ଭଲ ରୋଜଗାର ସତ୍ତ୍ୱେ ଖର୍ଚ୍ଚ ବଢିଚାଲିଛି? ଜାଣନ୍ତୁ ସମାଧାନ


ସମାଜରେ ଅନେକ ଲୋକ କିମ୍ବା ପରିବାର ଦେଖା ଯାଆନ୍ତି, ଆବଶ୍ୟକ ରୋଜଗାର ସତ୍ତ୍ୱେ ଟଙ୍କା ସଞ୍ଚୟ ହୋଇପାରୁ ନ ଥିବା ନେଇ ସେମାନଙ୍କର ଅଭିଯୋଗ ରହିଥାଏ। ଏଥିସହ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଯାଉଥିବାରୁ ଏବଂ ସଞ୍ଚିତ ଅର୍ଥ ନ ଥିବାରୁ ଟଙ୍କା ଅଭାବ ସମସ୍ୟା ଉପୁଜିଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଥରେ ଘରର ବାସ୍ତୁଦୋଷକୁ ପରଖି ନିଅନ୍ତୁ। ଯଦି ଘରେ ବାସ୍ତୁଦୋଷ ଥିଲେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଅର୍ଥ ସଞ୍ଚୟ କରି ହୋଇ ନ ଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏହି ସମସ୍ୟାରୁ ମୁକ୍ତି ପାଇଁ ବାସ୍ତରେ ସମାଧାନର ରାସ୍ତା ବା ଟିପ୍ସ ମଧ୍ୟ ରହିଛି।

 

ଠିକ୍‌ ଦିଗରେ ଆଲମାରୀ ରଖନ୍ତୁ

ଯଦି ଆପଣଙ୍କ ଘରେ ଆଲମାରୀ ରହିଛି ଏବଂ ଏହାକୁ ଆପଣ ଭୁଲ ଦିଗର ରଖିଛନ୍ତି ତେବେ ଅର୍ଥ ସଞ୍ଚୟ ଜନିତ ସମସ୍ୟା ଉପୁଜିପାରେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ସର୍ବଦା ଆଲମାରୀକୁ ଉତ୍ତର ଦିଗରେ ରଖିବା ଉଚିତ। ଏହା ଦ୍ୱାରା ଶୁଭଫଳ ଆସିଥାଏ। ବାଥରୁମ୍‌ ନିକଟରେ ଯେପରି ଆଲମାରୀ ନ ରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏଥିସହ ଆଲମାରୀ ସାମ୍‌ନାକୁ ସର୍ବଦା ସଫା ସୁତୁରା ରଖନ୍ତୁ।

 

ଖାଲି ରଖନ୍ତୁନି ଆଲମାରୀ

ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀକୁ କେବେ ଖାଲି ରଖନ୍ତୁ ନାହିଁ। ଏଥିରେ କିଛି ମାତ୍ରାରେ ଟଙ୍କା ରଖନ୍ତୁ। ଆଲମାରୀ ଉପରେ କୌଣସି ଓଜନିଆ ଜିନିଷ ରଖନ୍ତୁ ନାହିଁ। ଏହା ମଧ୍ୟରେ ଏକ ଦର୍ପଣ ରଖିବା ଶୁଭଙ୍କର ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଦର୍ପଣକୁ ଏପରି ସ୍ଥାନରେ ରଖିବା ଉଚିତ ଯେପରି ଆଲମାରୀ ଖୋଲିବା କିମ୍ବା ବନ୍ଦ କରିବା ବେଳେ ଆପଣଙ୍କ ମୁହଁ ଦେଖାଯିବ।

 

ଅଇଁଠା କିମ୍ବା ମଇଳା ହାତରେ ଛୁଅନ୍ତୁ ନାହିଁ

ଆଲମାରୀକୁ କେବେ ଅଇଁଠା କିମ୍ବା ମଇଳା ହାତରେ ଛୁଇଁବା ଉଚିତ ନୁହେଁ। ଟଙ୍କା ରଖିବା କିମ୍ବା ବାହାର କରିବା ବେଳେ ହାତକୁ ଧୋଇନିଅନ୍ତୁ। ଏହାଦ୍ୱାରା ଶୁଭ ଫଳ ମିଳିଥାଏ। ଏଥିସହ ମା’ ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରନ୍ତୁ। ଧନତେରସରେ ଆଲମାରୀକୁ ପୂଜା କରିବା ଉଚିତ ବୋଲି ବାସ୍ତଶାସ୍ତ୍ରରେ କୁହାଯାଇଛି।


Share It

Comments are closed.