ଗୁରୁତର ରୋଗରେ ପୀଡିତ ଅଛନ୍ତି ପୁଟିନ, ନିଜ ପଦରୁ ଦେଇପାରନ୍ତି ଇସ୍ତଫା


ରୁଷର ରାଷ୍ଟ୍ରପତି ବ୍ଳାଦିମିର ପୁତିନ ଆସନ୍ତା ବର୍ଷ(୨୦୨୧) ରେ ନିଜର ପଦ ଛାଡି ପାରନ୍ତି। ଏଭଳି ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ରୋଗ କାରଣରୁ ପୁତିନ ଇସ୍ତଫା ​ଦେବେ। ମସ୍କୋର ରାଜନୈତିକ ବିଶେଷଜ୍ଞ ଭେଲେରି ସୌଲଭି ‘ଦ ସନ୍’କୁ କହିଛନ୍ତି, ରୁଷ ରାଷ୍ଟ୍ରପତିଙ୍କ ୩୭ ବର୍ଷୀୟ ପ୍ରେମିକା, ଅଲିନା କାବେୱା ଓ ତାଙ୍କର ଦୁଇ ଝିଅ ତାଙ୍କୁ ପଦ ଛାଡିବାକୁ ଉତ୍ସାହିତ କରିଛନ୍ତି। ସେ କହିଛନ୍ତି, ୬୮ ବର୍ଷୀୟ ରୁଷ ରାଷ୍ଟ୍ରପତି ପୁତିନଙ୍କ ଉପରେ ତାଙ୍କର ପରିବାର ଖୁବ୍ ଚିନ୍ତାରେ ଅଛନ୍ତି। ତାଙ୍କର ପରିବାର ଚାହାନ୍ତି ସେ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁତିନଙ୍କ ଗର୍ଲଫ୍ରେଣ୍ଡ ଜିମନାଷ୍ଟା ଅଲିନା କାବେୱା ଓ ତାଙ୍କର ଦୁଇ ଝିଅ ତାଙ୍କୁ ଇସ୍ତଫା ଦେବାକୁ ନିବେଦନ କରିଛନ୍ତି। ପୁତିନ ଜାନୁଆରୀରେ ନିଜର ହ୍ୟାଣ୍ଡଓଭର ପ୍ଲାନକୁ ସାର୍ବଜନିକ କରିବାର କୁହାଯାଉଛି। ସୌଲଭି ଏହା ମଧ୍ୟ ଦାବି କରିଛନ୍ତି ଯେ, ପୁତିନ୍ ପାର୍କିନସନ୍ ରୋଗରେ ପୀଡିତ ହୋଇପାରନ୍ତି। କାରଣ ନିକଟରେ ତାଙ୍କ ପାଖରେ ଏହି ରୋଗର ଲକ୍ଷଣ ଦେଖବାକୁ ମିଳିଥିଲା। ‘ଦ ସନ୍’ର ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ପୁତିନଙ୍କର ପାଦ ଥରିବା ଭଳି ସମସ୍ୟା ଦେଖିବାକୁ ମିଳିଛି, ଯାହାକି ଏକ ରୋଗର ଲକ୍ଷଣ। ପାଦ ସହିତ ତାଙ୍କର ଆଙ୍ଗୁଠିରେ ମଧ୍ୟ ଏଭଳି ସମାନ ସମସ୍ୟା ରହିଛି। ଉଲ୍ଲେଖନୀୟ ଯେ, ପୁତିନ ପ୍ରଥମ ଥର ୭ ମଇ ୨୦୦୦ରେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ସେ ରୁଷର ପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।


Share It

Comments are closed.