କାର୍ତ୍ତିକ ମାସରେ କୋଭିଡ୍ କଟକଣାକୁ ମାନି ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲାଯାଉ-ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର – ଚଳିତ ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣାକୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢ଼ଙ୍ଗରେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପବିତ୍ର କାର୍ତ୍ତିକ ମାସ ଆଧ୍ୟାତ୍ମିକ ମାସ ଭାବରେ ସାରା ଓଡ଼ିଶାବାସୀଙ୍କ ପାଖରେ ବେଶ୍ ଆଦୃତ । କାର୍ତ୍ତିକ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ ପାଇଁ ଭକ୍ତମାନେ ଅପେକ୍ଷାରତ ଥା’ନ୍ତି । ଇତିମଧ୍ୟରେ ଭାରତବର୍ଷରେ କୋଭିଡ୍ କଟକଣାକୁ ମାନି ଅନେକ ମନ୍ଦିର ଖୋଲାଗଲାଣି ।
ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ଏହି କାର୍ତ୍ତିକ ମାସରେ ଅନ୍ୟ ରାଜ୍ୟମାନଙ୍କ ପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ନିୟନ୍ତ୍ରିତ ଢ଼ଙ୍ଗରେ ଭକ୍ତ ମାନଙ୍କ ପାଇଁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ।
ରାଜ୍ୟ ସରକାର ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ କୋଭିଡ୍ ନିୟମ ପାଳନ କରିବାର ସମସ୍ତ ପ୍ରସ୍ତୁତି ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଉପରେ ଧ୍ୟାନ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।


Share It

Comments are closed.