ଟିଭିଏସ୍ ମୋଟୋସୌଲ ୪.୦ରେ ନୂଆ ୨୦୨୫ ଟିଭିଏସ୍ ରୋନିନ୍ ଉନ୍ମୋଚିତ

Share It

ଭୁବନେଶ୍ୱର: ଟିଭିଏସ୍ ମୋଟର କଂପାନି ପକ୍ଷରୁ ଗୋଆର ଭାଗାଟୋରରେ ଆୟୋଜନ କରାଯାଇଥିବା ମୋଟରସାଇକଲ୍ ଉତ୍ସବ ଟିଭିଏସ୍ ମୋଟୋସୌଲ ୪.୦ ଯେଉଁଥିରେ ନୂଆ ୨୦୨୫ ଟିଭିଏସ୍ ରୋନିନ୍‌କୁ ଉନ୍ମୋଚନ କରାଯାଇଛି। ଏହି ମୋଟରସାଇକଲ୍ ଏବେ ଦୁଇଟି ନୂଆ ରଙ୍ଗ ଗ୍ଲାସିୟର ସିଲ୍‌ଭର୍ ଓ ଚାର୍‌କୋଲ୍ ଏମ୍ବର ରଙ୍ଗରେ ଉପଲବ୍ଧ ହୋଇଛି ଯାହା ରେଟ୍ରୋ ଡିାଇନ୍ ଓ ଆଧୁନିକ ସୁବିଧାସୁଯୋଗର ଏକ ଚମତ୍କାର ମିଶ୍ରଣ। ଏହାର ଜୀବନ୍ତ ରଙ୍ଗ, ଗ୍ରାଫିକ୍ସ ଓ ଉନ୍ନତ ପ୍ରଯୁକ୍ତି ଯେକୌଣସି ପ୍ରକାର ମନୋଭାବକୁ ସୁହାଇବ।
ଟିଭିଏସ୍ ମୋଟୋସୌଲ ୪.୦ରେ ନୂଆ ମୋଟରସାଇକଲ୍ ରେସ୍ ଫର୍ମାଟ୍ ଦେଖିବାକୁ ମିଳିଥିଲା। ହାଇ ସ୍ପିଡ୍ ଫ୍ଲାଟ୍ ଟ୍ରାକ୍ ରେସ୍ ଓ ଡାର୍ଟ ଟ୍ରାକ୍ ରେସରେ ରାଇଡରମାନେ ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ମୋଟରସାଇକଲକୁ ଭଲ ପାଉଥିବା ଲୋକଙ୍କୁ ଏକଜୁଟ କରିଥିଲା। ପ୍ରତିଟି ରେସ୍ ଏହି ପ୍ରତିଯୋଗିତାକୁ ନୂତନ ସୋପାଦକୁ ନେଇ ଟିଭିଏସ୍ ମୋଟୋସୌଲକୁ ଆହୁରି ଦୃଢ଼ କରିଥିଲା।
ଟିଭିଏସ୍ ମୋଟର କମ୍ପାନିର ବ୍ୟବସାୟ ମୁଖ୍ୟ-ପ୍ରିମିୟମ୍ ବିମଲ ସୁମ୍ବଲି କହିଛନ୍ତି ଯେ, “ଫିଲ ଦି ଆଡ୍ରେନାଲିନ୍‌, ଫିଲ ଦି ଇନସ୍ପିରେସନ୍‌, ଫିଲ୍ ଦି ଗ୍ରୋଭ୍ ବିଷୟବସ୍ତୁ ଉପରେ ଆଧାରିତ ଟିଭିଏସ୍ ମୋଟୋସୌଲ ୨୦୨୪ ହେଉଛି ଅଭିଳାଷ, ନବସୃଜନତାର ଏକ ବାସ୍ତବ ଉତ୍ସବ। ପ୍ରତିଟି ସଂସ୍କରଣରେ ଆମେ ମୋଟରସାଇକଲ୍ ରେସିଂର ଭାବରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିବାବେଳେ ରାଇଡର ଓ ଉତ୍ସାହୀମାନଙ୍କୁ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିଛୁ। ମୋଟରସାଇକଲ୍ ଗୋଷ୍ଠୀ ସଫଳ ହେବା ଦେଖିବା ବେଶ୍ ଉତ୍ସାହଜନକ ଏବଂ ସ୍ୱତନ୍ତ୍ର ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ ଯାହା ମଣିଷ ଓ ମୋଟରସାଇକଲ୍ ଭିତରେ ସମ୍ପର୍କକୁ ସୁଦୃଢ଼ କରିବ।”
ନୂଆ ୨୦୨୫ ଟିଭିଏସ୍‌ରେ ରହିଛି ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ଯାହା ରାଇଡରଙ୍କ ସୁରକ୍ଷା ଓ ସ୍ଥିରତାକୁ ବଢ଼ାଇବ। ବିଶ୍ୱ ସ୍ତରୀୟ ମୋଟରସାଇକଲ୍ ବ୍ୟବସ୍ଥା ଜିଭି ସହିତ ସହଯୋଗିତାରେ କମ୍ପାନି ଗାଡ଼ିଚାଳନା ଅନୁଭୂତିରେ ଉନ୍ନତି ଆଣିବାକୁ ଯୋଜନା ରଖିଛି। ଏହି ସହଯୋଗିତାରେ ଟିଭିଏସ୍ ଦୁଇଚକିଆ ଯାନ ଲାଗି ସ୍ୱତନ୍ତ୍ର ଡିଜାଇନ୍‌ର ଫ୍ରେମ୍ ଓ ମାଉଂଟ୍ ବିକାଶ କରାଯିବ। ମୋଟରସାଇକଲ୍ ଆସେସୋରିଜ୍‌ର ଅଭ୍ୟୁଦୟରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ।
ଟିଭିଏସ୍ ମୋଟୋସୌଲ ୪.୦ରେ ବିଶାଲ-ଶେଖର, ଡିଜେ ଗୁରବକ୍ସଙ୍କ ସଙ୍ଗିତର ଯାଦୁ ଦେଖିବାକୁ ମିଳିଥିଲା। ଏଫ୍‌ଏମ୍‌ଏସ୍‌ସିଆଇର ସଦସ୍ୟମାନଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା।


Share It

Comments are closed.