ବେଦାନ୍ତ ଲିମିଟେଡ୍‌ର ୩ୟ ତ୍ରୈମାସିକରେ ଟିକସ ପରବର୍ତୀ ଲାଭ ୭୦% ବୃଦ୍ଧି ପାଇ ୪୮୭୬ କୋଟି

Share It

ଭୁବନେଶ୍ୱର: ବେଦାନ୍ତ ଲିମିଟେଡ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନିର ଟିକସ ପରବର୍ତୀ ଲାଭ ବାର୍ଷିକ ଭିତିରେ ୭୦ ପ୍ରତିଶତ ବୃଦ୍ଧି ପାଇ ୪୮୭୬ କୋଟି ଟଙ୍କା ହୋଇଛି। ଇବିଆଇଟିଡିଏ୍ ୩୦ ପ୍ରତିଶତ ବୃଦ୍ଧି ଦହ ୧୧,୨୮୪ କୋଟି ଟଙ୍କା ହୋଇଛି। କମ୍ପାନିର ରାଜସ୍ୱ ପରିମାଣ ତ୍ରୈମାସିକ ଭିତରେ ୪ ପ୍ରତିଶତ ଓ ବାର୍ଷିକ ଭିତିରେ ୧୦ ପ୍ରତିଶତ ବୃଦ୍ଧି ପାଇ ୩୮,୫୨୬ କୋଟି ଟଙ୍କା ହୋଇଛି। କମ୍ପାନିର ନିଟ୍ ଋଣ ଏହି ତ୍ରୈମାସିକରେ ୫୭୩୫୮ କୋଟି ଟଭ୍‌କା ରହିଛି। ନଗଦ ପରିମାଣ କିନ୍ତୁ ୬୬ ପ୍ରତିଶତ ବୃଦ୍ଧି ପାଇ ୬୭୬୬ କୋଟି ଟଙ୍କା ରହିଛି। କ୍ରିସିଲ୍ ପକ୍ଷରୁ କମ୍ପାନିର ରେଟିଂକୁ ଏଏ ମାଇନସ୍‌ରୁ ଉନ୍ନୀତ କରି ଏଏ କରାଯାଇଛି।
୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ବେଦାନ୍ତ ଲିମିଟେଡ୍‌ର ଆଲୁମିନିୟମ୍ ଉତ୍ପାଦନ ବାର୍ଷିକ ଭିତିରେ ୨ ପ୍ରତିଶତ ବୃଦ୍ଦି ପାଇ ୬୧୩ କେଟି ହୋଇଥିବା ବେଳେ ଆଲୁମିନା ଉତ୍ପାଦନ ୭ ପ୍ରତିଶତ ବୃଦ୍ଧି ପାଇଛି। ଜିଙ୍କ ଇଣ୍ଡିଆର ସିଓପି ଗତ ୧୫ ତ୍ରୈମାସିକ ମଧ୍ୟରେ ସର୍ବନିମ୍ନ ହୋଇଛି। ଜିଙ୍କ ଇଂଟରନ୍ୟାସନାଲର ଖଣିଜ ଉତ୍ପାଦନ ୧୨ ପ୍ରତିଶତ ବୃଦ୍ଧି ସହ ୪୬ କେଟି ହୋଇଛି। ଜିଙ୍କ ଇଂଟରନ୍ୟାସନାଲ୍‌ର ସିଓପି ୭ ବର୍ଷରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ପିଗ୍ ଆଇରନ୍‌ୂ ଉତ୍ପାଦନ ବାର୍ଷିକ ଭିତିରେ ୭ ପ୍ରତିଶତ ବୃଦ୍ଧି ପାଇ ୨୧୭ କେଟି ହୋଇଛି। ବିକ୍ରିଯୋଗ୍ୟ ଲୁହାପଥର ଉତ୍ପାଦନ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ପାଇ ୧.୫ ନିୟୁତ ଟନ୍ ହୋଇଛି। ଇସ୍ପାତ ଉତ୍ପାଦନ ୩୨୯ କେଟି ହୋଇଥିବା ବେଳେ କପର (ତମ୍ବା) କ୍ୟାଥୋଡ୍ ଉତ୍ପାଦନ ୪୫ କେଟି ହୋଇଛି।
ଆର୍ଥିକ ବର୍ଷର ୯ ମାସ ସୁଦ୍ଧା ଆଲୁମିନିୟମ୍ ଉତ୍ପାଦନ ପୂର୍ବବର୍ଷର ସେହି ସମୟ ତୁଳନାରେ ୩ ପ୍ରତିଶତ, ଆଲୁମିନା ୧୬ ପ୍ରତିଶତ, ରିଫାଇନ୍‌ଡ ଧାତବ ୩ ପ୍ରତିଶତ, ଲୁହାପଥର ୮ ପ୍ରତିଶତ ଓ ଫେରୋକ୍ରୋମ୍ ଉତ୍ପାଦନ ୩୫ ପ୍ରତିଶତ ବଢ଼ିଛି। ବ୍ୟବସାୟରେ ଢ଼ାଂଚାଗତ ପଦକ୍ଷେପ ଗ୍ରହଣ କରାଯିବାରୁ ଉତ୍ପାଦନ ଖର୍ଚ୍ଚ ଆଲୁମିନିୟମ୍‌ରେ ୩ ପ୍ରତିଶତ, ଜିଙ୍କ ଇଣ୍ଡିଆରେ ୬ ପ୍ରତିଶତ ଓ ଜିଙ୍କ ଇଂଟରନ୍ୟାସନାଲ୍‌ରେ ୧୦ ପ୍ରତିଶତ ହ୍ରାସ ପାଇଛି।
ଏହି ଅବସରରେ ବେଦାନ୍ତ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଅରୁଣ ମିଶ୍ର କହିଛନ୍ତି ଯେ, “ଆମେ ଆମର ସର୍ବବୃହତ ତୃତୀୟ ତ୍ରୈମାସିକ ଇବିଆଇଟିିଡିଏ ୧୧,୨୮୪ କୋଟି ଟଙ୍କା ପ୍ରଦାନ କରିଛୁ। ଖର୍ଚ୍ଚରେ ପାରଦର୍ଶିତା ଓ ପ୍ରମୁଖ ବ୍ୟବସାୟରେ ଉତ୍ପାଦନ ବଢ଼ାଇବା ଉପରେ ଆମର ଗୁରୁତ୍ୱ ଆମକୁ ଏଭଳି ପ୍ରଦର୍ଶନ କରିବାରେ ସହାୟକ ହୋଇଛି। ଆମ ଆଲୁମିନିୟମ୍ ବ୍ୟବସାୟର ଇବିଆଇଟିଡିଏ ବାର୍ଷିକ ଭିତିରେ ୫୮ ପ୍ରତିଶତ ଓ ଜିଙ୍କ ଇଣ୍ଡିଆ ବ୍ୟବସାୟରେ ୨୮ ପ୍ରତିଶତ ବଢ଼ିଛି। ଜାରି ରହିଥିବା ଅଭିବୃଦ୍ଧି ଅଭିଯାନ ଓ ବ୍ୟବସାୟ ସମନ୍ୱୟ ପ୍ରକଳ୍ପ ପାଇଁ ଏଭଳି ପ୍ରଦର୍ଶନ ଆଗାମୀ ତ୍ରୈମାସିକଗୁଡ଼ିକରେ ଜାରି ରହିବ ବୋଲି ସେ କହିଛନ୍ତି।”
ଶ୍ରୀ ମିଶ୍ର କହିଥିଲେ ଯେ, “ବେଦାନ୍ତ ଗ୍ରୁପ୍ ପୁଣି ଥରେ ସ୍ଥାୟିତ୍ୱରେ ଏହାର ନେତୃତ୍ୱ ପ୍ରଦର୍ଶନ କରିଥିବା ଜଣାଇ ଖୁସି ଲାଗୁଛି। ଏସ୍‌ଆଣ୍ଡ୍‌ି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସ୍‌ମେଂଟ୍ ୨୦୨୪ରେ ଏଚ୍‌ଜେଡ୍‌ଏଲ୍ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବେଳେ ୨୪୮ଟି ବିଶ୍ୱସ୍ତରର କମ୍ପାନି ମଧ୍ୟରେ ବେଦାନ୍ତ ୪ର୍ଥ ସ୍ଥାନରେ ରହିଛି। ପରିଚାଳନା ଉତ୍କର୍ଷ ଉପରେ ଧ୍ୟାନ ଓ ଦୃଢ଼ ଇଏସ୍‌ଜି ଅଭ୍ୟାସ ସହିତ ଉଦୀୟମାନ ସୁଯୋଗ ହାସଲ କରିବା ଓ ଆହ୍ୱାନକୁ ଅତିକ୍ରମ କରିବାକୁ ନେଇ ଆମେ ବିଶ୍ୱାସୀ ରହିଛୁ।’’
ବେଦାନ୍ତର ସିଏଫ୍‌ଓ ଶ୍ରୀ ଅଜୟ ଗୋଏଲ୍ କହିଛନ୍ତି ଯେ, “ଏହି ତ୍ରୈମାସିକରେ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ଏହା ୧୧,୨୮୪ କୋଟି ଟଙ୍କାର ଇବିଆଇଟିଡିଏ ପ୍ରଦାନ କରିଛି ଯାହା ଗତବର୍ଷ ତୁଳନାରେ ୩୦ ପ୍ରତିାତ ଅଧିକ ଏବଂ ଇବିଆଇଟିଡିଏ ମାର୍ଜିନ୍ ୩୪ ପ୍ରତିଶତ ରହିଛି। ଆମ ଟିକସ ପରବର୍ତୀ ଲାଭ ୪୮୭୬ କୋଟି ଟଙ୍କା ରହିଛି ଯାହା ବାର୍ଷିକ ଭିତିରେ ୭୦ ପ୍ରତିଶତ ବୃଦ୍ଧି ପାଇଛି। ତାହା ଆମ ବ୍ୟବସାୟ ସ୍ଥାୟିତ୍ୱକୁ ଦର୍ଶାଉଛି। ଖର୍ଚ୍ଚ ପାରଦର୍ଶିତ, ଅଭିବୃଦ୍ଧି ପରିମାଣ ବଢ଼ାଇବା ଏବଂ ସୁହାଇବା ଭଳି ସାମଗ୍ରୀ ମୂଲ୍ୟ ପାଇଁ ଏହି ସଫଳତା ମିଳିପାରିଛି। ନିକଟରେ କ୍ରେଡିଟ୍ ରେଟିଂରେ କରାଯାଇଥିବା ଉନ୍ନତି ସହିତ ଲିଭରେଜ୍ ୧.୪ ଗୁଣା ବୃଦ୍ଧି ପାଇଛି। ତାହା ଆମ ଆର୍ଥିକ ଦୃଢ଼ତା ଓ ବେଦାନ୍ତର ଅଭିବୃଦ୍ଧି ଉପରେ ବଜାରର ଭରସାକୁ ଦର୍ଶାଉଛି। ଏଥି ସହିତ ଡିମର୍ଜର ପ୍ରକ୍ରିୟାରେ ଠିକ୍ ଦିଗରେ ଆଗକୁ ବଢ଼ୁଛିବା ବେଳେ ୨୦୨୫ ଫେବ୍ରୁଆରିରେ ଅଂଶଧନକାରୀ ଓ ଋଣ ପ୍ରଦାନକାରୀମାନଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।”


Share It

Comments are closed.