ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର – ୨୦୨୦-୨୧ ଆର୍ôଥକ ବର୍ଷ ପାଇଁ ରାଜ୍ୟ ଗୁଡ଼ିକୁ ରାଜସ୍ୱ କ୍ଷତିପୂରଣ ବାବଦରେ ୨୦ ହଜାର କୋଟି ଟଙ୍କା ଜାରି କରିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୨୦୧୮-୧୯ ଆର୍ôଥକ ବର୍ଷର ସମନ୍ୱିତ ସାମଗ୍ରୀ ଏବଂ ସେବା ଟିକସ (ଆଇଜିଏସଟି) ବାବଦରେ ଅତିରିକ୍ତ ୨୫ ହଜାର କୋଟି ଟଙ୍କା ସପ୍ତାହକ ଭିତରେ ରାଜ୍ୟ ଗୁଡ଼ିକୁ ଦିଆଯିବା ନିଷ୍ପତିକୁ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି ।
୪୨ତମ ଜିଏସଟି ପରିଷଦ ବୈଠକରେ ଅତିରିକ୍ତ ଭାବରେ ଜିଏସଟି କ୍ଷତିପୂରଣ ସେସକୁ ୨୦୨୨ ପରକୁ ସମ୍ପ୍ରସାରଣ କରାଯାଇଛି । ଅର୍ଥାତ୍ ଜିଏସଟି କାର୍ଯ୍ୟାନ୍ୱୟନର ୫ ବର୍ଷ ପରିବର୍ତ୍ତେ ରାଜ୍ୟ ଗୁଡ଼ିକ ୨୦୨୨ ପରେ ବି ଏବାବଦ କ୍ଷତିପୂରଣ ପାଇବେ । ଅପରପକ୍ଷରେ ସଚ୍ଚୋଟ ଟିକସଦାତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁ ଟିକସଦାତାଙ୍କର ବାର୍ଷିକ ବ୍ୟବସାୟ ୫ କୋଟି ଟଙ୍କାରୁ କମ୍‌, ସେମାନଙ୍କୁ ମାସିକ ଜିଏସଟି ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ ହେବ ନାହିଁ । ସେମାନେ ତ୍ରୟୋମାସିକ ଜିଏସଟି ରିଟର୍ଣ୍ଣ ଦାଖଲ କରିପାରିବେ । ଏହି ନିଷ୍ପତି ଦ୍ୱାରା ଏମଏସଏମଇ ଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନତୃତ୍ୱରେ ଭାରତ ସରକାର ସର୍ବଦା କର୍ପୋରେଟ୍ ଫେଡେରାଲିଜିମକୁ ମନ୍ତ୍ର ଭାବରେ ଗ୍ରହଣ କରିଛନ୍ତି । ଏହି ଆଧାରରେ ସରକାର ଏବଂ ନାଗରିକଙ୍କ ମଧ୍ୟରେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସକୁ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିିଛନ୍ତି ।
ସେହିପରି ଋଣ ନେବା ପ୍ରସଙ୍ଗରେ କେନ୍ଦ୍ର ସରକାର ୯୭ ହଜାର କୋଟି ଟଙ୍କା ରାଶିକୁ ବଢ଼ାଇ ୧.୧୦ ଲକ୍ଷ କୋଟି ଟଙ୍କା କରାଯାଇଛି । ଏହି ବିକଳ୍ପକୁ ୨୦ରୁ ଅଧିକ ରାଜ୍ୟ ଗ୍ରହଣ କରିଥିବା ବେଳେ କଂଗ୍ରେସ ଶାସିତ କିଛି ରାଜ୍ୟ ରାଜନୀତି କରିବା ସହ ଏହି ପ୍ରସ୍ତାବକୁ ଜନସାଧାରଣଙ୍କ ହିତରେ ଆଗ୍ରହ ପ୍ରକାଶ କରିବାକୁ ଚାହୁଁନଥେôଲ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.