ବଡ ଖବର : ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତ ଶାହା


କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅସୁସ୍ଥ ହୋଇ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ନିଶ୍ଵାସ ନେବାରେ ଅସୁବିଧା ହେବାରୁ ଗତକାଲି ରାତି ୨ ଟାରେ ଅମିତ ଶାହାଙ୍କୁ ଏମ୍‌ସରେ ଭର୍ତ୍ତି କରିଯାଇଥିବା ଜଣାପଡିଛି। ଅମିତ ଶାହାଙ୍କୁ ଦିଲ୍ଲୀ ଏମ୍‌ସର ଓଲ୍ଡ ପ୍ରାଇଭେଟ ୱାର୍ଡରେ ଚିକିତ୍ସା କରାଯାଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କୁ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅମିତ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି। ସେ ମେଡିକାଲରେ ରହି ତାଙ୍କର ସମସ୍ତ କାର୍ଯ୍ୟ କରିବେ। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହ ଦିଲ୍ଲୀ ଏମ୍‌ସର ନିର୍ଦେଶକ ଡକ୍ଟର ଗୁଲେରିଆଙ୍କ ତତ୍ତ୍ଵାବଧାନରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ଥିବା ଶାହା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରୁ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ।


Share It

Comments are closed.