ୟୁନେସ୍କୋରେ କାଶ୍ମୀର ଏବଂ ଅଯୋଧ୍ୟା ମାମଲାରେ ପୁଣି ମିଛ କହିଲା ପାକିସ୍ତାନ, କଡା ଜବାବ ଦେଲା ଭାରତ


ପ୍ୟାରିସରେ ଚାଲିଥିବା ୟୁନେସ୍କୋ ସାଧାରଣ ବୈଠକରେ ପାକିସ୍ତାନ ପୁଣିଥରେ ଭାରତ ବିପକ୍ଷରେ ମିଥ୍ୟା ଅପପ୍ରଚାର କରିଥିବାବେଳେ ଅନ୍ୟପଟେ ଭାରତ ଏହାର କଡା ଜବାବ ଦେଇଛି । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସମସ୍ତ ଆନ୍ତର୍ଜାତିକ ମଞ୍ଚରେ ନିରାଶ ହେବା ପରେ ପାକିସ୍ତାନ ପୁଣିଥରେ ୪୦ତମ ୟୁନେସ୍କୋ ସାଧାରଣ ବୈଠକରେ ନିଜର ବଡିମା ଦେଖାଇବା ପାଇଁ ଚେଷ୍ଟା କରିଛି । କେବଳ ଏତିକି ନୁହେଁ ପାକିସ୍ତାନ, ଆଯୋଧ୍ୟା ମାମଲାକୁ ନେଇ ସୁପ୍ରିମ କୋର୍ଟ ଦ୍ୱାରା ଆଗତ ହୋଇଥିବା ରାୟ ଉପରେ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛି ।


ଏହା ପରେ ଭାରତ, ପାକିସ୍ତାନକୁ ନିଜ ଆଇନା ଦେଖାଇ କହିଛି, ପାକିସ୍ତାନ ପକ୍ଷରୁ କରାଯାଉଥିବା ଅଭିଯୋଗ ଏହା ଆମର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ଅଟେ । ଏହାକୁ କେବେବି ବରଦାସ୍ତ କରାଯିବ ନାହିଁ ।
ଭାରତୀୟ ପ୍ରତିନିଧି ୟୁନେସ୍କୋ ସାଧାରଣ ସମ୍ମିଳନୀରେ ସମ୍ବୋଧନ କରି କହିଛନ୍ତି ଯେ,. ପାକିସ୍ତାନ ପକ୍ଷରୁ କରାଯାଇଥିବା ଅପପ୍ରଚାରକୁ ଆମେ ଖଣ୍ଡନ କରୁଛୁ । ପାକିସ୍ତାନ ନିଜ ମନଗଢା ମିଥ୍ୟା ଦ୍ୱାରା ଭାରତକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛି । ଭାରତୀୟ ପ୍ରତିନିଧି ଆହୁରୀ ମଧ୍ୟ କହିଛନ୍ତି ଯେ, ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମ କୋର୍ଟଙ୍କ ରାୟ ଉପରେ ପାକିସ୍ତାନର ପ୍ରତିକ୍ରିୟାକୁ ଆମେ କଡା ନିନ୍ଦା କରୁଛୁ । ଏହା ସମ୍ପୂର୍ଣ୍ଣ ରୂପେ ଭାରତର ଆଭ୍ୟନ୍ତରୀଣ ମାମଲା ଅଟେ ଏବଂ ପାକିସ୍ତାନକୁ ଏଥିରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ।


Share It

Comments are closed.