କ୍ରୋମା ପକ୍ଷରୁ ସ୍ୱାଧୀନତା ଦିବସରେ ଇଲେକ୍ଟ୍ରୋନିକ୍ସ, ଆପ୍ଲାଏନ୍ସେସ୍ ଉପରେ ୫୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର: ଭାରତର ପ୍ରଥମ ଓ ଟାଟା ଗ୍ରୁପ୍ର ସବୁଠୁ ବିଶ୍ୱାସଯୋଗ୍ୟ ଓମନିଚ୍ୟାନେଲ୍ ବ୍ୟାପକ ପ୍ରକାରର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ବ୍ଲକ୍ବଷ୍ଟର୍ ଡିଲ୍ ଓ ସର୍ବକାଳୀନ ମୂଲ୍ୟ ହ୍ରାସ ସୁବିଧା ରହିଛି। ଏହି ଅଫର୍ ଅଗଷ୍ଟ ୧୭ରୁ ପର୍ଯ୍ୟନ୍ତ ଚାଲୁ ରହିବ ଯାହା କ୍ରୋମାର ୬୫୦ରୁ ଅଧିକ ଷ୍ଟୋର୍ରେ ଉପଲବ୍ଧ ହେବ।
ସ୍ମାର୍ଟଫୋନ୍ଠାରୁ ଆରମ୍ଭ କରି ଟେଲିଭିଜନ, ରେଫ୍ରିଜରେଟର, ୱାସିଂ ମେସିନ୍ ଓ ଆହୁରି ଅନେକ ସାମଗ୍ରୀ ଉପରେ ଗ୍ରାହକମାନେ ଉଲ୍ଲେଖନୀୟ ଅଫର ପାଇପାରିବେ।
ଇନଫିନିଟି ରିଟେଲ ଲିମିଟେଡ୍ର ପ୍ରବକ୍ତା କହିଛନ୍ତି ଯେ, “ଏହି ସ୍ୱାଧୀନତା ଦିବସରେ କ୍ରୋମା ପକ୍ଷରୁ ସର୍ବବୃହତ୍ ସେଲ୍ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ବିଭିନ୍ନ ବର୍ଗ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି। କ୍ରୋମାର ସ୍ୱାଧୀନତା ଦିବସ ସେଲ୍ରେ ୧୨,୫୦୦ ଟଙ୍କାର ସ୍ୱତନ୍ତ୍ର ବ୍ୟାଙ୍କ କ୍ୟାସ୍ବ୍ୟାକ୍, ଆକର୍ଷଣୀୟ ଏକ୍ସଚେଞ୍ଜ ସୁବିଧା, ଜିରୋ କଷ୍ଟ୍ ଇଏମ୍ଆଇ ବିକଳ୍ପ ଓ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଅଫର ରହିଛି ଯାହା ଏହାକୁ ଗ୍ରାହକମାନଙ୍କୁ ଟେକ୍ ଅପ୍ଗ୍ରେଡ୍ କରିବା ଲାଗି ଅଧିକ ଆକର୍ଷଣୀୟ ହୋଇପାରିଛି। ଏହି ଅଫର କ୍ରୋମର ୬୫୦ରୁ ଅଧିକ ଷ୍ଟୋର୍ରେ ଉପଲବ୍ଧ ହୋଇଛି ଯାହା ଏହାକୁ ସାରା ଭାରତର ଗ୍ରାହକମାନଙ୍କୁ ଏକ ନିରବଚ୍ଛିନ୍ନ ଓ ସୁବିଧାଜନକ ସପିଂ ଅନୁଭୂତି ପ୍ରଦାନ କରିବ।”
ଏହି ଅଫର୍ରେ ଗ୍ରାହକମାନେ ନଥିଂ ଏ ପ୍ଲସ୍ ଫୋନ୍କୁ ୧୬,୯୯୯ ଟଙ୍କା ଓ ରିଅଲ୍ମି ୪ ପ୍ରୋକୁ ୧୯,୯୯୯ ଟଙ୍କାରେ କିଣିପାରିବେ। ୫୫ ଇଂଚ୍ ୪କେ କ୍ୟୁଏଲ୍ଇଡି ଗୁଗୁଲ୍ ଟିଭି ଦାମ୍ ୩୧,୦୦୦ ଟଙ୍କା ରହିଥିବା ବେଳେ କ୍ରୋମା ୭ କେଜି ସେମି ଅଟୋମେଟିକ୍ ୱାସିଂ ମେସିନ୍ ଦାମ୍ ୮,୨୯୦ ଟଙ୍କା, ୧୯୦ ଲିଟର ଡାଇରେକ୍ଟ କୁଲ୍ ରେଫ୍ରିଜରେଟର୍ ଦାମ୍ ୧୧,୯୯୦ ଟଙ୍କା, ମାଇକ୍ ସୁବିଧା ସହ ପାର୍ଟି ସ୍ପିକର୍ ଦାମ୍ ୨୯୯୯ ଟଙ୍କା, ଏଚ୍ପି ୧୫ ଲ୍ୟାପ୍ଟପ୍ ଦାମ୍ ୨୯,୯୯୦ ଟଙ୍କା ଏବଂ ସ୍ମାର୍ଟୱାଚ୍, ୱାୟରଲେସ୍ ଇୟରବଡ୍ ଓ ସାଉଣ୍ଡ୍ବାର୍ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହୋଇଛି।
କ୍ରୋମାରେ ଏହି ସ୍ୱାଧୀନତା ଦିବସ ଅଫର୍ରେ ଗ୍ରାହକମାନେ ଆପଲ୍ ଉତ୍ପାଦ ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ। ଆଇଫୋନ୍ ୧୬ ଦାମ୍ ୩୮,୯୯୦ ଟଙ୍କା, ମ୍ୟାକ୍ବୁକ୍ ଏୟାର୍ ଏମ୍୪ ଦାମ୍ ୫୬,୯୯୦ ଟଙ୍କା, ଆଇପ୍ୟାଡ୍ ୧୧ତମ ପିଢ଼ି ଦାମ୍ ୩୦,୬୯୦ ଟଙ୍କା, ଆପଲ୍ ୱାଚ୍ ଏସ୍ଇ ଦାମ୍ ୨୧,୨୯୦ ଟଙ୍କା ଏବଂ ଏୟାରପଡ୍ ୪ ଦାମ୍ ୧୦,୯୦୦ ଟଙ୍କା ରହିଛି।
ଏହି ଡିଲ୍ଗୁଡ଼ିକୁ ଆହୁରି ଆକର୍ଷଣୀୟ କରିବା ପାଇଁ କ୍ରୋମା ପକ୍ଷରୁ ବ୍ୟାଙ୍କ ଅଫର୍ ଯୋଡ଼ାଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ୧୦% ପର୍ଯ୍ୟନ୍ତ ତତ୍କାଳ ରିହାତି ଏବଂ ୨୪ ମାସ ପର୍ଯ୍ୟନ୍ତର ନୋ କଷ୍ଟ୍ ଇଏମ୍ଆଇ ରହିଛି।
Comments are closed.