ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଏହି ମାସରେ ବିବାହ କରିବାକୁ ଯାଉଛନ୍ତି ବରୁଣ ଧୱନ୍, ଅଲିବାଗରେ ପଂଚତାରକା ହୋଟେଲରେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ


କରୋନା ମାଡ଼ ପରେ ଆଜିକାଲି ବଲିଉଡରେ ଖୁସିର ସିଜନ ପୁଣି ଫେରୁଛି | ଯେଉଁଠାରେ ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି, ବର୍ତ୍ତମାନ ବରୁଣ ଧାୱନଙ୍କ ଘରେ ମଧ୍ୟ ଖୁବ୍ ଶୀଘ୍ର ଶାହାନାଇ ବାଜିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ବରୁଣ ଧାୱନ ତାଙ୍କର ବେଷ୍ଟ ଫ୍ରେଣ୍ଡ ତଥା ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ଏହି ମାସରେ ବିବାହ କରିବାକୁ ଯାଉଛନ୍ତି। ବରୁଣ ଏବଂ ନତାଶା ଆଲିବାଗସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ବିବାହ କରିବେ। କୁହାଯାଉଛି ଯେ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।

ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ ବାହାଘରରେ ୨୦୦ ଅତିଥି ସାମିଲ ହେବେ। ନିକଟରେ ବରୁଣ ଏହି ମାମଲାରେ ଅଲିବାଗର ଏକ ପଞ୍ଚତାରକା ହୋଟେଲ ଯାଇଥିଲେ।

ବରୁଣ ଓ ନତାଶା ବହୁ ଦିନରୁ ପରସ୍ପରକୁ ଡେଟ କରୁଛନ୍ତି। ଅନେକ ଖାସ୍ ମଉକାରେ ଉଭୟଙ୍କୁ ପରସ୍ପର ସହ ଦେଖିବାକୁ ମିଳିଥାଏ। ଉଭୟଙ୍କ ଅନେକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। କଫି ୱିଥ୍ କରନ୍-୬ ରେ ବରୁଣ ଖୁଲାସା କରିଥିଲେ ଯେ ସେ ନତାଶାଙ୍କୁ ଡେଟ୍ କରୁଛନ୍ତି। ସେ ବହୁତ ଶୀଘ୍ର ବାହା ହେବାକୁ ଯାଉଛନ୍ତି ବୋଲି ମଧ୍ୟ ଇସାରା କରିଥିଲେ। ବରୁଣ କହିଥିଲେ ଯେ ନତାଶା ତାଙ୍କର ପିଲାଦିନର ସାଙ୍ଗ। ନତାଶା ବହୁତ ସପୋର୍ଟିଭ୍ ବୋଲି ମଧ୍ୟ ସେ କହିଥିଲେ।

ବରୁଣ ଧୱନ ନିକଟରେ ଫିଲ୍ମଫେୟାର ସହ ସାକ୍ଷାତକାରରେ କହିଥିଲେ ଯେ ୨୦୨୧ ରେ ନତାଶାଙ୍କ ସହ ନିଜ ସମ୍ପର୍କକୁ ନୂଆ ନାଁ ଦେଇପାରଟନ୍ତି। ଗତ ଦୁଇ ବର୍ଷ ହେଲା ସମସ୍ତେ ତାଙ୍କ ବାହାଘରକୁ ନେଇ କଥା ହେଉଛନ୍ତି। କିନ୍ତୁ କିଛି ଠିକ ହୋଇନାହିଁ। ଚଳିତ ବର୍ଷ କରୋନା ସ୍ଥିତିରେ ସୁଧାର ଆସିଲେ ସେ ବିବାହ କରିବେ ବୋଲି କହିଥିଲେ।

ନତାଶା ଦଲାଲ ଫ୍ୟାସନ ଡିଜାଇନିଙ୍ଗ୍ ରେ ଡିଗ୍ରୀ ହାସଲ କରିଛନ୍ତି। ୨୦୧୩ରେ ସେ ଫ୍ୟାସନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ନ୍ୟୁୟର୍କରେ ଡିଗ୍ରୀ କରିଥିଲେ। ପଢି ସାରିବା ପରେ ସେ ଡ଼ିଜାଇନିଂ କ୍ଷେତ୍ରରେ କାମ ଆରମ୍ଭ କରିଥିଲେ। ଆଜି ସେ ଫ୍ୟାସନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାଁ। ତାଙ୍କର ନିଜର ଏକ କ୍ଲଦିଙ୍ଗ ବ୍ରାଣ୍ଡ ମଧ୍ୟ ଅଛି ଯାହାକୁ ବଲିଉଡର ଟପ ଷ୍ଟାର୍ସ ବହୁତ ପସନ୍ଦ କରନ୍ତି।


Share It

Comments are closed.