ଘରର ବାସ୍ତୁଦୋଷ ଦୂର କରିଥାଏ ଗଙ୍ଗାଜଳ


ହିନ୍ଦୁ ଧର୍ମରେ ଗଙ୍ଗା ନଦୀକୁ ମା’ର ମାନ୍ୟତା ଦିଆଯାଇଛି ଏବଂ ଏହାର ଜଳକୁ ପବିତ୍ର ଦର୍ଶାଯାଇଛି । ମାନ୍ୟତା ଅନୁସାରେ ଗଙ୍ଗା ଜଳରେ ପାପ ନାଶ ହୋଇଥାଏ ଏବଂ ଆମର ପିତୃପୁରୁଷଙ୍କୁ ଦୋଷମୁକ୍ତି ପ୍ରାପ୍ତ ହୋଇଥାଏ । ଗଙ୍ଗା ଜଳ କେବେ ବି ଖରାପ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି ଏବଂ ଏହା ଯେକୌଣସି ବସ୍ତୁ ତଥା ସାମଗ୍ରୀକୁ ଶୁଦ୍ଧ କରିଥାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଗଙ୍ଗା ଜଳର ପ୍ରୟୋଗ ମାଧ୍ୟମରେ ଅନେକ ପ୍ରକାରର ବାସ୍ତୁ ଦୋଷ ଦୂର କରିବାର ଉପାୟ ଦର୍ଶାଯାଇଛି । ଏଭଳି କିଛି ଉପାୟ ସମ୍ପର୍କରେ ଆସନ୍ତୁ ଜାଣିବା
– ଘରେ ନିୟମିତ ଗଙ୍ଗାଜଳ ଛିଂଚିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।
– ଗଙ୍ଗାଜଳ ଘରେ ରଖିବା ଦ୍ୱାରା ସୁଖସମୃଦ୍ଧି ବଜାୟ ରହିଥାଏ ।
– ରାତିରେ ଖରାପ ଓ ଭୟଭୀତ ହେଲା ଭଳି ସ୍ୱପ୍ନ ଦେଖୁଥିଲେ ଶୋଇବା ପୂର୍ବରୁ ବିଛଣାରେ ଗଙ୍ଗାଜଳ ଛିଂଚନ୍ତୁ ।
– ଗଙ୍ଗାଜଳ ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କୁ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
– ଘରକୁ ଚିନ୍ତା ଓ ସମସ୍ୟାମୁକ୍ତ ରଖିବା ପାଇଁ ପିତଳ ବୋତଲେରେ ଗଙ୍ଗାଜଳ ଭର୍ତି କରି ତାହାକୁ ଉତରପୂର୍ବ ଦିଗରେ ରଖନ୍ତୁ । ପ୍ରତିଦିନ ସକାଳେ ଘରର ମୁଖ୍ୟଦ୍ୱାର ଖୋଲିବା ସମୟରେ ସେହି ଗଙ୍ଗାଜଳକୁ ଛିଂଚନ୍ତୁ ।


Share It

Comments are closed.