ରାଜ୍ୟପାଳ ଏବଂ ପରିବାର ବର୍ଗଙ୍କ ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ନଭେମ୍ବର ୦୨ – ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ତାଙ୍କ ପରିବାର ସଦସ୍ୟ କରୋନା ସଂକ୍ରମିତ ଖବର ଶୁଣିବା ପରେ ରାଜ୍ୟପାଳଙ୍କ ସହ ଫୋନ୍ ଯୋଗେ କଥା ହୋଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ରାଜ୍ୟପାଳ ଏବଂ ପରିବାର ବର୍ଗଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ କଥା ହୋଇ ତାଙ୍କର ଏବଂ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଲି । ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦ୍ରୁତ ଆରୋଗ୍ୟ କାମନା କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦରୁ ରାଜ୍ୟପାଳ ଓ ପରିବାର ସଦସ୍ୟ ଶୀଘ୍ର ସୁସ୍ଥ ହୋଇ ଫେରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି ।


Share It

Comments are closed.