ନୂଆ ଘର ତିଆରି କରିବାକୁ ଯାଉଥିଲେ ଏହି ଦିଗଗୁଡ଼ିକ ପ୍ରତି ଦିଅନ୍ତୁ ଧ୍ୟାନ: ଘରେ ବଜାୟ ରହିବ ସୁଖସମୃଦ୍ଧି


ବାସ୍ତୁରେ ଦିଗଗୁଡିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଘରର ମୁଖ୍ୟ ଦ୍ୱାର ସଠିକ୍ ଦିଗରେ ରହିବା ଉଚିତ୍ । ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହିପରି ଘରେ ସୁଖ, ସମୃଦ୍ଧି, ଶାନ୍ତି ରହିଥାଏ । ଯଦି ଆପଣ ଏକ ନୂତନ ଗୃହ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି, ତେବେ ଚାଲନ୍ତୁ ଜାଣିବା ଘରର ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିବା ଉଚିତ୍ । ଆହୁରି ମଧ୍ୟ, ଏହା ବିଭିନ୍ନ ଦିଗରେ ରହିବା ଉପରେ କିପରି ପ୍ରଭାବ ପକାଇଥାଏ ।

ଉତ୍ତର-ପୂର୍ବ ଦିଗ:

ବାସ୍ତୁରେ ଉତ୍ତର-ପୂର୍ବ ଦିଗକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ । ସେଥିପାଇଁ ଲୋକମାନେ ଏହି ଦିଗରେ ସ୍ୱତନ୍ତ୍ର ଭାବରେ ପୂଜା ଗୃହ ନିର୍ମାଣ କରିଥାନ୍ତି । ଏଥି ସହିତ, ଘରର ଉତ୍ତର-ପୂର୍ବ ଦିଗରେ ମୁଖ୍ୟ ଦ୍ୱାର ରହିବା ମଧ୍ୟ ଶୁଭ ବୋଲି କୁହାଯାଏ । ବାସ୍ତୁ ଅନୁଯାୟୀ ସୂର୍ଯ୍ୟ ଭଗବାନଙ୍କ ସର୍ବାଧିକ ଆଲୋକ ଏହି ଦିଗରୁ ଆସିଥାଏ। ତେଣୁ ଏହି ଦିଗଟି ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ତେଣୁ ଏହି ଦିଗରେ ମୁଖ୍ୟ ଦ୍ୱାର ନିର୍ମାଣ କରିବାଦ୍ୱାରା ପରିବାରରେ ଶକ୍ତି ବିସ୍ତାର ହୁଏ । ଏହା ସହିତ, ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଉତ୍ତର ଦିଗ:

ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଦିଗରେ ମୁଖ୍ୟ ଦ୍ୱାର ନିର୍ମାଣ କରିବା ସକରାତ୍ମକ ଶକ୍ତି ଆଣିଥାଏ । ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଘରେ ଅନ୍ନ ଏବଂ ଧନର ଆଭାବ ରହିନଥାଏ । ଆହୁରି ମଧ୍ୟ, ଘରର ସଦସ୍ୟମାନେ କୌଣସି ଅଭାବ କିମ୍ବା ସମସ୍ୟାର ସମ୍ମୁଖୀନ ହୋଇନଥାନ୍ତି । ସେମାନେ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସଫଳତା ପାଇଥାନ୍ତି ।

ପୂର୍ବ ଦିଗ:

ବାସ୍ତୁରେ, ଘରର ପୂର୍ବ ପାର୍ଶ୍ୱରେ ଥିବା ମୁଖ୍ୟ ଦ୍ୱାର ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଏହା ଘରେ ସୁଖ, ସମୃଦ୍ଧି ଏବଂ ସକରାତ୍ମକ ଶକ୍ତି ଆଣିଥାଏ । ଘରେ ଏବଂ ପରିବାରରେ ସର୍ବଦା ଦେବା-ଦେବୀଙ୍କ କୃପା ରହିଥାଏ । ଏହା ସହିତ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଭଗବାନଙ୍କର ମଧ୍ୟ ଅପାର ଆଶୀର୍ବାଦ ମିଳିଥାଏ ।

ଉତ୍ତର-ପଶ୍ଚିମ ଦିଗ:

ଯଦି ଆପଣଙ୍କ ଘର ଉତ୍ତର ଦିଗରେ ଅଛି, ତେବେ ଉତ୍ତର-ପଶ୍ଚିମ କୋଣରେ ମୁଖ୍ୟ ଦ୍ୱାର ତିଆରି କରନ୍ତୁ । ବିଶ୍ୱାସ କରାଯାଏ ଯେ ଏହି ଦିଗରେ ସୂର୍ଯ୍ୟ ଅସ୍ତର ଶକ୍ତି ମିଳିଥାଏ । ଏହି ଦିଗଟି ସୁଖ ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହୋଇଥାଏ ।


Share It

Comments are closed.