ସ୍ତ୍ରୀକୁ ବାଜିରେ ଲଗାଇ ଜୁଆରେ ହାରିଲା ସ୍ୱାମୀ, ସାଙ୍ଗମାନେ ମିଶି କଲେ ଗଣଦର୍ଷଣ


ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାରେ ଗ୍ୟାଙ୍ଗରେଫର ଏକ ଭୟଙ୍କର ଘଟଣା ସାମନାକୁ ଆସିଛି । ଏଠାରେ ମଦ ଏବଂ ଜୁଆ ନିଶାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବାଜିରେ ଲଗାଇଦେଇଥିବାର ଘଟଣା ସାମନାକୁ ଆସିଛି । ଏହା ପରେ ଉକ୍ତ ବ୍ୟକ୍ତିଙ୍କ ସାଙ୍ଗମାନେ ମିଶି ମହିଳାଙ୍କ ସହ ଗ୍ୟାଙ୍ଗରେଫ କରିଥିଲେ । ମହିଳା କୋର୍ଟରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିବାବେଳେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ମଧ୍ୟ ହୋଇ ନାହାନ୍ତି ।
ଏହି ଘଟଣାକୁ ନେଇ ପୀଡିତା ମହିଳା ଜଣକ କହିଛନ୍ତି ଯେ, “ଏକ ମାସ ପୂର୍ବରୁ ମୋ ସହ ଯୌନ ଉତ୍ପିଡନ ହୋଇଥିଲା । ମୋ ସ୍ୱାମୀ ଜଣେ ଜୁଆ ଏବଂ ନିଶାଗ୍ରସ୍ତ ବ୍ୟକ୍ତି ହୋଇଥିବାବେଳେ ସେ ତାଙ୍କ ସାଙ୍ଗ ଅରୁଣ ଏବଂ ସାଙ୍ଗଙ୍କ ସଂପର୍କୀୟ ଅନିଲଙ୍କ ସହ ମିଶି ଜୁଆ ଖେଳ ଖେଳିଥାନ୍ତି । ସ୍ୱାମୀ ଯେତେବେଳେ ଜୁଆରେ ସମସ୍ତ ଟଙ୍କା ହାରିଗଲେ ଶେଷରେ ସେ ମୋତେ ବାଜିରେ ଲଗାଇଦେଇଥିଲେ ଏବଂ ହାରି ମଧ୍ୟ ଜାଇଥିଲେ । ଏହା ପରେ ଅରୁଣ ଏବଂ ଅନୀଲ ମିଶି ମୋ ସହ ଗଣ ଦର୍ଷଣ କରିଥିଲେ ।”
ମହିଳା ଜଣକ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ଘଟଣା ଘଟିବା ପରେ ସେ ତାଙ୍କ ମାମୁ ଘରକୁ ଚାଲିଯାଇଥିଲେ କିନ୍ତୁ କିଛି ଦିନ ପରେ ସ୍ୱାମୀ ଆସି ଉକ୍ତ ଘଟଣା ପାଇଁ ପଶ୍ଚାତାପ କରି ଘରକୁ ଫେରାଇ ନେବା ପାଇଁ କାରରେ ଯିବା ସମୟରେ ଅଧା ବାଟରେ ପୁଣି ତାଙ୍କ ସାଙ୍ଗମାନେ ମିଶି ମୋ ସହ ଗଣଦର୍ଷଣ କରିଥିଲେ ।


Share It

Comments are closed.