କୋଭିଡ୍ ଟିକା ନେଇଥିବା କରୋନା ଯୋଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


କେନ୍ଦ୍ରାପଡ଼ା – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କେନ୍ଦ୍ରାପଡ଼ା ଠାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ଼୍ ଟିକା ନେଇଥିବା ଜିଲ୍ଲାର କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଟିକା ନେଇଥିବା କୋରନା ଯୋଦ୍ଧା ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି ।
କୋଭିଡ଼୍ ଟିକା ପ୍ରସ୍ତୁତି ସହ ପ୍ରଥମ ଦଫାରେ ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ତଥା କରୋନା ଯୋଦ୍ଧା ମାନଙ୍କୁ ପ୍ରଧାନ୍ୟ ଦେଇଥିବାରୁ କରୋନା ଯୋଦ୍ଧା ମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଫଳ କୋଭିଡ୍ ମୁକାବିଲା କରିବା ପରେ ସମଗ୍ର ଭାରତବର୍ଷ ଓ ଓଡ଼ିଶା ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୮ ହଜାର ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ତଥା କରୋନା ୱାରିୟର୍ସ ମାନଙ୍କ ପାଇଁ ମଧ୍ୟ ଭାରତ ସରକାର ଏ ସବୁ ଟିକା ମାଗଣାରେ ଉପଲବ୍ଧ କରାଇଛନ୍ତି ।
ସ୍ୱଦେଶୀ ଟିକା ପ୍ରସ୍ତୁତି ଏବଂ ପ୍ରଥମ ପର୍ଯ୍ୟାୟରେ ଏହା ଓଡ଼ିଶା ସମେତ ଭାରତବର୍ଷର ସବୁ ସ୍ଥାନରେ ପହଁଚିବା ; ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହୋଇପାରିଛି । ମହାମାରୀ ସମୟରେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉଦାହରଣ ତିଆରି କରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।


Share It

Comments are closed.