ଘର କରିବା ପାଇଁ ଜମି କିଣିବା ପୂର୍ବରୁ ଜାଣନ୍ତୁ ବାସ୍ତୁର କିଛି ନିୟମ


ଯଦି ଆପଣ ଘର ତିଆରି କରିବା ପାଇଁ ଭଲ ତଥା ଶୁଭ ଜମି ଦେଖୁଛନ୍ତି ତେବେ ଭାରତୀୟ ବାସ୍ତୁଶାସ୍ତ୍ରର କିଛି ନିୟମ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

. ଭାରତୀୟ ବାସ୍ତୁଶାସ୍ତ୍ର ମୁତାବକ, ଜମିର ଚାରି କୋଣ ୯୦ ଡିଗ୍ରୀ ବା ସମକୋଣରେ ରହିବା ଉଚିତ; ତେବେ ଯାଇ ସେହି ଜମି ଘର ନିର୍ମାଣ ପାଇଁ ଶୁଭ ହୋଇଥାଏ । ଆୟତାକାର ବା ବର୍ଗାକାର ଜମି ଉତର-ପୂର୍ବ ଦିଗରେ ଆଗକୁ ବଢିଥିଲେ; ତାହା ମଧ୍ୟ ଘର ନିର୍ମାଣ ପାଇଁ ଉପଯୁକ୍ତ ରହିବ; କିନ୍ତୁ ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ-ପୂର୍ବ ଆଡକୁ ରହିଥିବା ଜମି ଘର ନିର୍ମାଣ ପାଇଁ ଶୁଭ ହୋଇନଥାଏ ।

. ଯେଉଁ ଜମିକୁ ଆପଣ କିଣିବାକୁ ଚାହୁଁଛନ୍ତି ତାହା ଦୁଇଟି ବଡ ଜମି ମଧ୍ୟରେ ଥିବା ଏକ ଛୋଟ ଜମି ନହୋଇଥିବା ଉଚିତ । କାରଣ ଏହା ଘରର ଆର୍ଥିକ ସମୃଦ୍ଧି ପାଇଁ ଶୁଭ ହୋଇନଥାଏ ।

. ଜମିର ପୂର୍ବ, ଉତର ଓ ଉତର ପୂର୍ବ ଦିଗରେ କୌଣସି ବଡ କିମ୍ବା ଭାରି ନିର୍ମାଣ ନହେଉଥିବା ଉଚିତ ।

. ଜମିର ଉତର-ପୂର୍ବ ଦିଗରେ କୌଣସି ଜଳ ଥିବା ସ୍ଥାନ ଯେପରିକି ଟାଙ୍କି, ପୋଖରୀ ଆଦି ଥିଲେ ତାହା ଘର ପାଇଁ ଶୁଭ ଅଟେ କିନ୍ତୁ ଦକ୍ଷିଣ-ପଶ୍ଚିମ ଦିଗରେ ଏହା ଅଶୁଭ ହୋଇଥାଏ ।

. ସମତଳ ଜମି ସବୁଠାରୁ ଶୁଭ ହୋଇଥାଏ । ସେହିପରି ଜମି ଗଡାଣିଆ ଥିଲେ ତାହା ଉତର କିମ୍ବା ପୂର୍ବ ଦିଗକୁ ଗଡାଣିଆ ରହିଥିବା ଜରୁରୀ । ଦକ୍ଷିଣ କିମ୍ବା ପଶ୍ଚିମ ଦିଗ ଆଡକୁ ରହିଥିବା ଗଡାଣିଆ ଜମି ଘର ନିର୍ମାଣ ପାଇଁ ଅଶୁଭ ହୋଇଥାଏ ।

. ପୂର୍ବମୂଖୀ ଜମି ଶିକ୍ଷା, ଧର୍ମ ଓ ଆଧ୍ୟାତ୍ମ କାର୍ଯ୍ୟ କରୁଥିବା ବ୍ୟକ୍ତି, ପଶ୍ଚିମ ଆଡକୁ ମୁହଁ କରିଥିବା ଜମି ଇଞ୍ଜିନିୟର, ଓକିଲ, ଡାକ୍ତର ଆଦି ପେସାର ବ୍ୟକ୍ତିଙ୍କ ପାଇଁ, ଉତରମୂଖୀ ଜମି ସରକାରୀ ସେବା, ପୁଲିସ୍‌, ସେନାରେ କାମ କରୁଥିବା ଲୋକଙ୍କ ପାଇଁ ଏବଂ ଦକ୍ଷିଣମୂଖୀ ଜମି ବ୍ୟବସାୟୀ ଓ ବାଣିଜ୍ୟିକ ସ୍ଥାନରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇଥାଏ ।


Share It

Comments are closed.