ଏକ ସୁଖ ସମୃଦ୍ଧି ଭରା ଜୀବନ ଚାହୁଁଥିଲେ ଆପଣାନ୍ତୁ ବାସ୍ତୁର ଏହି ସରଳ ଉପାୟ


ଘରେ ଶାନ୍ତିରେ ବସି ଆରାମ କରିବାକୁ ସମସ୍ତେ ଭଲପାଇଥାନ୍ତି । କିନ୍ତୁ ବେଳେବେଳେ ଘରେ ମଧ୍ୟ ମନ ବିଚଳିତ ରହିଥାଏ । ଏହା ପଛର କାରଣ ହେଉଛି ଘରେ ଥିବା ନକାରାତ୍ମକ ଶକ୍ତି । ଏହା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବା ସହିତ ଅର୍ଥ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏଥିପାଇଁ ବାସ୍ତୁ ସହିତ ଜଡିତ କିଛି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରତିକାର ବିଷୟରେ …

ଭଗବାନ ଗଣେଶଙ୍କ ମୂର୍ତ୍ତୀ :

ଘରର ମୁଖ୍ୟ ପ୍ରବେଶ ପଥରେ ଭଗବାନ ଗଣେଶଙ୍କ ମୂର୍ତ୍ତୀ କିମ୍ବା ଫଟୋ ରଖନ୍ତୁ । ଏହା ବ୍ୟତୀତ ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ୍ ଏବଂ ଓଁ ର ଚିହ୍ନ କରନ୍ତୁ । ଏହାଦ୍ୱାରା ସର୍ବଦା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହିତ ଘରର ପରିବେଶ ସୁଖଦ ହୋଇଥାଏ ।

ଝରକା ଖୋଲା ରଖନ୍ତୁ :

ପ୍ରତିଦିନ ସକାଳେ ଘରର ଝରକା ଖୋଲା ରଖନ୍ତୁ । ଏହାଦ୍ୱାରା ସୂର୍ଯ୍ୟ କିରଣ ଘରେ ପଡିବା ଦ୍ୱାରା ସକରାତ୍ମକ ଶକ୍ତି ଅନ୍ତର୍ଭୁକ୍ତ ହୋଇ ଘରେ ଖୁସି ପରିବେଶ ରହିଥାଏ ।

ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ :

ବାସ୍ତୁ ଅନୁଯାୟୀ, ଘରେ ଥିବା ମଇଳା ନକାରାତ୍ମକତା ବିସ୍ତାର କରିଥାଏ । ଏଳି ପରିସ୍ଥିତିରେ ସମୟ ସମୟରେ ଘରର ପରିଷ୍କାର ପରିଚ୍ଛନ୍ନତାକୁ ଧ୍ୟାନରେ ରଖନ୍ତୁ । ଏଥିସହିତ ପରିଷ୍କାର ପରିଚ୍ଛନ୍ନ ଜାଗାରେ ମଧ୍ୟ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି ।

ରୋଷେଇ ଘର ପରିଷ୍କାର ରଖନ୍ତୁ :

ରୋଷେଇ ଘରକୁ ସଫା ରଖିବାରେ ବିଶେଷ ଧ୍ୟାନ ଦିଅନ୍ତୁ । ଗ୍ୟାସ୍ ଚୁଲା ଠାରୁ ଆରମ୍ଭ କରି ବାସନ ପର୍ଯ୍ୟନ୍ତ ସବୁକିଛି ସଫା ରଖନ୍ତୁ । ଏହା ବ୍ୟତୀତ ଭଙ୍ଗା ବାସନକୁ ରୋଷେଇ ଘରେ ରଖନ୍ତୁ ନାହିଁ କି ତାହାକୁ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ବଢିଥାଏ । ସ୍ୱାସ୍ଥ୍ୟର ଖରାପ ହେବା ସହିତ ଘରେ ଅଶାନ୍ତି ଦେଖାଦେଇଥାଏ ।

ପ୍ରତ୍ୟେକ ଦିନ ପୂଜା କରନ୍ତୁ :

ପ୍ରତ୍ୟେକ ଦିନ ଘରେ ପୂଜାପାଠ କରିବା ଦ୍ୱାରା ସକରାତ୍ମକ ଶକ୍ତି ବଢିଥାଏ । ତେଣୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଠାକୁର ଘରେ ଦୀପ ଏବଂ ଧୂପ ଜାଳି ପୂଜାପାଠ କରନ୍ତୁ । ପୂଜା ସମୟରେ ଘଣ୍ଟି ଏବଂ ଶଙ୍ଖ ବଜାନ୍ତୁ । ଏହା ଫଳରେ ଉପସ୍ଥିତ ଥିବା ନକାରାତ୍ମକତା ଦୂର ହୋଇ ଘରେ ସୁଖ, ସମୃଦ୍ଧତା ଏବଂ ଶାନ୍ତି ପରିପୂର୍ଣ୍ଣ ପରିବେଶ ରହିଥାଏ।

ତୁଳସୀ ଗଛ :

ଘରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ତୁଳସୀ ଗଛରେ ଦେବା-ଦେବୀ ବାସ କରନ୍ତି । ଏଥିସହିତ ଘରେ ତୁଳସୀ ଗଛ ରହିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ଅସୀମ କୃପା ମିଳିଥାଏ । ଏହାକୁ ଘରର ଉତ୍ତର ଦିଗରେ ଲଗାନ୍ତୁ । ଆହୁରି ମଧ୍ୟ ସନ୍ଧ୍ୟାରେ ଘିଅରେ ଦୀପ ଜଳାଇ ପୂଜା କରିବା ଉଚିତ୍ । ଏହା ଘରେ ଉପସ୍ଥିତ ଥିବା ନକାରାତ୍ମକ ଶକ୍ତିକୁ ସକାରାତ୍ମକରେ ପରିବର୍ତ୍ତନ କରିଥାଏ । ଅର୍ଥର ଅଭାବ ଦୂର ହୋଇ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ ।


Share It

Comments are closed.