ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ: କଟକରେ ଜୀବନ ରକ୍ଷାକାରୀ ଚିକିତ୍ସା ବିନା ଏଚ୍ଏଇ ରୋଗୀଙ୍କ ସଂଘର୍ଷ
ଭୁବନେଶ୍ୱର: କଟକରେ ଅନେକ ରୋଗୀମାନଙ୍କଠାରେ ବଂଶାନୁକ୍ରମିକ ଆଞ୍ଜିଓଇଡିମା (ଏଚଏଇ) ରୋଗ ଚିହ୍ନଟ କରାଯାଇଛି। ଏହା ଏକ ବିରଳ ଏବଂ ସମ୍ଭାବ୍ୟ ଜୀବନ ନାଶକାରୀ ଜେନେଟିକ୍ ବ୍ୟାଧି। ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଏଚଏଇ ରୋଗୀମନଙ୍କ ପାଇଁ ଅତ୍ୟାବଶ୍ୟକୀୟ ଚିକିତ୍ସା ସୁବିଧା ପାଇଁ ସରକାରୀ ଡାକ୍ତରଖାନାରେ ଯଥା ଜିଲ୍ଲା ଡାକ୍ତରଖାନା ଏବଂ ମେଡିକାଲ୍ କଲେଜଗୁଡିକ ବିଶେଷ ସୁବିଧା ଉପଲବ୍ଧ ନାହିଁ। ଏହି ଅନ୍ତର ଦର୍ଶାଉଛି ଯେ ଏହି ଅଂଚଳର ରୋଗୀମାନେ ଉପଯୁକ୍ତ ଏବଂ ଜୀବନରକ୍ଷାକାରୀ ଯତ୍ନ ପାଇବାକୁ ନିଶ୍ଚିତ କରିବାକୁ ହେଲେ ସମୟୋଚିତ, ସମନ୍ୱିତ ହସ୍ତକ୍ଷେପର ଅତ୍ୟାବଶ୍ୟକତା ରହିଛି।
ଏଚଏଇେଋ ଅନିୟମିତ ଭାବରେ ପ୍ରବଳ ଫୁଲା ହୋଇଥଯାଏ ଯାହା ସାଧାରଣତଃ ଅଙ୍ଗ, ମୁଖ, ଆହାରନଳୀ ଏବଂ ଶ୍ୱାସନଳୀକୁ ପ୍ରଭାବିତ କରିଥାଏ। ସମୟୋଚିତ ଚିକିତ୍ସା ବିନା ବିଶେଷକରି ଶ୍ୱାସନଳୀକୁ ଜଡିତ କରୁଥିବା ଆକ୍ରମଣଗୁଡିକ ମାରାତ୍ମକ ହୋଇପାରେ। ବର୍ତର୍ମାନ ଜିଲ୍ଲା ଡାକ୍ତରଖାନାଗୁଡିକରେ ଏଚ୍ଏଇର ତୀବ୍ର ପରିଚାଳନା ପାଇଁ ଆବଶ୍ୟକ ଅନୁମୋଦିତ, ଜୀବନରକ୍ଷାକାରୀ ଔଷଧ ମହଜୁଦ ନାହିଁ, ଯାହାଦ୍ୱାରା ରୋଗୀମାନେ ଅତ୍ୟଧିକ ଦୁର୍ବଳ ହୋଇପଡିଛନ୍ତି।
ଅତ୍ୟାବଶ୍ୟକୀୟ ଚିକିତ୍ସା ପ୍ରୋଟୋକଲ୍ର ଅଭାବ ଏଚଏଇ ରୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ଆହୁରି ଗଭୀର କରୁଛିି। ଅନେକଙ୍କୁ ଚିହ୍ନଟ କରାଯାଇନଥାଏ କିମ୍ବା ଭୁଲ୍ ଚିହ୍ନଟ କରାଯାଇଥାଏ ଏବଂ ଯେଉଁମାନେ ଏକ ସଠିକ୍ ରୋଗ ନିର୍ଣ୍ଣୟ ହାସଲ କରନ୍ତି ସେମାନେ ମଧ୍ୟ ଏହି ଅଭାବ ଏବଂ ନୀତିଗତ ଅବହେଳା ଯୋଗୁଁ ଚିକିତ୍ସା ପାଇବାରେ ଅସମର୍ଥ ହୋଇଥାନ୍ତି। କେତେକ ରୋଗିଙ୍କ ପାଇଁ ସଠିକ୍ ଯତ୍ନ ହାସଲ କରିବା ଅର୍ଥ ଶହେ କିଲୋମିଟର ଯାତ୍ରା କରିବା କିମ୍ବା ବ୍ୟକ୍ତିଗତ ସୁବିଧାଗୁଡିକରେ ନିଜ ପକେଟରୁ ଟଙ୍କା ଦେବା ଯାହା ଏକ ଯଥାର୍ଥ କିମ୍ବା ସ୍ଥାୟୀ ସମାଧାନ ନୁହେଁ।
ଆରୋଗ୍ୟ ସେବା ପ୍ରଣାଳୀକୁ ମଜଭୁତ କରିବା ଏବଂ ଏଚ୍ଏଇ ରୋଗୀଙ୍କ ଯତ୍ନ ଉନ୍ନତ କରିବା ପାଇଁ ମିଳିତ ଭାବରେ କାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଅର୍ଥ ହେଉଛି ପ୍ରାରମ୍ଭିକ ଏବଂ ସଠିକ୍ ରୋଗ ନିର୍ଣ୍ଣୟକୁ ସକ୍ଷମ କରିବା, ଏବଂ ଜିଲ୍ଲା ଏବଂ ସିଭିଲ୍ ଡାକ୍ତରଖାନାଗୁଡିକରେ ଅତ୍ୟାବଶ୍ୟକୀୟ ଚିକିତ୍ସା ସହଜରେ ଉପଲବ୍ଧ ହେବା ନିଶ୍ଚିତ କରିବା।
ଏଚଏଇ ମାମଲାର ସଂଖ୍ୟା ବୃଦ୍ଧି ପାଇଥିବାରୁ କଟକର ଆରୋଗ୍ୟ ସେବା ପ୍ରଶାସକମାନେ ଏବଂ ଆରୋଗ୍ୟ ସେବା ପ୍ରଦାନକାରୀମାନଙ୍କୁ ଏକତ୍ରିତ ହୋଇ ଏଚଏଇ ଭଳି ବିରଳ ରୋଗୀଙ୍କ ପାଇଁ ସମାନ ଯତ୍ନ ଉପଲବ୍ଧ ନିଶ୍ଚିତ କରିବା ଜରୁରୀ ହୋଇପଡ଼ିଛି।
Comments are closed.