ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ୍ ଅନୁଗୁଳ ନୂଆ ଆର୍ଥିକ କେନ୍ଦ୍ର ଖୋଲିବ


ଗୋଟିଏ ଦିନରେ ୨୯ ସହରରେ କାର୍ଯ୍ୟାଳୟ ଉଦ୍‌ଘାଟନ କରିବ

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ ସଂପତି ପରିଚାଳନା ସଂସ୍ଥା ୟୁଟିଆଇ ଆସେଟ୍ ମ୍ୟାନେଜମେଂଟ୍ କଂପାନି (ୟୁଟିଆଇ ଏଏମ୍‌ସି) ପକ୍ଷରୁ ୨୯ଟି ସହରରେ ନୂଆ ଆର୍ଥିକ କେନ୍ଦ୍ରର ଶୁଭାରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଛି । ବିତରଣ ଉପସ୍ଥିତିର ସମ୍ପ୍ରସାରଣ କରିବା ଲାଗି କଂପାନି ଏହି ନୂଆ କେନ୍ଦ୍ରଗୁଡ଼ିକୁ ଖୋଲିବ । ଚଳିତ ମାସ ୨୯ ତାରିଖ ଶୁକ୍ରବାର ଗୋଟିଏ ଦିନରେ ସମସ୍ତ ୨୯ କାର୍ଯ୍ୟାଳୟକୁ ଏକାସଙ୍ଗେ ଉଦ୍‌ଘାଟନ କରାଯିବ । ନିବେଶକମାନଙ୍କ ପାଖରେ ଉତମ ଆର୍ଥିକ ସେବା ପହଂଚାଇବା ଏବଂ ସେମାନଙ୍କ ନିକଟରେ ପହଂଚିବା ଲାଗି ୟୁଟିଆଇର ରହିଥିବା ପ୍ରତିବଦ୍ଧତା ଏହି ପଦକ୍ଷେପରେ ପ୍ରତିଫଳିତ ହୋଇଛି ଯାହା ଭାରତର ଆର୍ଥିକ ଶିଳ୍ପରେ ଆମର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ ।

ୟୁଟିଆଇ ମୁୁ୍ୟଚୁଆଲ୍ ଫଣ୍ଡ୍ ପକ୍ଷରୁ ଅନୁଗୁଳ ନୂଆ କେନ୍ଦ୍ର ଖୋଲାଯିବା ବିଷୟରେ ଘୋଷଣା କରାଯାଇଛି ।

ପ୍ରଥମ ମହଲା, ପ୍ଲଟ ନଂ ୧୫୮, ୧୫୯ ଗାନ୍ଧୀ ମାର୍ଗ, ହନୁମାନ ମନ୍ଦିର ନିକଟ, ଅମଲାପଡ଼ା, ଜିଲ୍ଲା ଅନୁଗୁଳ, ରାଜ୍ୟ: ଓଡ଼ିଶା, ପିନ୍‌-୭୫୯୧୨୨ରେ ନୂଆ ଆର୍ଥିକ କେନ୍ଦ୍ର ଖୋଲାଯିବ । ଫୋନ୍ ନମ୍ବର ୦୬୭୬୪-୩୫୧୦୯୭ ।

କଂପାନିର ଏମ୍‌ଡି ଓ ସିଇଓ ଇମ୍‌ତାୟାଜୁର ରେହମାନ୍ କହିଛନ୍ତି ଯେ, “ଆମ ନିବେଶକମାନଙ୍କ ନିକଟତର ହେବା ଏବଂ ସେମାନଙ୍କୁ ନିରବଚ୍ଛିନ୍ନ ଭାବେ ବ୍ୟାପକ ସେବା ପ୍ରଦାନ କରିବା ପାଇଁ ଆମେ ନିରନ୍ତର ଭାବେ ଆମ ନେଟ୍‌ୱର୍କକୁ ବଢ଼ାଉଛୁ । ଅଣ-ମେଟ୍ରୋ ସହରଗୁଡ଼ିକରେ ଅଭିବୃଦ୍ଧିର ବ୍ୟାପକ ସମ୍ଭାବନା ରହିଛି ଯେଉଁଠାରେ ଲୋକମାନେ ନିବେଶ କରିବାକୁ ଚାହୁଛନ୍ତି । ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ବିଷୟରେ ସେମାନଙ୍କୁ ବୁଝାଇବା ଏବଂ ଏହି ସହରଗୁଡ଼ିକରେ ଭଲ ଭାବେ ଆମ ଉତ୍ପାଦଗୁଡ଼ିକୁ ପହଂଚାଇବା ଲାଗି ଆମେ ଉଦ୍ୟମ କରୁଛୁ । ଆର୍ଥିକ ସେବାର ସରଳୀକରଣ ଓ ସେମାନଙ୍କୁ ପ୍ରତିଟି ଲୋକଙ୍କ ପାଖରେ ପହଂଚାଇବା ଲାଗି ରହିଥିବା ଆମ ନୀତି ଅନୁସାରେ ଏହି ୨୯ଟି ନୂଆ କାର୍ଯ୍ୟାଳୟ ସହ ଆମ ଆର୍ଥିକ କେନ୍ଦ୍ରଗୁଡ଼ିକର ସମ୍ପ୍ରସାରଣ କରାଯାଉଛି ।’’

ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ୍ ଆର୍ଥିକ କେନ୍ଦ୍ର, ବିଜନେସ୍ ଡେଭେଲପ୍‌ମେଂଟ୍ ଆସୋସିଏଟ୍‌ସ, ମ୍ୟୁଚୁଆଲ୍ ଫଣ୍ଡ୍ ବିତରକ ଏବଂ ବ୍ୟାଙ୍କ ସହଯୋଗିତା ଭଳି ଏହାର ବଂଟନ ନେଟ୍‌ୱର୍କ ଜରିଆରେ ନିବେଶକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛି ।


Share It

Comments are closed.