ଜାଣନ୍ତୁ ଆପଣଙ୍କ ଘରର ବାଲକୋନି କିଭଳି ବାସ୍ତୁଦୋଷର କାରଣ ହୋଇଥାଏ, ବଂଚିବା ପାଇଁ କରନ୍ତୁ ଏହି ଉପାୟ


ବାସ୍ତୁ ଅନୁଯାୟୀ, ବାଲକୋନି, ବାରଣ୍ଡା ଏବଂ ଛାତ ପରି କ୍ଷେତ୍ର ଘରର ସାମଗ୍ରିକ ଶକ୍ତି ସନ୍ତୁଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ଭୁଲ ଦିଗରେ ଏକ ବାଲକୋନି ରହିବା ଘରର ଅବଶିଷ୍ଟ ସମସ୍ତ ଭଲ ଯୋଜନାକୁ ପ୍ରଭାବିତ କରିପାରେ | ଗୃହର ସବୁ ବିଭାଗ ସହିତ ବାଲକୋନୀର ମଧ୍ୟ ବିଶେଷ ମହତ୍ତ୍ବ ରହିଥାଏ । ବିଶେଷକରି ଗୃହରେ ରହୁଥିବା ସଦସ୍ୟ ମାନଙ୍କ ପାଇଁ ବାଲକୋନୀ ଏକ ଏମିତି ଜାଗା ଯେଉଁଠାରେ ସେମାନେ ଶୁଦ୍ଧ ଏବଂ ସତେଜ ପବନର ଆନନ୍ଦ ନେଇଥାନ୍ତି । ସେଥିଲାଗି ଘରର ସବୁ କୋଣ ସହିତ ବାଲକୋନୀର ବାସ୍ତୁ ମଧ୍ୟ ଠିକ ହେବା ଅତ୍ୟନ୍ତ ଜରୁରୀ । ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିପାରେ । ତେବେ ଜାଣନ୍ତୁ ବାଲକୋନୀ ସହିତ ଜଡିତ କିଛି ବାସ୍ତୁ ଟିପ୍ସ ।

ଘରର କୋଠରୀ ଭଳି ବାଲକୋନୀ ମଧ୍ୟ ଉଚିତ୍ ଦିଗ କିମ୍ବା ସ୍ଥାନରେ ରହିବା ଜରୁରୀ । ବାସ୍ତୁ ଅନୁସାରେ, ଘରର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ବାଲକୋନୀ ରହିବା ଶୁଭ ହୋଇଥାଏ । ଏହି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ସବୁଠାରୁ ଅଧିକ ପଡୁଥିବାରୁ ଏହି ସ୍ଥାନରେ ବାଲକୋନୀ ରହିବା ଭଲ ଏବଂ ଶୁଭ ବୋଲି ଜଣାଯାଏ । ଏହାର ବିପରୀତ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ବାଲକୋନୀ ରହିବା ଅଶୁଭ ମନେ କରାଯାଏ ।

ବାଲକୋନୀ ଛାତର ଝୁଲା ଉତ୍ତର କିମ୍ବା ପୂର୍ବ ଦିଗକୁ ରହିବା ଶୁଭ ହୋଇଥାଏ । ଏଥି ସହିତ ଛାତର ଉଚ୍ଚତା ଘର ତୁଳନାରେ ତଳକୁ ହେବା ଉଚିତ । ବାଲକୋନୀରେ ଛାତ ତିଆରିରେ ଟିଣ କିମ୍ବା ଲୁହା ର ବ୍ୟବହାର କରିବା ଅନୁଚିତ ।

ବାସ୍ତବରେ ବାଲକୋନୀରେ ବସି ପ୍ରତ୍ୟେକ ବ୍ୟକ୍ତି ଆରାମ ଅନୁଭବ କରିଥାନ୍ତି । ସେଥିଲାଗି ଏଠାରେ ଫର୍ନିଚର ମଧ୍ୟ ରଖିଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ, ବାଲକୋନୀରେ ଅଧିକ ଓଜନ ବିଶିଷ୍ଟ ଫର୍ନିଚର ରଖିବା ଅନୁଚିତ । ଅନେକ ଲୋକ ଏଠାରେ ଝୁଲା ରଖିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ରଖିବାକୁ ଚାଁହୁଛନ୍ତି ତେବେ ତାହାକୁ ଉତ୍ତର କିମ୍ବା ଦକ୍ଷିଣ ଦିଗରେ ରଖିନ୍ତୁ ।

ଅନେକ ସମୟରେ ଲୋକମାନେ ବାଲକୋନୀକୁ ଗଛ-ବୁଚ୍ଛ ଦ୍ୱାରା ସଜାଇଥାନ୍ତି । ଏହାଦ୍ୱାରା ଗୃହ ମଧ୍ୟକୁ ସକାରାତ୍ମକ ଶକ୍ତିର ସଞ୍ଚାର ହେବା ସହିତ ସମସ୍ତଙ୍କ ମନ ଖୁସି ରହିଥାଏ । କିନ୍ତୁ ବାଲକୋନୀରେ ବଡ ଗଛ ପରିବର୍ତ୍ତେ ଛୋଟ ଛୋଟ ଏବଂ ରଙ୍ଗ ବେରଙ୍ଗର ଗଛ ଲଗାଇବା ଉଚିତ । ଏଥିସହିତ ଏଠାରେ ଲଟା ଜାତୀୟ ଗଛ ଲଗାଇବା ଅନୁଚିତ କାରଣ ଏହାଦ୍ୱାରା ନକାରାତ୍ମକ ଶକ୍ତି ଉତ୍ପନ ହୋଇଥାଏ ।

ବାଲକୋନୀରେ ଲୋକମାନେ ଯୋଗ କିମ୍ବା ବ୍ୟାୟାମ କରିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ବାଲକୋନୀରେ ରଙ୍ଗ ସବୁବେଳେ ସମ୍ପୂର୍ଣ ହାଲୁକା କରନ୍ତୁ । ଏଥିପାଇଁ ଧଳା, ସମୁଦ୍ର ସବୁଜ, ଆକାଶୀ ନୀଳ କିମ୍ବା ଗୋଲାପୀ ରଙ୍ଗ ବ୍ୟବହାର କରିବା ଉଚିତ । ବାଲକୋନୀରେ କମ ଉଜ୍ୱଳ ଲାଇଟ୍ ଲଗାନ୍ତୁ, ଏହା ଦ୍ୱାରା ଘରର ବାସ୍ତୁ ଠିକ ରହିବା ସହିତ ଦେଖିବାକୁ ମଧ୍ୟ ସୁନ୍ଦର ଲାଗିଥାଏ ।


Share It

Comments are closed.