ଉଜ୍ଜୀବନ ସ୍ମଲ୍‍ ଫାଇନାନ୍ସ ବ୍ୟାଙ୍କ ଓଡ଼ିଶାର କଟକରେ ୨୦ତମ ଶାଖା ଖୋଲିଲା


କଟକ: ଉଜ୍ଜୀବନ ସ୍ମଲ୍‍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ ଆଜି ଓଡ଼ିଶା ରାଜ୍ୟର କଟକରେ ଏକ ନୂଆ ଶାଖା ଖୋଲିବା ସମ୍ପର୍କରେ ଘୋଷଣା କରୁଛି । ଏହା ପ୍ରଗତିଶୀଳ ଓଡ଼ିଶାରେ ୨୦ତମ ଶାଖା ହେବ । ନୂଆ ଶାଖା କଟକ ବକ୍ସିବଜାରରେ ଅବସ୍ଥିତ । ଉଜ୍ଜୀବନ ଏସଏଫ୍‍ବି ରାଜ୍ୟରେ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକଙ୍କୁ ସେବା ଯୋଗାଉଛି ।
ଏହି ଶାଖା ସଞ୍ଚୟ ଆକାଉଣ୍ଟ ଏବଂ ମିଆଦୀ ଜମା ପାଇଁ ଆକର୍ଷଣୀୟ ସୁଧ ହାରରେ ଏହି ଶ୍ରେଣୀରେ ସର୍ବୋତ୍ତମ ବ୍ୟାଙ୍କିଙ୍ଗ ସମାଧାନ ସହିତ ଗ୍ରାହକଙ୍କୁ ସେବା ଯୋଗାଇଦେବା ସକାଶେ ଉଜ୍ଜୀବନ ଏସଏଫ୍‍ବିର ପ୍ରୟାସ ପୂରଣ କରିବା ଲକ୍ଷ୍ୟ ରଖିଛି । ଏହି ନୂଆ ଶାଖା ଅନ୍ୟାନ୍ୟ ସେବା ମଧ୍ୟରେ କରେଣ୍ଟ ଆକାଉଣ୍ଟ ଅଫରିଂସ୍‍ ଏବଂ ପୂର୍ଣ୍ଣାଙ୍ଗ ବ୍ୟାଙ୍କିିଙ୍ଗ ସେବା ଯୋଗାଣକୁ ମଧ୍ୟ ସୁଗମ କରିବ ।
ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୯୯୦ ଦିନ ପାଇଁ ଫିକ୍ସଡ ଜମା ଉପରେ ସର୍ବାଧିକ ସୁଧହାର ୭.୫% ଏବଂ ସେହି ସମାନ ଅବଧିର ଫିକ୍ସଡ ଜମା ବରିଷ୍ଠ ନାଗରିକଙ୍କ ନିମନ୍ତେ ୮.୨୫% ପ୍ରଦାନ କରୁଛି । ସ୍ୱାଧୀନତାର ୭୫ ବର୍ଷରେ ବ୍ୟାଙ୍କ ତିନିଟି ଅବଧି ଯଥା: ୭୫ ସପ୍ତାହ (୫୨୫ ଦିନ), ୭୫ ମାସ ଏବଂ ୯୯୦ ଦିନ ନିମନ୍ତେ ଆକର୍ଷଣୀୟ ସୁଧହାର ପ୍ରଦାନ ଆରମ୍ଭ କରିଥିଲା ।
ଏଥିସହିତ ଆମେ ମଧ୍ୟ ପ୍ଲାଟିନା ଏଫ୍‍ଡି ଯୋଗାଇ ଦେଉଛୁ, ଯାହା ୭୫ ସପ୍ତାହ (୫୨୫ ଦିନ) ଏବଂ ୯୯୦ ଦିନ ଅବଧି ନିମନ୍ତେ ୭.୭% ପର୍ଯ୍ୟନ୍ତ ନନ୍‍-କଲେବଲ ଜମା ଯୋଜନା ଅଟେ । ଏଥିସହିତ ଏହା ଯେକୌଣସି ବ୍ୟାଙ୍କ ଏଟିଏମ୍‍ରେ ଅସୀମିତ ମାଗଣା କାରବାର, ନେଟ୍‍ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅସୀମିତ ମାଗଣାରେ ପାଣ୍ଠି ସ୍ଥାନାନ୍ତର ଭଳି ବହୁବିଧ ଫାଇଦା ଏକ ପ୍ରିଭିଲେଜ୍‍ ସେଭିଙ୍ଗସ୍‍ ଆକାଉଣ୍ଟରେ ଯୋଗାଇ ଦେଉଛି । ଏହାର ବିଜନେସ୍‍ ଏଜ୍‍ କରେଣ୍ଟ ଆକାଉଣ୍ଟରେ ବହୁବିଧ ବୈଶିଷ୍ଟ୍ୟ ରହିଥିବାବେଳେ ଏହି ଧରଣର ଅନନ୍ୟ ଓଭରଡ୍ରାଫ୍ଟ ସୁବିଧା ବିଜିମୋନି ସୁବିଧା ମଧ୍ୟ ଉପଲବ୍ଧ କରାଉଛି ।
ଏସବୁ ସହିତ ଉଜ୍ଜୀବନ ଏସଏଫ୍‍ବି ମଧ୍ୟ ବରିଷ୍ଠ ନାଗରିକଙ୍କର ବ୍ୟାଙ୍କିଙ୍ଗ ଆବଶ୍ୟକତା ପୂରଣ କରିବା ସକାଶେ ଏକ ସ୍ୱତନ୍ତ୍ର ସିନିୟର ସିଟିଜେନ୍‍ ଆକାଉଣ୍ଟ, ମହିଳା ଗ୍ରାହକଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଗାରିମା ଆକାଉଣ୍ଟ ଏବଂ ଅପ୍ରବାସୀ ଗ୍ରାହକଙ୍କ ନିମନ୍ତେ ଏନ୍‍ଆର ଆକାଉଣ୍ଟସ୍‍ ଆଣ୍ଡ୍‍ ସଲ୍ୟୁସନ୍ସ ଯୋଗାଇ ଦେଉଛି ।
ବ୍ୟାଙ୍କ ଅଣୁ ଓ ଲଘୁ ଉଦ୍ୟୋଗଗୁଡିକ ନିମନ୍ତେ ୧୦ ଲକ୍ଷ ଟଙ୍କାରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଜନେସ୍‍ ଋଣ, ସେମାନଙ୍କ ସ୍ୱପ୍ନର ବାସଗୃହ କ୍ରୟ ଅଥବା ନିର୍ମାଣ ଚାହୁଥିବା ଗ୍ରାହକଙ୍କୁ ୫ ଲକ୍ଷ ଟଙ୍କାରୁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଲଭ ହାଉସିଂ ଋଣ ଯୋଗାଇ ଦେଉଛି ।
ଏହି ଶାଖା ଶୁଭାରମ୍ଭ ଅବସରରେ ପ୍ରକାଶ କରି ଶ୍ରୀ ଇଟ୍ଟିରା ଡେଭିସ୍‍, ଏମ୍‍ଡି ଓ ସିଇଓ ଉଜ୍ଜୀବନ ଏସଏଫ୍‍ବି କହିଛନ୍ତି, “ସର୍ବୋତ୍ତମ ଗ୍ରାହକ ସେବା ଯୋଗାଣ ଲକ୍ଷ୍ୟ ହାସଲ ନିମନ୍ତେ ଆମ ପ୍ରତିବଦ୍ଧତାର ଅଂଶସ୍ୱରୂପ କଟକରେ ନୂଆ ଶାଖା ଖୋଲାଯାଇଛି । କଟକ, ଏବଂ ବିଶେଷ ଭାବରେ ଓଡ଼ିଶା ରାଜ୍ୟ ଆମ ପାଇଁ ସର୍ବାଧିକ ଅଗ୍ରାଧିକାର ଲାଭ କରୁଥିବା ଅଞ୍ଚଳ ହୋଇଛି । ଏକ ମଜଭୁତ ଜମା ଭିତ୍ତି ନିର୍ମାଣ କରିବା ଏବଂ ଆମର ଡିଜିଟାଲ ସାମର୍ଥ୍ୟ ପରିବର୍ଦ୍ଧିତ କରିବାକୁ ଆମର ରଣକୌଶଳ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ ।”
ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସମଗ୍ର ଦେଶରେ ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୯୦ ଶାଖାକୁ ନେଇ କାର୍ଯ୍ୟକ୍ଷମ ରହିଛି ।


Share It

Comments are closed.