କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ କରୋନାରେ ଆକ୍ରାନ୍ତ


ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ରାମଦାସ ଅଠାବଲେ ଗତକାଲି ପାୟଲ ଘୋଷଙ୍କୁ ଆରପିଆଇର ସଦସ୍ୟତା ଦେଇଥିଲେ। ଏହା ପରେ ତାଙ୍କର କଫ ଏବଂ ଶରୀର ଯନ୍ତ୍ରଣା ହୋଇଥିଲା। ଏହା ପରେ ତାଙ୍କର କରୋନା ଟେଷ୍ଟ୍ ହୋଇଥିଲା। ଏବେ ଦେଖିବା ବାକି ରହିଲା ଯେ ପାୟଲ ଘୋଷ କ୍ୱାରେଣ୍ଟାଇନରେ ରହୁଛନ୍ତି କି ନାହିଁ। ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିବା ଅଭିନେତ୍ରୀ ପାୟଲ ଘୋଷ ସୋମବାର ଆରପିଆଇର ସଦସ୍ୟତା ନେଇଥିଲେ। ପାର୍ଟି ପାୟଲଙ୍କୁ ଉମେନ ୱିଙ୍ଗର ଭାଇସ୍ ପ୍ରେସିଡେଣ୍ଟ୍ ଘୋଷିତ କରିଛି। ଏହି ଇଭେଣ୍ଟରେ ପାର୍ଟି ଅଧ୍ୟକ୍ଷ ରାମଦାସ ଅଠାବଲେ ଏବଂ ପାର୍ଟିର ଅନ୍ୟ ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ।


Share It

Comments are closed.