କିତାବ ଇଭେଂଟ୍‌ରେ ପ୍ରଖ୍ୟାତ ସାମ୍ବାଦିକ ପ୍ରେମ୍ ପ୍ରକାଶଙ୍କ ପୁସ୍ତକ ଉନ୍ମୋଚନ କଲେ ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କର


ଭୁବନେଶ୍ୱର : ପେଙ୍ଗୁଇନ୍ ଇଣ୍ଡିଆର ସହଯୋଗରେ କୋଲ୍‌କାତାଠାରେ ପ୍ରଭା ଖୈତାନ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ କିତାବ ଅନ୍‌ଲାଇନ୍ ବୁକ୍ ଲଂଚ୍ ଇଭେଂଟ୍‌ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର , ପ୍ରଖ୍ୟାତ ସାମ୍ବାଦିକ ତଥା ମିଡିଆ ଉଦ୍ୟୋଗୀ ପ୍ରେମ୍ ପ୍ରକାଶଙ୍କ ପୁସ୍ତକ ‘ରିପୋର୍ଟିଙ୍ଗ୍ ଇଣ୍ଡିଆ: ମାଇଁ ସେଭେଂଟି-ଇୟର ଜର୍ଣ୍ଣି ଆଜ୍ ଏ ଜର୍ଣ୍ଣାଲିଷ୍ଟ’ର ଉନ୍ମୋଚନ କରିଛନ୍ତି । ଲେଖକ ପ୍ରେମ୍ ପ୍ରକାଶ, ପ୍ୟାନେଲିଷ୍ଟ ଶୀଲା ଭଟ୍ଟ ଓ ସୁଶାନ୍ତ ସରିନ୍‌ଙ୍କ ସହ ଏକ ନିୟୋଜିତ ଅଧିବେଶନରେ ଯୋଗ ଦୋ ପାଇଁ ଦେଶବ୍ୟାପୀ ବିଶିଷ୍ଟ ସାହିତ୍ୟିକ, ବିଦ୍ୱାନ, ପୁସ୍ତକପ୍ରେମୀ, ଛାତ୍ରଛାତ୍ରୀ ଓ ସାମ୍ବାଦିକମାନେ ଏହି ଭର୍ଚୁଆଲ ଇଭେଂଟ୍‌ରେ ସାମିଲ ହୋଇଥିଲେ ଏବଂ ପିକେଏଫ୍‌ର ଆକୃତି ପେରିୱାଲ ଅଧିବେଶନର ଶୁଭାରମ୍ଭ କରିଥିବା ବେଳେ ଭେଙ୍କଟ ନାରାୟଣ ଶେଷ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରେମ୍ ପ୍ରକାଶଙ୍କ ୭ ଦଶନ୍ଧିର ସାମ୍ବାଦିକତାକୁ ପ୍ରତିଫଳନ କରି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥବଲେ, ପ୍ରେମ୍ ପ୍ରକାଶଙ୍କ ପୁସ୍ତକ ବାସ୍ତବରେ ତାଙ୍କ ଜୀବନର ଉତ୍ସବ ଭଳି । ସେ ଘଟଣାଗୁଡିକର ସ୍ମୃତି ଓ ଭାରତର ଭାବମୂର୍ତିକୁ ଆକାର ଦେଇଛନ୍ତି । ପ୍ରେମ୍ ହେଉଛନ୍ତି କାର୍ଯ୍ୟକ୍ରମଗୁଡିକର ଓ ଇତିହାସର ଏକ ମହାନ ରେକର୍ଡର, ସର୍ବଦା ସଠିକ୍ ସମୟରେ ସଠିକ୍ ସ୍ଥାନରେ ରହିଆସିଛନ୍ତି । ତାଙ୍କର ପୁସ୍ତକ ହେଉଛନ୍ତି ଏକ ଆକର୍ଷଣୀୟ ପ୍ରବାହ ଯାହାକୁ ଆଜିର ଯୁବପିଢି ଓ ସେ ଯୁଗର କମ୍ ବାର୍ତାଳାପକାରୀମାନେ ନିଶ୍ଚିତ ପଢିବା ଉଚିତ ।
ଭାରତୀୟ ଓ ବିଦେଶୀ ମିଡିଆ ସଂସ୍ଥାଗୁଡିକୁ ସିଣ୍ଡିକେଟେଡ୍ ମଲ୍ଟି-ମିଡିଆ ନ୍ୟୁଜ୍‌ଫିଡ୍ ଯୋଗାଇବା ପାଇଁ ୧୯୭୧ରେ ଇଣ୍ଡିଆନ୍ ନ୍ୟୁଜ୍ ଏଜେନ୍ସି ଏସିଆନ୍ ନ୍ୟୁଜ୍ ନେଟ୍‌ୱର୍କ (ଏଏନ୍‌ଆଇ)ର ସ୍ଥାପନା କରିଥିବା ପ୍ରେମ୍ ପ୍ରକାଶ କହିଛନ୍ତି, ଚିନି ହିନ୍ଦୀ ଭାଇ ଭାଇ ସ୍ଲୋଗାନ ନିରର୍ଥକ ଥିଲା । ଅତୀତରେ ଚୀନ୍ ପ୍ରତି ଭାରତର ଆଭିମୁଖ୍ୟକୁ ଏକ ପ୍ରକାରର କଳ୍ପନାପ୍ରିୟ ବା ପ୍ରେମସୂଚକ ଗୁଣ ରୂପେ ବର୍ଣ୍ଣନା କରାଯାଇପାରେ । ଚୀନ ଏହାର ସାର୍ବଭୌମତ୍ୱକୁ ଜାହିର କରି ତିବତକୁ କବ୍‌ଜା କରିଥିବା ବେଳେ ଭାରତ ତିବତ ଉପରେ ସବୁକିଛି ତ୍ୟାଗ କରିଥିଲା । ଏହି ଲେଖକ ଯିଏକି ଜଣେ ସାମ୍ବାଦିକ ମଧ୍ୟ, ପ୍ରଥମେ ୧୯୬୨ ଚୀନ୍‌-ଭାରତ ସୀମା ଯୁଦ୍ଧ ସମୟରେ ଚୀନ୍ ସେନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଭାରତୀୟ ସେନାର ଦୟନୀୟ ପରିସ୍ଥିତିର ସାକ୍ଷୀ ଥିଲେ, ସେ ନିଜ ପୁସ୍ତକରେ କହିଛନ୍ତି ଯେ, ନେହେରୁ ନିଜ କାର୍ଯ୍ୟକାଳ ସମୟରେ ଭାରତୀୟ ସୈନ୍ୟବାହିନୀର ଆଧୁନିକୀକରଣକୁ ଅଣଦେଖା କରିଥିବାରୁ ଏହି ଶୋଚନୀୟ ପରାଜୟ ପାଇଁ ବ୍ୟକ୍ତିଗତ ଭାବେ ନିଜକୁ ଦୋଷୀ ମନେ କରୁଥିଲେ । ଏହି ଯୁଦ୍ଧ ପରେ ନିଜର ୨୦ ମାସର କାର୍ଯ୍ୟକାଳ ସମୟରେ ସେ ଭାରତୀୟ ସେନାର ପୁନରୁଦ୍ଧାର ଓ ତାହାକୁ ପୁଣିଥରେ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରିବା ଲାଗି ନୂଆ ସଂଶୋଧନ ଆଣିବାକୁ ଚେଷ୍ଟା କରିଥିଲେ । ସେହିପରି ଆଜିର ସାମ୍ବାଦିକତା ଉପରେ ପ୍ରେମ୍ ପ୍ରକାଶ କହିଥିଲେ ବର୍ତମାନ ଅନେକ ବିଶାଳ ସଂସ୍ଥା ରହିଛନ୍ତି । ଦୟାକରି ନିଜର ସାମ୍ବାଦିକମାନଙ୍କୁ ଫିଲ୍ଡକୁ ଯାଇ ରିପୋର୍ଟିଙ୍ଗ୍ କରିବାକୁ କୁହନ୍ତୁ । ଅନ୍ୟ ଏକ ସତ୍ୟ ହେଉଛି ସାମ୍ବାଦିକମାନେ ନିଜର ମତ ଦେଉଛନ୍ତି ଯାହାକି ଭଲ ନୁହେଁ । ଯୁବ ସାମ୍ବାଦିକମାନେ ଅଧିକ ପଢିବା ଉଚିତ ଓ ଘଟଣାସ୍ଥାନକୁ ଯାଇ ସତ୍ୟ ସୂଚନା ପ୍ରକାଶ କରିବା ଉଚିତ । ପ୍ରେମ୍ ପ୍ରକାଶ ହେଉଛନ୍ତି ଅଳ୍ପ କିଛି ସାମ୍ବାଦିକଙ୍କ ମଧ୍ୟରୁ ଜଣେ ଯିଏକି ନିଜର ୭୦ ବର୍ଷର କ୍ୟାରିୟର ମଧ୍ୟରେ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କର ସାକ୍ଷାତକାର ନେଇଛନ୍ତି । ସେ ନିଜ ଜୀବନକୁ ବିପଦରେ ପକାଇ ବାଂଲାଦେଶରୁ ୧୯୭୧ର ବାଂଲାଦେଶ ମୁକ୍ତି ଯୁଦ୍ଧର ରିପୋର୍ଟିଙ୍ଗ କରିଥିଲେ । ସେ ଗୋଆ ସ୍ୱାଧୀନତା, ଭାରତ-ଚୀନ୍ ସୀମା ଯୁଦ୍ଧ, ଭାରତ-ପାକିସ୍ତାନ ଯୁଦ୍ଧ, ଭୋପାଳ ଗ୍ୟାସ୍ ଟ୍ରାଜେଡି, କଲୋମ୍ବୋରେ ରାଜୀବ ଗାନ୍ଧୀଙ୍କ ଉପରେ ଆକ୍ରମଣ ଭଳି କିଛି ଐତିହାସିକ ଘଟଣାର ଆଗଧାଡିରେ ରହି ଜଣେ ଫଟୋଗ୍ରାଫର, ରିପୋର୍ଟର ଓ କ୍ୟାମେରାମ୍ୟାନ୍ ଭାବେ ରିପୋର୍ଟିଙ୍ଗ କରିଥିଲେ ।


Share It

Comments are closed.