ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ଆଜି ବିଶ୍ୱ ଭରସା କରୁଛି – ଧର୍ମେନ୍ଦ୍ର ପ୍ରଧାନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଆଜି ବିଶ୍ୱ ଭରସା କରୁଛି ବୋଲି ଶୁକ୍ରବାର କୋଲକାତାର ଚାରୋଟି ଲୋକସଭା ନିର୍ବାଚନ ମଣ୍ଡଳିକୁ ନେଇ ଅନୁଷ୍ଠିତ ସାଂଗଠନିକ ବୈଠକରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦମ୍ ଦମ୍, ଯାଦବପୁର, କୋଲକାତା ନର୍ଥ ଏବଂ କୋଲକାତା ସାଉଥର ନିର୍ବାଚନମଣ୍ଡଳୀକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କୋର୍ କମିଟି ସଦସ୍ୟ, ଲୋକସଭା ଏବଂ ବିଧାନସଭାର ଇନଚାର୍ଜ, ବରିଷ୍ଠ ନେତା ଏବଂ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ବିକାଶ ଯାତ୍ରା ବିଶେଷ ଭାବରେ ଅମୃତ କାଳରେ ପଶ୍ଚିମବଙ୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆମର କାର୍ଯ୍ୟକର୍ତ୍ତାମାନେ ତୃଣମୂଳ କଂଗ୍ରେସର ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ଲଢ଼େଇ କରିବା ତଥା ପଶ୍ଚିମବଙ୍ଗବାସୀଙ୍କ କଲ୍ୟାଣ ପାଇଁ ଉଦ୍ୟମ ଜାରୀ ରଖିବେ । ଆଜି ବିଶ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଭରସା କରୁଛି । କୋଲାକାତାର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀଙ୍କ ସୁଶାସନକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି ।
ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କୋଲକାତା ସ୍ଥିତ ‘ନେତାଜୀ ଭବନ’ ପରିସରରେ ଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ଏହା ସହ କୋଲକତା ଠାରେ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ଓ ଶ୍ୟାମ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।


Share It

Comments are closed.