ଘରେ ମନି ପ୍ଲାଣ୍ଟ ଲଗାଉଥିଲେ ଜାଣନ୍ତୁ ବାସ୍ତୁ ସାହାଯ୍ୟରେ କେଉଁ ଦିଗ ପ୍ରଚି ଧ୍ୟାନ ଦେବେ

Share It

ବାସ୍ତୁ ଅନୁଯାୟୀ ଯଦି ଆପଣ ଘରେ ମନିପ୍ଲାଣ୍ଟ ଲଗାଉଛନ୍ତି ତେବେ ଏହାକୁ ସଠିକ ଭାବେ ନରଖିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ । ଏବଂ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ମନିପ୍ଲାଣ୍ଟ ଇନଡୋ ପ୍ଲାଣ୍ଟ ହୋଇଥିବା ବେଳେ ଏହା ଘରକୁ ପ୍ରଦୂଷମ ମୁକ୍ତ କରିବାରେ ସାହାଯ୍ୟ କରିବା ସହିତ ଘରେ ଅମ୍ଳଜାନର ମାତ୍ରା ବୃଦ୍ଧି କରିଥାଏ ।
ଘରେ ଏହା ସକରାତ୍ମକ ପ୍ରଭାବ ପକାଇଥାଏ । ଏବଂ ଏହା ଅଧିକ ଯତ୍ନ ଏବଂ ଆଦର ଆବଶ୍ୟକତା କରିନଥାଏ । ବାସ୍ତୁ ଅନୁଯାୟୀ ମନିପ୍ଲାଣ୍ଟ ଘରେ ସମୃଦ୍ଧି ଏବଂ ସୌଭାଗ୍ୟ ଆଣିଥାଏ କିନ୍ତୁ ଏହାକୁ ଭୁଲ ଦିଗରେ ରଖିବା ଦ୍ୱାରା ଏହା ନକରାତ୍ମକ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ମନିପ୍ଲାଣ୍ଟ ଲଗାଇବା ସମୟରେ କେଉଁ କେଉଁ ତଥ୍ୟକୁ ଧ୍ୟାନରେ ରଖିବେ ।
୧. ମନିପ୍ଲାଣ୍ଟକୁ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ ଏହା ଘରେ ସୌଭାଗ୍ୟ ଏବଂ ସମୃଦ୍ଧି ଆସିଥାଏ । କିନ୍ତୁ ଭୁଲରେ ବି ଉତ୍ତର-ପୂର୍ବ ଦିଗରେ ମନିପ୍ଲାଣ୍ଟ ରଖନ୍ତୁ ନାହିଁ ।
୨. ମନିପ୍ଲାଣ୍ଟ ଲଗାଇବା ସମୟରେ ସର୍ବଦା ଧ୍ୟାନ ଦିଅନ୍ତୁ କି ଏହା ଯେପରି ଭୂମିକୁ ଲାଗିବ ନାହିଁ । ଏହାକୁ ସର୍ବଦା ଉପରକୁ ବଢିବାକୁ ଦିଅନ୍ତୁ ଯାହା ସୌଭାଗ୍ୟ ଏବଂ ଧନଲାଭର ପ୍ରତୀକ ହୋଇଥାଏ ।
୩. ମନିପ୍ଲାଣ୍ଟକୁ ଲଗାଇବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଏହା ଶୁଖି ନଯାଏ । ଆପଣ ଏହାକୁ ପାଣି ଭର୍ତ୍ତି କାଚ ଜାର କିମ୍ବା ବୋଟଲରେ ରଖିପାରିବେ । ନିୟମିତଭାବେ ଗଛର ମୂଳକୁ ଦେଖି ପାଣି ମଧ୍ୟ ଦିଅନ୍ତୁ । ଗଛ ଶୁଖିବା ପରେ ଏହାକୁ କାଟି ଘରୁ ଅଲଗା କରି ଫୋପାଡି ଦିଅନ୍ତୁ ।
୪. ଏହି ଗଛକୁ ଆପଣ ଘରର ବାହାରେ ରଖନ୍ତୁ ନାହିଁ । ଏହା ଅଧିକ ସୂର୍ଯ୍ୟକିରଣ ଆବଶ୍ୟକ କରିନଥାଏ । ଏବଂ ଏହା ଶୁଖିଯାଇଥାଏ ଯାହା ବାସ୍ତୁ ଅନୁସାରେ ଶୁଭ ସଂକେତ ନୁହେଁ ।
୫. ଏହି ଗଛ କାହାକୁ ଅନ୍ୟକୁ ଦିଅନ୍ତୁ ନାହିଁ ଏହା ଦ୍ୱାରା ଭଗବାନ ବୁଧ ରୋଷ କରିଥାନ୍ତି ।

 


Share It

Comments are closed.