ସର୍ଜିକାଲ ଷ୍ଟ୍ରାଇକ୍ ଆଧାରରେ ନିର୍ମିତ ଚଳଚ୍ଚିତ୍ର ‘ଉରି’ ହେଲା ରିଲିଜ୍


୨୦୧୬ ମସିହାରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କ ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା । ୨୦୧୬ ମସିହା ୧୮ ସେପ୍ଟେମ୍ବରରେ ଆତଙ୍କିଙ୍କ ଦ୍ୱାରା ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ଆକ୍ରମଣର ଜବାବ ଦେବାକୁଯାଇ ୨୯ ସେପ୍ଟେମ୍ବର ୨୦୧୬ରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର, ପିଓକେରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା । ଉକ୍ତ ସର୍ଜିକାଲ ଷ୍ଟ୍ରାଇକ୍ ମାଧ୍ୟମରେ ଆତଙ୍କବାଦୀ ମାନଙ୍କୁ ଉପଯୁକ୍ତ ଜବାବ୍ ମିଳିପାରିଥିଲା । କିନ୍ତୁ ଭାରତରେ ଅନେକ ରାଜନେତା ଏହାକୁନେଇ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ । ଏହି ନେତା ମାନଙ୍କ ମଧ୍ୟରେ ଦିଲ୍ଲୀର ମୂଖ୍ୟମନ୍ତ୍ରୀ, ଅରବିନ୍ଦ କେଜିରୱାଲଙ୍କ ଠାରୁ ଆରମ୍ଭକରି ବିହାରର ରାଷ୍ଟ୍ରିୟ ଜନତା ଦଳ ନେତା, ସିବାନନ୍ଦ ତିୱାରୀଙ୍କ ପର୍ଯ୍ୟନ୍ତ ସଂଶ୍ଳିଷ୍ଠ ଥିଲେ । ଅରବିନ୍ଦ କେଜିରୱାଲ ସେତେବେଳେ କେନ୍ଦ୍ର ସରକାରଙ୍କୁ ଆକ୍ଷେପକରି ଏହାର ପ୍ରମାଣ ଦେବାକୁ କହିଥିଲେ । ସେହିପରି ଅରୁଣ ଶୌରୀ ଏହାକୁ ଫର୍ଜିକାଲ ଷ୍ଟ୍ରାଇକର ଆଖ୍ୟା ଦେଇଥିବାବେଳେ ବିହାରର ରାଜଦ ନେତା, ଶିବାନନ୍ଦ ତିୱାରୀ କେନ୍ଦ୍ର ସରକାରଙ୍କୁ ଅନେକ ସମାଲୋଚନା କରିଥିଲେ । ସେ ଏହା ମଧ୍ୟ କହିଥିଲେକି ମୋଦୀ ସରକାର ହେଉଛନ୍ତି ଏକ ଡ଼ିଣ୍ଡୋରା ବଜାଇବା ସରକାର, ଯାହା ହାତରେ ଦେଶର ଭବିଷ୍ୟତ ସୁରକ୍ଷିତ ନୁହେଁ । ସର୍ଜିକାଲଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇଥିବା ଅନ୍ୟ ନେତା ମାନଙ୍କ ମଧ୍ୟରେ କଂଗ୍ରେସ୍ ନେତା, ଦିଗବିଜୟ ସିଂ, ପୂର୍ବ ଅର୍ଥ ମନ୍ତ୍ରୀ, ପି ଚିଦାମ୍ବରମ୍ ପ୍ରଭୁତି ସଂଶ୍ଳିଷ୍ଠ । ତେବେ ଏହି ଚଳଚ୍ଚିତ୍ର ମାଧ୍ୟମରେ ସେତେବେଳେ ପ୍ରତିବାଦ କରିଥିବା ନେତାମାନେ ବର୍ତ୍ତମାନ ଏହି ଚଳଚ୍ଚିତ୍ର ମାଧ୍ୟମରେ ସେନାର ଏହି ଅପରେସନ୍ର ସତ୍ୟତା ବିଷୟରେ ଜାଣିପାରିବେ । ଯେବେକି ସର୍ଜିକାଲ ଷ୍ଟ୍ରାଇକ୍ର ଭିଡ଼ିଓ ପ୍ରଥମରୁ ହିଁ ସମାଲୋଚକଙ୍କ ମୁହଁ ବନ୍ଦ କରିସାରିଛି । ଏବଂ ଏହି ଭିଡ଼ିଓ ଦେଖିସାରିବା ପରେ ସୀମା ଉପରେ ସହିଦ୍ ହୋଇଥିବା ଯବାନ୍ ମାନଙ୍କର ପରିବାର କହିଛନ୍ତିଯେ, ଏହି ଭିଡ଼ିଓ ଦେଖି ସେମାନଙ୍କ ଆତ୍ମାକୁ ଶାନ୍ତି ପହଞ୍ଚିଗଲା ।


Share It

Comments are closed.