍ୟବୋଧ ସହ ଜଡ଼ିତ ଥିବା ଏବଂ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଥିବା ଅଭ୍ୟାସ ପ୍ରତି ଆମେ ଗଭୀର ଭାବେ ପ୍ରତିବଦ୍ଧ ରହିଛୁ। ଲଗାତାର ଦଶମ ବର୍ଷ ପାଇଁ ଏହି ରିପୋର୍ଟ ପ୍ରକାଶ କରିବା ଏକ ଅନୁପାଳନ ଅଭ୍ୟାସ ଭାବେ ପ୍ରଶାସନ ଉପରେ ଆମର ବିଶ୍ୱାସକୁ କେବଳ ପ୍ରତିଫଳିତ କରୁନାହିଁ, ବରଂ କର୍ପୋରେଟ ନାଗରିକତ୍ୱର ମଳଦୁଆ ପାଲଟିଛି।”
କମ୍ପାନି ସ୍ୱେଚ୍ଛାକୃତ ଭାବେ ଗତ ୧୦ ବର୍ଷ ଧରି ଟିକସ ସ୍ୱଚ୍ଛତା ରିପୋର୍ଟ ଜାରି କରୁଛି। ଏହା କମ୍ପାନିର ଟିକସ ଋଣନୀତି, ପ୍ରଶାସନିକ ବ୍ୟବସ୍ଥା ଓ ଦେଶ ଭିତିକ ଯୋଗଦାନର ଏକ ବ୍ୟାପକ ଚିତ୍ର ପ୍ରଦାନ କରୁଛି।ବି ଟି ରେସପନସିବଲ ଟ୍ୟାକ୍ସ ପ୍ରିନସିପଲ ଓ ଇଆଇଟିଆଇରୁ ଏହା ଅନୁପ୍ରାଣିତ ହୋଇଛି।
Comments are closed.