ଖୁଚୁରା ବ୍ୟବସାୟୀଙ୍କ ପାଇଁ ବି ଟୁ ବି ଇକମର୍ସ ପ୍ଲାଟ୍‌ଫର୍ମ ଉଡାନ


ଭୁବନେଶ୍ୱର: ଉଡାନ ହେଉଛି ଭାରତର ଖୁଚୁରା ବ୍ୟବସାୟୀ, ହୋଲ୍‌ସେଲର୍‌, ବ୍ରାଣ୍ଡ ଓ ନିର୍ମାତାମାନଙ୍କର ସର୍ବବୃହତ୍ ବିତରଣ ନେଟ୍‌ୱର୍କ । ଏହାର ଲାଇଫ୍‌ଷ୍ଟାଇଲ, ଇଲେକ୍‌ଟ୍ରୋନିକ୍ସ, ହୋମ୍ ଆଣ୍ଡ କିଚେନ, ଷ୍ଟାପଲ୍ସ, ଫଳ ଓ ପନିପରିବା, ଏଫ୍‌ଏମ୍‌ସିଜି, ଖେଳନା ଆଦି ବିଭିନ୍ନ ବର୍ଗରେ ପରିଚାଳନା ରହିଛି । ଏହି ପ୍ଲାଟ୍‌ଫର୍ମ ଏମ୍‌ଏସ୍‌ଏମ୍‌ଇ, କ୍ଷୁଦ୍ର ନିର୍ମାତା, କୃଷକ, ମିଲ୍ ଓ ବ୍ରାଣ୍ଡଗୁଡିକୁ ୧୦୦% ପେମେଂଟ୍ ସୁରକ୍ଷା ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କମ୍ ଖର୍ଚ୍ଚରେ ଟେକ୍ନୋଲୋଜିର ବ୍ୟବହାର କରି ଦେଶବ୍ୟାପୀ ନିଜର ଉତ୍ପାଦଗୁଡିକର ମାର୍କେଟିଙ୍ଗ୍ ଓ ବିକ୍ରି କରିବାକୁ ସକ୍ଷମ କରିଥାଏ । ଉଡାନ୍ ଲଜିଷ୍ଟିକ୍ ସଲ୍ୟୁସନ୍ସ ମାଧ୍ୟମରେ ଉନ୍ନତ ଉତ୍ପାଦ, ଉଚ୍ଚ ଗୁଣବତା ଓ ଆଧୁନିକ ସପ୍ଲାଇ ଚେନ୍ ପ୍ରଦାନ କରିବା ସହିତ ଦେଶବ୍ୟାପୀ ଲକ୍ଷ ଲକ୍ଷ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସଂଯୋଗ କରିଥାଏ ଓ ସେମାନଙ୍କୁ ଟେକ୍ନୋଲୋଜି ଦ୍ୱାରା ନିଜ ବ୍ୟବସାୟ ବୃଦ୍ଧିରେ ସହଯୋଗ କରିଥାଏ । ଭାରତର ସର୍ବବୃହତ୍ ବି୨ବି ଇକମର୍ସ ମାର୍କେଟ୍‌ପ୍ଲେସ୍ ଉଡାନ୍‌କୁ ଫ୍ଲିପ୍‌କାର୍ଟର ପୂର୍ବତନ ଶୀର୍ଷ ଅଧିକାର. ପୂର୍ବତନ ସିଟିଓ ଅମୋଦ ମାଲ୍‌ବିୟ, ପୂର୍ବତନ ବରିଷ୍ଠ ଭିପି ବୈଭବ ଗୁପ୍ତା ଓ ପରିଚାଳନା ବିଭାଗର ପୂର୍ବତନ ଅଧ୍ୟକ୍ଷ ସୁଜିତ କୁମାରଙ୍କ ଦ୍ୱାରା ୨୦୧୬ରେ ସ୍ଥାପନ କରାଯାଇଥିଲା ।
ଭାରତର ଏହି ସର୍ବବୃହତ୍ ବି୨ବି ଇ-ମାର୍କେଟ୍‌ପ୍ଲେସ୍ ଭାରତର ଖୁଚୁରା ବ୍ୟବସାୟୀମାନଙ୍କର ମୁଖ୍ୟ ବାଣିଜ୍ୟ ସମସ୍ୟାକୁ ସମାଧାନ କରୁଛି । କରୋନା ମହାମାରୀ ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍ ସମୟରେ ଉଡାନ୍ ପକ୍ଷରୁ ଅନେକ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଡିଜିଟାଇଜ୍ କରିବାରେ ସାହାଯ୍ୟ କରିବା ସହିତ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା । ଓଡିଶାରେ ରାଜ୍ୟ ସରକାର ନିୟମ କୋହଳ କରିବା ପରେ ଉଡାନ୍ ପ୍ରାୟ ୧୦୦୦୦ ଅଣ-ଆବଶ୍ୟକୀୟ ବର୍ଗର କ୍ରେତାଙ୍କ ଚାହିଦା ପୂରଣ କରିଥିଲା,ଯେଉଁଥିରୁ ୯୦% କୋଭିଡ୍ ପୂର୍ବର ଥିଲା । ଏସମ୍ପର୍କରେ ରାଉରକେଲାର ଫ୍ୟାଶନ ଫ୍ୟାକ୍ଟ୍ରିର ମାଲିକ ମହମ୍ମଦ ଇମ୍‌ତିଆଜ କହିଛନତ୍‌ି, ଲକ୍‌ଡାଉନ୍ ସମୟରେ ଲୋକେ ଘରୁ ବାହାରକୁ ଆସିପାରୁନଥିଲେ; ଯାହାଫଳରେ ବ୍ୟବସାୟ ପ୍ରଭାବିତ ପାଇଥିଲା ଓ ଆମେ ନିଜ କର୍ମଚାରୀଙ୍କୁ ଦରମା ଦେଇପାରୁନଥିଲୁ । ନିୟମରେ କିଛିଟା କୋହଳ ହେବା ପରେ ଆମେ ଉଡାନ୍‌ରୁ ନୂଆ ଟ୍ରେଣ୍ଡ ଓ ଡିଜାଇନ୍‌ର ସାମଗ୍ରୀ ଆଣି ବିକ୍ରି କରିଥିଲୁ । ଉଡାନ ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଉତ୍ପାଦ ଆଣି ଆମକୁ ହୋମ୍ ଡେଲିଭରି କରାଉଥିଲା । ଉଡାନ୍ ଆପ୍ ମାଧ୍ୟମରେ ଉଡାନ୍ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇଗୁଡିକୁ ଡିଜିଟାଲ ହେବା ପାଇଁ ସକ୍ଷମ କରାଯାଉଛି । ଉଡାନ ଭାରତରେ ୫୦ ମିଲିୟନ ଏମ୍‌ଏସ୍‌ଏମ୍‌ଇ ପାଇଁ ଆକ୍‌ସେସିବିଲିଟି ଓ ରାଷ୍ଟ୍ରୀୟ ପହଂଚ ଆଣିପାରିଛି ।


Share It

Comments are closed.