ତ୍ୱଚା ସମ୍ବନ୍ଧିତ ସମସ୍ୟା ଦୂର କରିବା ପାଇଁ ତୂଳସୀ ପତ୍ରକୁ ଏଭଳି କରନ୍ତୁ ବ୍ୟବହାର


ଭାରତର ପ୍ରତ୍ୟେକ ଅଗଣାରେ ତୁଳସୀ ଗଛ ଶୋଭାପାଇଥାଏ। ଆମ ହିନ୍ଦୁ ଧର୍ମରେ ଏହି ଗଛର ବିଶେଷ ମହତ୍ବ ରହିଛି । ବାସ୍ତୁଶାସ୍ତ୍ରରେ ଏହାକୁ ବେଶ ପବିତ୍ର ଭାବେ ବିବେଚନା କରାଯାଏ । ଏହାଘରେ ନକାରାତ୍ମକ ଉର୍ଜା ସୃଷ୍ଟି କରିଥାଏ । ତେବେ ବାସ୍ତୁ ବ୍ୟତୀତ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ସ୍ୱାସ୍ଥ୍ୟ ଓ ତ୍ୱଚା ସମ୍ବନ୍ଧୀୟ ଅନେକ ଛୋଟ ଛୋଟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । ନିୟମିତ ତୁଳସୀ ସେବନ କଲେ ଥଣ୍ଡା କାଶ ଦୂର ହୋଇଥାଏ। ମୁହଁରେ ତୁଳସୀ ପତ୍ର ନିୟମିତ ଲଗାଇଲେ ଦାଗ ଦୂର ହେବାସହ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ତୁଳସୀ ପତ୍ର ବ୍ୟବହାର କରିବାର ୫ ଟି ଉପାୟ ବିଷୟରେ କହୁବାକୁ ଯାଉଛୁ ଯାହା ଆପଣଙ୍କ ତ୍ବଚା ପାଇଁ ବେଲ ଲାଭକାରୀ ହୋଇଥାଏ।

ଆଜିକାଲି ଅନେକ ଲୋକଙ୍କର ପିଗମେଣ୍ଟେସନ୍ ସମସ୍ୟା ଦେଖିବାକୁ ମିଳୁଛି। ପିଗମେଣ୍ଟେ୍ସ ଅନେକ କାରଣରୁ ହୋଇଥାଏ। କିନ୍ତୁ ଶରୀରରେ ରକ୍ତ ଅଭାବ ଏହାର ମୂଳ କାରଣ। ଏହି ସମସ୍ୟା ଦୂର କରିବାକୁ ଅଧିକ ମାତ୍ରାରେ ଫଳ ଓ ପନିପରିବା ଖାଇବା ଉଚିତ। ଏହାସହ କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଫସଫରସ୍ ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଖାଇବା ଦ୍ବାରା ଏହି ସମସ୍ୟା ଦୂର କରାଯାଇପାରିବ।

ତୁଳସୀ ପତ୍ରର ବ୍ୟବହାର :

୧. ତୁଳସୀ ପତ୍ର ଓ ଲେମ୍ବୁ ରସ – ତୁଳସୀ ପତ୍ରରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇପାରିବେ। ଏକ ଚାମଚ ତୁଳସୀ ପତ୍ର ପେଷ୍ଟରେ ଅଧା ଲେମ୍ବୁର ରସ ମିଶାଇ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ଶୁଖିବା ପରେ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା କଳା ଦାଗ ଦୂର ହୋଇଯିବ।

୨. ତୁଳସୀ ପତ୍ର ଓ ମିଲ୍କ କ୍ରିମ – ଏକ ଚାମଚ ମିଲ୍କ କ୍ରିମରେ ଏକ ଚାମଚ ତୁଳସୀ ପେଷ୍ଟ ମିଶାଇ ମୁହଁରେ ଲଗାନ୍ତୁ। କିଛି ଦିନରେ ପିଗମେଣ୍ଟେସନ ଦୂର ହୋଇଯିବ। ଏହାସହ ମୁହଁର ଦାଗ ମଧ୍ୟ ସଫା ହୋଇଯିବ।

୩. ତୁଳସୀ ପତ୍ର ଓ ଅଟା ଚୋକଡ – ଅଟା ଚୋକଡରେ ତୁଳସୀ ପତ୍ର ପେଷ୍ଟ ଓ ଏକ ଚାମଚ ଦହି ମିଶାଇ ଏହାକୁ ରାତି ସାରା ରଖି ଦିଅନ୍ତୁ। ସକାଳେ ଏଥିରେ କ୍ୟାମୋମାଇଲ ଟି ଏବଂ ଡାଲଚିନି ମିଶାଇ ଏହି ପେଷ୍ଟକୁ ମୁହଁରେ ଭଲ ଭାବେ ଘସନ୍ତୁ। ୫ ମିନିଟ ଯାଏଁ ସ୍କ୍ରବ କରିବା ପରେ ଧୋଇ ଦିଅନ୍ତୁ।

୪. ତୁଳସୀ ପତ୍ର ଓ ହଳଦୀ – ତୁଳସୀ ପେଷ୍ଟରେ ଏକ ଚୁଟକୀ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ଶୁଖିବା ପରେ ମୁହଁ ଧୋଇ ଦିଅନ୍ତୁ। ମୁହଁ ସଫା ଦେଖାଯିବ ସହ ପିଗମେଣ୍ଟେସନ ମଧ୍ୟ ଦୂର ହୋଇଯିବ।

୫. ତୁଳସୀ ପତ୍ର ଓ ମହୁ – ଏକ ଚାମଚ ତୁଳସୀ ପତ୍ର ପେଷ୍ଟରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାନ୍ତୁ। ୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ମୁହଁର ଦାଗ ଦୂର ହୋଇଯିବ।


Share It

Comments are closed.