ରେଳ ଏବଂ ବିମାନ ସେବା ଆରମ୍ଭ ଉପରେ କିଛି ଏଭଳି ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଦକର


କେନ୍ଦ୍ର ସରକାର ରେଳ ଓ ବିମାନ ସେବା ପରିଚାଳନା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇ ନାହାନ୍ତି ଏବଂ ଏହି ସମୟରେ ଏହା ଉପରେ ଚର୍ଚ୍ଚା କରିବା ସଂପୂର୍ଣ୍ଣ ବ୍ୟର୍ଥ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବେଦକର ରବିବାର ଦିନ ସ୍ପଷ୍ଟ କରିଛନ୍ତି । ଏହି ସଂପର୍କରେ ପଚରାଯିବା ପରେ ଜାବେଦକର କହିଛନ୍ତି ଯେ, ସରକାର ରେଳ ଏବଂ ବିମାନ ସେବା ଯାତ୍ରା ଆରମ୍ଭ କରିବା ସଂପର୍କରେ କୌଣସି ସମୟସୀମା ନିର୍ଦ୍ଧାରଣ କରି ନାହାନ୍ତି । ଜାବେଦକର ଏଜେନ୍ସିଙ୍କୁ କହିଛନ୍ତି ଯେ, ଏହି ସେବା କେବେ ନା କେବେ ତ ଆରମ୍ଭ ହେବ, କିନ୍ତୁ ବର୍ତ୍ତମାନ ଏ ସଂପର୍କରେ କିଛି କୁହାଯାଇ ପାରିବ ନାହିଁ ।
ସେ ଆହୁରୀ କହିଛନ୍ତି ଏ ସଂପର୍କରେ ଚର୍ଚ୍ଚା କରିବା ବର୍ତ୍ତମାନ ବ୍ୟର୍ଥ ଅଟେ, କାରଣ ଏବେ ପ୍ରତିଦିନ ଦୁନିଆର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଉଛି ଏବଂ ସବୁବେଳେ କିଛି ନା କିଛି ନୂଆ ଶିକ୍ଷା ଲାଭ ହେଉଛି । ଏଭଳି ଭାବେ ଆମେ ଆଗକୁ ବଢୁଛୁ । କିଛି ଏୟାରଲାଇନ ସ୍ୱେତପ୍ରବୃତ୍ତ ଭାବେ ୪ ମେରୁ ବୁକିଙ୍ଗ ଆରମ୍ଭ କରିବାର ନିର୍ଣ୍ଣୟ ନେଇଛନ୍ତି ଏବଂ ଏହି ସଂପର୍କରେ ସେ ବେସାମରିକ ବିମାନ ମନ୍ତ୍ରୀ ହର୍ଦିପ ସିଂହ ପୁରୀଙ୍କ ସହ କଥା ମଧ୍ୟ ହୋଇଥିବାବେଳେ ମନ୍ତ୍ରୀ ସ୍ପଷ୍ଟ ରୂପେ କହିଛନ୍ତି ଯେ, ସରକାର ଏହ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇ ନାହାନ୍ତି । ଏହ ସଂପର୍କରେ ଶେଷ ନିର୍ଣ୍ଣୟ ସରକାର ନେବ ସେଥିପାଇଁ ଏ ସଂପର୍କରେ କୌଣସି ଅଟକଳ ନ ଲାଗଇବା ଉଚିତ ।


Share It

Comments are closed.