ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ରୂପେ ଆଜି ଶପଥ ନେବେ ଉଦ୍ଧବ


ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଗୁରୁବାର ତଥା ଆଜି ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ସେ ମନୋହର ଯୋଶୀ ଏବଂ ନାରାୟଣ ରାଣାଙ୍କ ପରେ ଶିବସେନାର ହେଉଛନ୍ତି ତୃତୀୟ ନେତା ଯିଏକି ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ପ୍ରାୟ ୧ ମାସ ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ନେବାକୁ ଯାଉଛନ୍ତି । ମୁମ୍ବାଇର ଶିବାଜୀ ପାର୍କରେ ସନ୍ଧ୍ୟା ୬.୪୦ରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ । ତାଙ୍କୁ ଶିବସେନା, ଏନସିପି ଏବଂ କଂଗ୍ରେସ ବିଧାୟକ ଦଳ ସମର୍ଥନ ଜଣାଇଛନ୍ତି ।
ଏହି ଶପଥ ଗ୍ରହଣ ସମାରୋହରେ ଉଦ୍ଧବ ଠାକରେଙ୍କ ସମେତ କଂଗ୍ରେସ ନେତା ବାଲାସାହେବ ଥୋରାଟ ଓ ଏନସିପି ନେତା ଜୟନ୍ତ ପାଟିଲ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ ବୋଲି ନିକଟସ୍ଥ ସୂତ୍ରରୁ ସୂଚନା ମିଳିଥିବାବେଳେ ଏହି ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ଏହି ଶପଥ ଗ୍ରହଣ ସାମରୋହରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଏନସିପି ସୁପ୍ରିମୋ ଶରଦ ପାୱାର, କଂଗ୍ରେସ ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ରର ସିଂହ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ।


Share It

Comments are closed.