ଦୀର୍ଘ ୫ ଦିନବ୍ୟାପୀ ହେବ ବରୁଣ ଏବଂ ନତାଶାଙ୍କ ବିବାହ କାର୍ଯ୍ୟକ୍ରମ


ଅଭିନେତା ବରୁଣ ଧାୱାନ ଏବଂ ନତାଶା ଦଲାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଏହି ମଧ୍ୟରେ ଖବର ମିଳିଛି ଯେ, ଧାୱାନ ଏବଂ ଦଲାଲ ଫ୍ୟାମିଲି ଦୀର୍ଘ ୫ ଦିନବ୍ୟାପୀ ବିବାହ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଲାଇଛନ୍ତି । ଏଥିପାଇଁ ବନ୍ଧୁ ଏବଂ ପରିବାର ଲୋକଙ୍କୁ ଅନଲାଇନ ମାଧ୍ୟମରେ ନିମନ୍ତ୍ରଣ ମଧ୍ୟ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ଏହି ବିବାହ କାର୍ଯ୍ୟକ୍ରମ ୨୨ରୁ ୨୬ ଜାନୁଆରୀ ପର୍ଯ୍ୟନ୍ତ ଅଲିବାଗରେ ହେବାର ଅଛି । ଏହାର ଅର୍ଥାତ ଏହା ଯେ, ଦୀର୍ଘ ୫ ଦିନ ଯାଏଁ ଖୁବ ଧୁମଧାମରେ ନତାଶା ଏବଂ ବରୁଣଙ୍କ ବିବାହ କାର୍ଯ୍ୟକ୍ରମ ଚାଲିବ ।
ପ୍ରକାଶ ଥାଉକି, ବରୁଣ କିମ୍ବା ନତାଶା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିବାହକୁ ନେଇ କୌଣସି ଔପଚାରିକ ଘୋଷଣା କରି ନାହାନ୍ତି । ଏହା ଏକ ପଞ୍ଜାବୀ ୱେଡିଙ୍ଗ ହେବ । ଶୁଣିବାକୁ ଏହା ମଧ୍ୟ ମିଳୁଛି ଯେ, ଉଭୟ ୨୪ ଜାନୁଆରୀରେ ବିବାହ ବନ୍ଧନରେ ବାନ୍ଧି ହେବେ । ୨୨-୨୫ ଜାନୁଆରୀ ମଧ୍ୟରେ ବିବାହ ରୀତିନୀତି ସମ୍ପନ୍ନ ହେବ ।


Share It

Comments are closed.