ମହାବିଷୁବ ସଂକ୍ରାନ୍ତି ଓ ପବିତ୍ର ଉତ୍କଳୀୟ ନବ ବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର,ଏପ୍ରିଲ ୧୪ – ମହାବିଷୁବ ସଂକ୍ରାନ୍ତି ଓ ପବିତ୍ର ଉତ୍କଳୀୟ ନବ ବର୍ଷ ଅବସରରେ ରାଜ୍ୟ, ସାରା ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ସାଢ଼େ ଚାରି କୋଟି ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିଠୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦେଶ ଅନୁସାରେ ନୂଆ ପାଞ୍ଜିର ଗଣନା ଆରମ୍ଭ ହୁଏ । ଆଜି ହନୁମାନ ଜୟନ୍ତୀର ମଧ୍ୟ ପବିତ୍ର ଅବସର । ଏହାପ୍ରତି ହିନ୍ଦୁ ପରମ୍ପରାରେ ଅଖଣ୍ଡ ଶ୍ରଦ୍ଧା ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ଓ ଉତ୍କଳୀୟ ନବବର୍ଷ ନୂଆ ସୁଯୋଗ ଓ ନୂଆ ସମ୍ଭାବନା ନେଇ ଆସୁ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ମାନବଜାତିରୁ କରୋନା ମହାମାରୀ ଶୀଘ୍ର ଦୂର ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।


Share It

Comments are closed.