ଜାଣି ରଖନ୍ତୁ ଋତୁସ୍ରାବ ସମୟରେ କେଉଁ ଖାଦ୍ୟର କରିବେ ବାରଣ

Share It

ମହିଳାମାନଙ୍କ ମଧ୍ୟରେ ଋତୁସ୍ରାବ ଏକ ସାଧାରଣ କଥା । ଋତୁସ୍ରାବ ସମୟରେ ପ୍ରାୟତଃ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପରିବର୍ତ୍ତନ ଏବଂ ସମସ୍ୟା ଦେଖାଯାଇଥାଏ । ବହୁ ମହିଳାଙ୍କ କ୍ଷେତ୍ରରେ କ୍ରାମ୍ପ ଏବଂ ଗ୍ୟାସର ସମସ୍ୟା ଦେଖାଯାଉଥିବା ବେଳେ ବହୁ ମହିଳାଙ୍କ ମଧ୍ୟରେ କ୍ରେଭିଂ ହୋଇଥାଏ । ଏହି ସମୟରେ ମହିଳାମାନଙ୍କୁ ନିଜର ଖାଦ୍ୟ ପେୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ନହେଲେ ଏହା ଶରୀରରେ ବିଭିନ୍ନ ପ୍ରକାରର ଖରାପ ପ୍ରଭାବ ପକାଇଥାଏ । ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେଲେ ଆପଣ ନିଜର କ୍ରାମ୍ପ ଏବଂ ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇବେ । ଆସନ୍ତୁ ଜାଣିବା ଋତୁସ୍ରାବ ସମୟରେ କେଉଁ ଖାଦ୍ୟ ଖାଇବାରୁ ନିଜକୁ ନିବୃତ ରଖିବେ –
୧. ରାଗ ଯୁକ୍ତ କିମ୍ବା ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଆପଣଙ୍କ ଋତୁସ୍ରାବ ସମୟରେ କ୍ର୍ାମ୍ପ କିମ୍ବା ଯନ୍ତ୍ରଣା ହେଉଥିଲେ ଏହି ଖାଦ୍ୟ ଏହାକୁ ବଢାଇବାରେ ସାହାଯ୍ୟକରିଥାଏ ଏବଂ ଗ୍ୟାସ ଏବଂ ବ୍ଲୋଟିଙ୍ଗ ପରି ସମସ୍ୟା ଦେଖାଯାଇଥାଏ । ତେଣୁ ଆପଣ ଲାଲ ଶୁଖିଲା ଲଙ୍କା ବଦଳରେ ଗ୍ରିନ ଲଙ୍କା କିମ୍ବା ଗୋଲମରିଚ ଖାଇପାରିବେ ।
୨. ମିଠାଜାତୀୟ ଖାଦ୍ୟ ମଧ୍ୟ ଦୂରେଇ ରୁହନ୍ତୁ । ମିଠା ଖାଦ୍ୟ କିମ୍ବା କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଶରୀରରେ ରକ୍ତ ଶର୍କରାର ମାତ୍ରା ବୃଦ୍ଧି କରିଥାଏ ଏବଂ ବେଶି ଯନ୍ତ୍ରଣା ହୋଇଥାଏ । ଏହା ବ୍ୟତୀତ ଆପଣ ଗ୍ରିନ ସାଲାଡ କିମ୍ବା ସବୁଜ ପନିପରିବା ଖାଇପାରିବେ ।
୩. ସୋଢା, କଫି ଏବଂ ଥଣ୍ଡା ପାନୀୟ ମଧ୍ୟ ପିଅନ୍ତୁ ନାହିଁ । ଋତୁସ୍ରାବ ସମୟରେ ଶରୀରରେ ହରମୋନର ଅସନ୍ତୁଳନ ହେୁଥିବାରୁ ଖାଦ୍ୟ କିଛି ମାତ୍ରାରେ କଷ୍ଟ ଦେଇଥାଏ । ଏହି ସମୟରେ କାଫେଇନ ଯୁକ୍ତ ପାନୀୟ ବିଲକୁଲ ପିଇବା ଉଚିତ ନୁହେଁ ।
୪. ଆଲକୋହଲର ସେବନ ମଧ୍ୟ ବନ୍ଦ କରନ୍ତୁ । ଋତୁସ୍ରାବ ସମୟରେ ଗ୍ୟାସ ଏବଂ ବ୍ଲୋଟିଙ୍ଗ ସମସ୍ୟା ହେତୁ ଆଲକୋହଲର ସେବନ ଦ୍ୱାରା ଡାଇରିଆ ପରି ସମସ୍ୟା ହେବାର ସମ୍ଭାବନା ଥାଏ । ଏହା ଋତୁସ୍ରାବଜନିତ ଯନ୍ତ୍ରଣାକୁ ଏହା ଅଧିକ ବଢାଇଥାଏ ।
୫. ଦୁଗ୍ଧଜାତୀୟ ଖାଦ୍ୟ – ଦୁଗ୍ଧଜାତୀୟ ଖାଦ୍ୟ ତଥା ଖିର, ଦହି, ଛେନା ଏବଂ ଚିଜ ପେଟରେ ଗ୍ୟାସ ଏବଂ ବ୍ଲୋଟିଂ ସମସ୍ୟା ବୃଦ୍ଧି କରିଥାଏ । ଯଦି ଆପଣ ଖାଉଛନ୍ତି ତେବେ ଲୋ-ଫ୍ୟାଟର ଦୁଗ୍ଧ ପିଇପାରିବେ । ଏହି ସମୟରେ ଆପଣ ଘିଅ ଖାଇପାରିବେ ଏହା ଆପଣଙ୍କୁ କିଛି ମାତ୍ରାରେ ଆରାମ ଦେଇପାରିବ ।

 


Share It

Comments are closed.