ସ୍ୱର୍ଗତ ମୁଖାର୍ଜୀଙ୍କ ସ୍ମୃତିଚାରଣ କରିବା ସହ ନୀରବ ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୧ – କେନ୍ଦ୍ର କ୍ୟାବନେଟ୍ ଭର୍ଚୁଆଲ ବୈଠକ ଅବସରରେ ଆଜି ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀଗଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଓ ବୈଠକରେ ସାମିଲ ସମସ୍ତେ ସ୍ୱର୍ଗତ ମୁଖାର୍ଜୀଙ୍କ ସ୍ମୃତିଚାରଣ କରିବା ସହ ପ୍ରାର୍ଥନା କରିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ପ୍ରଣବ ଦା’ ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ୱ, ଆଗାଧ୍ୟ ପାଣ୍ଡିତ୍ୟ ଥିଲେ । ଶିକ୍ଷାଗତ ଜୀବନରେ ତାଙ୍କର କୃତିତ୍ୱ ଅତ୍ୟନ୍ତ ଚମତ୍କାର ଥିଲା । ଜ୍ଞାନର ଭଣ୍ଡାର ପ୍ରଣବ ଦା’ ସଂସ୍କୃତ ଶ୍ଲୋକରେ ପାଠ କରିବା ସହ ସାମାନ ଭାବରେ ସଂସଦୀୟ କାର୍ଯ୍ୟରେ ବିଚାରବିମର୍ଷ କରିବାର କ୍ଷମତା ରଖୁଥିଲେ । ପ୍ରଣବ ଦା’ ଅନେକଙ୍କ ମଧ୍ୟରେ ଅଲିଭା ଛାପ ଛାଡି ଚାଲିଯାଇଛନ୍ତି ।
ସେ କୌଣସି ବିଷୟରୁ ଦୂରେଇ ଯାଉନଥିଲେ ଏବଂ ସମସ୍ତଙ୍କ ସହ ନିଜର ଖୁସି ବାଂଟୁଥିଲେ । ଏହାସହ ସେ ତାଙ୍କର ସହକର୍ମୀ, କିମ୍ବା ତାଙ୍କ ଠାରୁ ସାନ ଓ ସାମ୍ବାଦିକଙ୍କ ପ୍ରଶ୍ନ ପାଇଁ ସେ ସର୍ବଦା ପ୍ରସ୍ତୁତ ରହୁଥିଲେ । ସେ ରାଜନୀତି କ୍ଷେତ୍ରରେ ଦଳ ବାହାରେ ମୋ ସମେତ ଅନେକଙ୍କ ପାଇଁ ଜଣେ ଅଭିଭାବକ ଓ ପିତା ସମାନ ଥିଲେ ଓ ଜଣେ ଭଲ ପରାମର୍ଶଦାତା ମଧ୍ୟ ଥିଲେ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ମୁଁ ଯେତେବେଳେ ତାଙ୍କ ସହ ଭେଟିବାର ସୁଯୋଗ ପାଏ ପ୍ରତ୍ୟେକ ସମୟରେ ସେ ପ୍ରଣବ ଦା’ଙ୍କ ବୌଦ୍ଧିକ ଜ୍ଞାନ, ଭଲ ପାଇବା, କାମ କରିବାର ଉଷ୍ମତା ତାଙ୍କୁ ଭିନ୍ନ ଅନୁଭବ ଦିଏ । ତାଙ୍କର ବିଚାରଧାରା ଓ ଚିନ୍ତାଧାରା ଆମ ସମସ୍ତଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଦର୍ଶନ ଦେବ ଓ ତାଙ୍କର ସ୍ମୃତି ଚିରସ୍ମରଣୀୟ ହୋଇ ରହିବ ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.