ବ୍ରିଟେନ ପିଏମ ବୋରିସ ଜନସନଙ୍କ ସ୍ୱାସ୍ଥ୍ୟରେ ସୁଧାର, ତିିନି ଦିନ ପରେ ଆଇସିୟୁରୁ ଫେରିଲେ


କରୋନାରେ ସଂକ୍ରମିତ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆଇସିୟୁରୁ ମୁକ୍ତି ମିଳିଛି । ରବିବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଲଂଡନର ସେଂଟ ଥୋମାସ ହସିପିଟାଲର ଆଇସିୟୁରେ ଭର୍ତି କରାଯାଇଥିଲା । ଏଠାରେ ଏକ ଉଚ୍ଚସ୍ତରୀୟ ମେଡିକାଲ ଟିମର ଦେଖାଶୁଣାରେ ତାଙ୍କର ଚିକିତ୍ସା ହୋଇଥିଲା । ତିନି ରାତି ଆଇସିୟୁରେ ଚିକିତ୍ସିତ ହେବା ପରେ ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାର ଦେଖି ତାଙ୍କୁ ପୁଣିଥରେ ୱାର୍ଡରେ ଭର୍ତି କରିଦିଆଯାଇଛି ।


ଜନସନଙ୍କ ଠାରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା, କିନ୍ତୁ ପୁଣି ତାଙ୍କ ସ୍ଥିତି ଖରାପ ହେବାର ଦେଖି ଆଇସିୟୁକୁ ପଠାଯାଇଥିଲା । ତାଙ୍କ ଅନୁପସ୍ଥିତିରେ ବିଦେଶ ସଚିବ ଡୋମିନିକ ରାବଙ୍କୁ ଦେଶର ନେତୃତ୍ୱ ଦିଆଯାଇଥିଲା । ବ୍ରିଟିଶ ପିଏମ ଗୋଟିଏ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ଏବଂ ସେ ନିନେ ନିଜକୁ ପୃଥକ କରିନେଇଥିଲେ ।


Share It

Comments are closed.