ସୁନ୍ଦର ଓ କୋମଳ ସ୍କିନ ପାଇଁ ବ୍ୟବହାର କରନ୍ତୁ ଏହି ଘରୋଇ ସ୍କ୍ରବ


କ୍ଲିଞ୍ଜିଙ୍ଗ, ଟୋନିଂ ଏବଂ ମଶ୍ଚରାଇଜିଂ ପରି, ସ୍କ୍ରବିଂ ମଧ୍ୟ ଆମର ସୌନ୍ଦର୍ଯ୍ୟ ରୁଟିନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ | ସ୍କ୍ରବିଂ ଅନେକ ସ୍କିନ୍ ସମସ୍ୟାକୁ ରୋକିପାରେ | ଆପଣଙ୍କ ତ୍ୱଚାକୁ ସ୍କ୍ରବିଂ କରିବା ଆଦୌଁ କଷ୍ଟକର କାମ ନୁହେଁ | ତ୍ୱଚାରେ ସ୍କ୍ରବର ବ୍ୟବହାର କରିବା ଦ୍ୱାରା ମୁହଁ କୋମଳ ହେବା ସହ ଚମକ ବୃଦ୍ଧି ପାଇଥାଏ। ବଜାରରେ ବିଭିନ୍ନ ପ୍ରକାର ସ୍କ୍ରବ ବିକ୍ରି ହୋଇଥାଏ। କିନ୍ତୁ ବଜାରରେ ଉପଲବ୍ଧ ବିଭିନ୍ନ ପ୍ରକାରର କେମିକାଲଯୁକ୍ତ ଫେସିଆଲ୍ ସ୍କ୍ରବ୍ ଏବଂ ବଡି ସ୍କ୍ରବ୍ ସହିତ ଆପଣଙ୍କ ସ୍କିନକୁ ସ୍କ୍ରବିଂ କରିବା ଆଦୌଁ ସୁରକ୍ଷିତ ନୁହେଁ । ମାତ୍ର ଆପଣ ଘରୋଇ ଉପାୟରେ ମଧ୍ୟ ସ୍କ୍ରବ ପ୍ରସ୍ତୁତ କରି ପାରିବେ। ତେବେ ଆସନ୍ତୁ ଜାଣିବା..

୧- ବାନାନା ସ୍କ୍ରବ

ପ୍ରଥମେ କଦଳୀକୁ ଭଲ ଭାବେ ଚକଟି ଏଥିରେ ସାମାନ୍ୟ ପାଣି ଓ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ନିଜ ମୁହଁ ଓ ହାତରେ ଲଗାଇ ୧ହ ମିନିଟ ମାଲିସ କରନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ।

୨- ଦହି ଓ ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡାକୁ ଭଲ ଭାବେ ଚକଟି ଏଥିରେ ଦହି, ସାମାନ୍ୟ ଲେମ୍ବୁ ରସ, ଏକ ଚାମଚ ମହୁ ମିଶାଇ ସ୍କ୍ରବ ପ୍ରସ୍ତୁତ କରନ୍ତୁ। ୧୦ ମିନିଟ ମୁହଁରେ ଭଲରେ ମାଲିସ କରି କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।

୩- ଓଟସ୍‍ ଓ ଟମାଟୋ ସ୍କ୍ରବ

ଓଟସ୍‍ କୁ ସାମାନ୍ୟ ପେଷି କଟା ଟମାଟୋରେ ଏହି ଓଟସ୍‍ କୁ ରଖି ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ଏହା ମୁହଁର ବିଭିନ୍ନ ଦାଗ ଦୂର ସହ ମୁହଁକୁ କୋମଳ କରିଥାଏ।

୪-ମହୁ, କମଳା ସ୍କ୍ରବ

ଦୁଇ ଚାମଚ କମଳା ଚୋପା ଗୁଣ୍ଡରେ, ୨ ଚାମଚ ଓଟସ, ୧ ଚାମଚ ମହୁ, ସାମାନ୍ୟ ପାଣି ମିଶାନ୍ତୁ। ଏହାକୁ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।


Share It

Comments are closed.