ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୪ – ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀ ମାନଙ୍କୁ ଆଗେଇ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।
ଆଲୋଚନା କାଳରେ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଉଭୟ ଆଲୋଚନା କରିଛନ୍ତି । ଦ୍ୱିପାକ୍ଷିକ ସାମରିକ ଭାଗିଦାରୀରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି ବୋଲି ଆମେରିକାର ରାଷ୍ଟ୍ରଦୂତ ମତପ୍ରକାଶ କରିଥିଲେ ।
ଏହାସହ ପ୍ରାକୃତିକ ଗ୍ୟାସ କ୍ଷେତ୍ରକୁ କିପରି ଅଧିକ ମଜବୁତ୍ କରାଯିବ ସେ ଦିଗରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା । ଏହାବ୍ୟତିତ ଚଳିତବର୍ଷ ଜୁନରେ ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାର କର୍ପୋରେସନ ଉପରେ ଉଭୟ ସମୀକ୍ଷା କରିଥିଲେ ।


Share It

Comments are closed.