ଟ୍ରମ୍ପଙ୍କ ବିବାଦୀୟ ବୟାନ, କହିଲେ ମୁଁ ନିର୍ବାଚନରେ ହାରିଗଲେ ୨୦ ଦିନରେ ଆମେରିକା ଉପରେ ଚୀନ୍ କବଜା କରିନେବ


ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ପ୍ରସ୍ତୁତି। ରିପବ୍ଲିକାନ୍ ପାର୍ଥୀ ଡୋନାଲ୍ଡୋ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ଭିତରେ ଚାଲିଛି କଡା ଟକ୍କର। ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆଗାମୀ ୩ ନଭମ୍ବେରରେ ହେବ। ତେବେ ଏହା ଭିତରେ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କହିଛନ୍ତି, ଯଦି ମୁଁ ନିର୍ବାଚିତ ନହୁଏ ତେବେ ୨୦ ରୁ କମ୍ ଦିନ ଭିତର ଆମେରିକା ଉପରେ ଚୀନ୍ କବଜା କରିନେବ।

ଏହା ସହିତ ସେ କହିଛନ୍ତି ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଆମେରିକା ପାଖରେ କୋଭିଡ୍-୧୯ର ସୁରକ୍ଷିତ ଓ ପ୍ରଭାବୀ ଟିକା ଉପଲବ୍ଧ ହେବ। ସେ ଦେଶର କର୍ପୋରେଟ୍ ଜଗତକୁ ଭରସା ଦେଇଛନ୍ତି ଯଦି ଆଉ ଥରରେ ନିର୍ବାଚିତ ହୁଅନ୍ତି ତେବେ ଆଶା, ସୁଯୋଗ ଓ ବିକାଶକୁ ଆଗକୁ ବଢାଇ ନେବେ। ଚୀନ୍ ସାରା ବିଶ୍ବରେ କରୋନା ଭାଇରସ୍ ବ୍ୟାପିଛି, ତାକୁ କେବଳ ଟ୍ରମ୍ପ ପ୍ରଶାସକ କଡା ଜବାବ୍ ଦେଇପାରିବେ, ଯଦି ମୁଁ ନିର୍ବାଚିତ ନହୁଏ ତେବେ ୨୦ ରୁ କମ୍ ଦିନ ଭିତର ଆମେରିକା ଉପରେ ଚୀନ୍ କବଜା କରିନେବ।

ଟ୍ରମ୍ପ ହ୍ୱାଇଟ ହାଉସରୁ ନ୍ୟୁୟର୍କ, ଚିକାଗୋ, ଫ୍ଲୋରିଡା, ପିଟସବର୍ଗ, ଶୋବୋୟଗନ, ୱାଶିଂଟନ ଡିସିର ଇକୋନୋମିକ୍ କ୍ଲବକୁ ସମ୍ବୋଧିତ କରି କହିଛନ୍ତି, ଆମେରିକା ସମାନାରେ ସହଜ ବିକଳ୍ପ ରହିଛି, ଏହି ବିକଳ୍ପ ମୋର ଆମେରିକା ସମର୍ଥକ ନୀତି ଅନୁସାରେ ଐତିହାସିକ ସମୃଦ୍ଧି ଅଟେ କିମ୍ବା କଠୋର ବାମପନ୍ଥୀ ବିଚାର ଅନ୍ତର୍ଗତ ଦାରିଦ୍ର୍ୟ ଓ ମାନ୍ଦାବସ୍ଥା ହୋଇପାରେ। ୧ ଅକ୍ଟୋବରରେ କରୋନା ସଂକ୍ରମିତ ହୋଇ ଟ୍ରମ୍ପ ସେନା ହସ୍ପିଟାଲରେ ୪ ଦିନ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇଥିବା ନେଇ ଟ୍ରମ୍ପ ନିଜେ ଘୋଷଣା କରିତିଲେ। ହ୍ୱାଇଟ ହାଉସର ଡାକ୍ତର ତାଙ୍କୁ ଏବେ ନିର୍ବାଚନୀ ରାଲିରେ ସାମିଲ ହେବାର ଅନୁମତି ଦେଇଛନ୍ତି।


Share It

Comments are closed.