ୟୁନିଭର୍ସିଟି ଅଫ୍ ଦିଲ୍ଲୀ ପକ୍ଷରୁ ସମର୍ଥ ଇଗଭ୍ ପ୍ଲାଟଫର୍ମର ବିସ୍ତାର


ଭୁବନେଶ୍ୱର: ୟୁନିଭର୍ସିଟି ଅଫ୍ ଦିଲ୍ଲୀ ଭାରତର ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ (ଏଚ୍‌ଇଆଇ)ଗୁଡିକରେ ଓପନ୍ ସୋର୍ସ, ସିକ୍ୟୋର୍‌, ସ୍କେଲେବୁଲ ଓ ରୋବଷ୍ଟ ପ୍ରୋସେସ୍ ଅଟୋମେଶନ ଇ-ଗଭର୍ଣ୍ଣାନ୍ସ ପ୍ଲାଟ୍‌ଫର୍ମ ସମର୍ଥ ଇଗଭ୍‌ର ଗ୍ରହଣୀୟତାକୁ ସକ୍ଷମ କରିବା ପାଇଁ ଏଡବ୍ଲ୍ୟୁଏସ୍‌ର ବ୍ୟବହାର କରୁଛି । ଏନେଇ ଏକ ଆମାଜନ୍ ଡଟ୍ କମ୍ କମ୍ପାନୀ, ଆମାଜନ୍ ୱେବ୍ ସର୍ଭିସେସ୍ ପକ୍ଷରୁ ଘୋଷଣା କରାଯାଇଛି । ସମର୍ଥ ଇଗଭ୍ ସୁଟ୍ ଭାରତରେ ସେଂଟ୍ରାଲ ଓ ଷ୍ଟେଟ୍ ୟୁନିଭର୍ସିଟି, ଏଚ୍‌ଇଆଇ ଓ ଟେକ୍ନିକାଲ ଇନ୍‌ଷ୍ଟିଚ୍ୟୁଶନଗୁଡିକୁ ଏକାଡେମିକ, ଆଡ୍‌ମିନିଷ୍ଟ୍ରେଶନ, ଷ୍ଟୁଡେଂଟ୍ ସର୍ଭିସ୍‌, ହ୍ୟୁମାନ୍ ରିସୋର୍ସ, ଗଭର୍ଣ୍ଣାନ୍ସ, ଆକାଉଂଟିଙ୍ଗ୍ ଓ ଫାଇନାନ୍ସ ଆଦିକୁ କଭର୍ କରୁଥିବା ୪୦ରୁ ଅଧିକ ସଫ୍ଟୱେୟାର ମଡ୍ୟୁଲ୍‌କୁ ଏକ କ୍ଲାଉଡ୍ ଆଧାରିତ ସେବା ଭାବେ ପ୍ରଦାନ କରୁଛି । ଏହି ସୁଟ୍ ବିଶ୍ୱବିଦ୍ୟାଳୟ ଓ ଏଚ୍‌ଇଆଇଗୁଡିକୁ ପେପର୍‌-ଆଧାରିତ ଓ ପାରମ୍ପରିକ ତୃତୀୟ ପକ୍ଷ ଏଂଟର୍‌ପ୍ରାଇଜ୍ ରିସୋର୍ସ ପ୍ଲାନିଙ୍ଗ୍ (ଇଆର୍‌ପି) ସିଷ୍ଟମଗୁଡିକରୁ ଡିଜିଟାଲ ପ୍ରକ୍ରିୟା ଓ କାର୍ଯ୍ୟପ୍ରବାହକୁ ଷ୍ଟାଣ୍ଡାର୍ଡାଇଜ୍ ଓ ଅଟୋମେଟ୍ କରୁଥିବା ଏକ ଅଧିକ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ମାପନୀୟ ପ୍ଲାଟ୍‌ଫର୍ମକୁ ସ୍ଥାନାନ୍ତର କରିବା ପାଇଁ ଏକ ଅଟୋମେଶନ ଇଞ୍ଜିନ୍ ପ୍ରଦାନ କରୁଛି । ସମର୍ଥ ଇଗଭ୍‌ର ଦେଶବ୍ୟାପୀ ବର୍ଦ୍ଧିତ ଗ୍ରହଣୀୟତା ସହିତ, ଶିକ୍ଷାନୁଷ୍ଠାନଗୁଡିକ ଏବେ ଶିକ୍ଷା ନୀତି ପରିବର୍ତନ ଓ ମାର୍କେଟ୍ ସେଗ୍‌ମେଂଟ୍ ଚାହିଦା ସହ ଖାପ ଖୁଆଇବା ପାଇଁ ଅଧିକ ଚତୁର ହୋଇପଡିଛନ୍ତି । ସମର୍ଥ ଇଗଭ୍‌କୁ ୪୦ରୁ ଅଧିକ କେନ୍ଦ୍ରୀୟ ଓ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ୧୦୦ରୁ ଅଧିକ କଲେଜ୍ ସମେତ ଭାରତରେ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ଏଚ୍‌ଇଆଇ୍‌ଗୁଡିକ ଦ୍ୱାରା ଗ୍ରହଣ କରାଯାଇଛି । ସମର୍ଥ ଇଗଭ୍‌ର ଗ୍ରହଣୀୟତାର ପରବର୍ତୀ ପର୍ଯ୍ୟାୟ ୨୦୨୩ ସୁଦ୍ଧା ୫୦୦ରୁ ଅଧିକ ଏଚ୍‌ଇଆଇରେ ପହଂଚିବ ବୋଲି ଆଶା କରାଯାଉଛି ।
ଏସମ୍ପର୍କରେ ୟୁନିଭର୍ସିଟି ଅଫ୍ ଦିଲ୍ଲୀ ସାଉଥ କ୍ୟାମ୍ପସ୍‌ର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ସିଂହ କହିଛନ୍ତି, “ସମର୍ଥ ଇଗଭ୍ ଏକ ଓପନ୍‌-ସୋର୍ସ, ଫ୍ଲେକ୍ସିବୁଲ, ଇଂଟରକନେକ୍ଟେଡ୍‌, ସିକ୍ୟୋର୍ ଓ ସ୍କାଲାବୁଲ ପ୍ଲାଟ୍‌ଫର୍ମ ଭାବେ ବିକଶିତ ହୋଇଛି, ଯାହା ଏଡବ୍ଲୁଏସରେ ଏକ କ୍ଲାଉଡ ପ୍ରଥମ ଦୃଷ୍ଟିକୋଣ ସହିତ ଏକ ସର୍ଭିସ ମଡେଲ ଭାବେ ଏକ ସଫ୍ଟଓୟାରରେ ପ୍ରଦାନ କରାଯାଇଛି । ଏହା ସେମାନେ ଆସୁଥିବା ରାଜ୍ୟ କିମ୍ବା ଯୋଗାଯୋଗ ପାଇଁ ସେମାନେ ଚୟନ କରୁଥିବା ଭାଷା ନିର୍ବିଶେଷରେ, ଭାରତରେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡିକର ବହୁମୂଖୀ ଓ ବିକଶିତ ଚାହିଦାକୁ ପୂରଣ କରିପାରିବ । ଏଡବ୍ଲ୍ୟୁଏସ୍ ପ୍ରଦାନ କରୁଥିବା ବିଶ୍ୱସନୀୟତା, ଚତୁରତା, ମାପନୀୟତା ଓ ସୁରକ୍ଷା ଆମକୁ ଆମର ଲକ୍ଷ୍ୟକୁ ଅନୁଭବ କରିବା ଏବଂ ଆତ୍ୱବିଶ୍ୱାସର ସହ ଏହାକୁ ଦେଶବ୍ୟାପୀ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ବିସ୍ତାର କରିବା ଲାଗି ସମର୍ଥ ଇଗଭ୍‌କୁ ନିର୍ମାଣ କରିବା ପାଇଁ ସକ୍ଷମ କରିଛି ।”
ଏଡବ୍ଲ୍ୟୁଏସ୍ ଇଣ୍ଡିଆ ଓ ସାଉଥ୍ ଏସିଆ, ଏଆଇଏସ୍‌ପିଏଲ୍‌- ପବ୍ଲିକ୍ ସେକ୍ଟର ବିଭାଗର ରିଜିଓନାଲ ହେଡ୍ ରାହୁଲ ଶର୍ମା କହିଛନ୍ତି, ‘ଆମେ ୟୁନିଭର୍ସିଟି ଅଫ୍ ଦିଲ୍ଲୀକୁ ଭାରତର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଗାମୀ ପଦକ୍ଷେପ ସମର୍ଥ ଇଗଭ୍‌କୁ କାର୍ଯ୍ୟକାରୀ କରିବାରେ ଏବଂ ଶିକ୍ଷାନୁଷ୍ଠାନଗୁଡିକ ସମ୍ମୂଖୀନ ହେଉଥିବା ସାଧାରଣ ଆହ୍ୱାନଗୁଡିକର ସମାଧାନ କରିବା ପାଇଁ ଧନ୍ୟବାଦ ଜଣାଉଛୁ । ଏଡବ୍ଲ୍ୟୁଏସ୍ କ୍ଲାଉଡ୍‌ର ଶକ୍ତି ସହ ସମର୍ଥ ଇଗଭ୍ ସୁଟ୍‌କୁ ସକ୍ଷମ କରି ଏବଂ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଓ ପ୍ରଶାସକଙ୍କ ପାଇଁ ଶିକ୍ଷା ସେବାର ଉପଲବ୍ଧତା, ଗୁଣବତା, ବେଗ ଓ ଅଭିଜ୍ଞତାକୁ ଉନ୍ନତ କରି ଖୁସି ଅନୁଭବ କରୁଛି ।’

 


Share It

Comments are closed.