ବରୁଣ ଧାୱନ ‘ରିବକ’ର ନୂତନ ବ୍ରାଣ୍ଡ୍ ଆମ୍ବାସାଡର


ଭୁବନେଶ୍ୱର: ଚର୍ଚ୍ଚିତ ଫିଟନେସ ବ୍ରାଣ୍ଡ୍ ରିବକ୍ ପକ୍ଷରୁ ବଡ଼ ଧରଣର ଲମ୍ଫ ପ୍ରଦାନ କରି ଲୋକପ୍ରିୟ ବଲିଉଡ୍ ତାରକା ତଥା ଫିଟନେସ୍ ଉତ୍ସାହୀ ବରୁଣ ଧାୱନଙ୍କୁ ଭାରତରେ ନିଜର ନୂତନ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । କଂପାନି ପକ୍ଷରୁ ନିକଟରେ କ୍ୟାଟ୍ରିନା କୈଫଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିଲା ଏବଂ ଏବେ ରିବକ୍ ପରିବାରରେ ବରୁଣ ଧାୱନ ସାମିଲ ହୋଇଥିବାରୁ ଏହି କଂପାନି ଏବେ ଆଗରେ ରହିଛି ।
ପ୍ରବଳ ବ୍ୟବସ୍ଥା ସତ୍ୱେ ଏକ ଶୃଙ୍ଖଳିତ ଫିଟନେସ୍ ନିୟମକୁ ପାଳନ କରୁଥିବା ବରୁଣ କଂପାନିର ମୂଲ୍ୟବୋଧକୁ ପରିପ୍ରକାଶ କରୁଛନ୍ତି ଏବଂ ସେ ଯୁବପିଢ଼ିଙ୍କ ମଧ୍ୟରେ ଶକ୍ତି ଜାଗ୍ରତ କରିପାରିବେ । ନିଜର ସୁଗଠିତ ଶରୀର ସହିତ ବରୁଣ ନିଜର ଫିଟନେସ୍ ପାଇଁ ଚର୍ଚ୍ଚିତ ଏବଂ ତେଣୁ, ସେ ହିଁ ରିବକ୍ଙ୍କୁ ଉପଯୁକ୍ତ ଢଙ୍ଗରେ ଉପସ୍ଥାପନ କରିପାରିବେ । ବରୁଣଙ୍କ ସହିତ ସହବନ୍ଧନ ସହ ରିବକ୍ ପକ୍ଷରୁ ସୋଲ୍ ଫୁରିକୁ ନେଇ ସର୍ବବୃହତ ଅଭିଯାନ ବିଷୟରେ ଘୋଷଣା କରାଯାଇଛି ଯାହା ସ୍ପୋର୍ଟସ୍ ଓ ଷ୍ଟାଇଲର ଅଂଶ ସହ ସମାନ ।
ରିବକ ସହିତ ସହବନ୍ଧନକୁ ନେଇ ରୋମାଂଚିତ ଥିବା ବରୁଣ ଧାୱନ କହିଛନ୍ତି ଯେ, “ରିବକ୍ ଭଳି ଏକ ବ୍ରାଣ୍ଡ୍ ସହିତ ସହଯୋଗିତା ନିଶ୍ଚିତ ରୂପେ ରୋମାଂଚକର ଯାହା ମୋତେ ବହୁତ ପସନ୍ଦ ଆସିଛି । ରିବକ ସହିତ ମୋର ଭାବନା ଫିଟନେସ୍ ଓ ପ୍ରଦର୍ଶନ ଉପରେ ଆମର ରହିଥିବା ବିଶ୍ୱାସ ଉପରେ ପର୍ଯ୍ୟବେସିତ ଯାହା ପାରମ୍ପରିକତାକୁ ଆହ୍ୱାନ ଦିଏ ଏବଂ ସାଧାରଣ ତୁଳନାରେ ବ୍ୟକ୍ତିଗତ ଭାବନାକୁ ଅଧିକ ଗୁରୁତ୍ୱ ପ୍ରଦାନ କରେ । ମୁଁ ଏହି ବ୍ରାଣ୍ଡ୍ ସହିତ ନୂତନ ସୁନ୍ଦର ଯାତ୍ରାକୁ ଚାହିଁ ରହିଛି ଯାହା ଆଜିର ପିଢ଼ି ମଧ୍ୟରେ ଫିଟନେସ୍କୁ ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବ ।’’
ଏହି ସହଯୋଗିତା ସମ୍ପର୍କରେ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା, ବ୍ରାଣ୍ଡ୍ ନିର୍ଦେଶକ, ରିବକ୍ ଇଣ୍ଡିଆ କହିଛନ୍ତି ଯେ, “ବରୁଣ ରିବକ୍ର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଆମ ସହିତ ସହବନ୍ଧିତ ହୋଇଥିବାରୁ ଆମେ ବହୁତ ରୋମାଂଚିତ । ଜଣେ ଫିଟନେସ୍ ଉତ୍ସାହୀ ଭାବେ ବରୁଣ ବ୍ରାଣ୍ଡ୍କୁ ବହୁତ ଭଲ ଭାବେ ଉପସ୍ଥାପିତ କରିପାରିବେ । ଫିଟ୍ନେସ୍ ପ୍ରତି ରିବକର ରହିଥିବା ଉତ୍ସାହ ଓ ଉତ୍ସର୍ଗକୁ ବରୁଣ ପ୍ରଦର୍ଶିତ କରିପାରିବେ ଏବଂ ଆମର ବିଶ୍ୱାସ ରହିଛି ଯେ ଆମେ ଫିଟନେସ୍ ଶିଳ୍ପରେ ବିପ୍ଳବ ଆଣିପାରିବୁ ।’’


Share It

Comments are closed.