ବରିଷ୍ଠ ନାଗରିକଙ୍କୁ ମାଗଣା ରାଇଡ୍ ପ୍ରଦାନ କରିବା ପାଇଁ ହେଲ୍ପଏଜ୍ ଇଣ୍ଡିଆ ସହ ସହବନ୍ଧିତ ହୋଇଛି ଉବର୍‌


ଭୁବନେଶ୍ୱର: ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଚଣ୍ଡୀଗଡ, ଚେନ୍ନାଇ, ଦିଲ୍ଲୀ ଏନ୍‌ସିଆର୍‌, ହାଇଦ୍ରାବାଦ, କୋଚି, କୋଲ୍‌କାତା, ଲକ୍ଷ୍ନୌ ଓ ମୁମ୍ବାଇରେ ମାସିକ ୧୦୦୦ ମାଗଣା ରାଇଡ୍ ପ୍ରଦାନ କରିବା ପାଇଁ ଉବର୍ ପକ୍ଷରୁ ଅସହାୟ ବରିଷ୍ଠ ନାଗରିକଙ୍କ ସେବା ପାଇଁ ସମର୍ପିତ ଭାରତର ଏକ ଅଗ୍ରଣୀ ଏନ୍‌ଜିଓ ହେଲ୍ପଏଜ୍ ଇଣ୍ଡିଆ ସହିତ ସହଭାଗିତା ଘୋଷଣା କରାଯାଇଛି । ଉବର ପକ୍ଷରୁ ଅସହାୟ ବରିଷ୍ଠ ନାଗରିକମାନଙ୍କର ସର୍ବାଧିକ ସୁରକ୍ଷା ସୁନିଶ୍ଚିତ କରାଯାଇ ଆସନ୍ତା ଅକ୍ଟୋବରରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହି ମାଗଣା ରାଇଡ୍ ପ୍ରଦାନ କରାଯିବ; ଯାହାଫଳରେ ସେମାନେ ସ୍ୱାସ୍ଥ୍ୟସେବା, ଉଦ୍ଧାର କାର୍ଯ୍ୟ ଓ ଅନ୍ୟାନ୍ୟ ସହାୟତା ସୁବିଧା ପାଇପାରିବେ । ଏହି ଘୋଷଣା ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ପାଳିତ ହେଉଥିବା ଇଂଟରନ୍ୟାସନାଲ ଡେ ଅଫ ଓଲ୍‌ଡର୍ ପର୍ସନସ୍ କୁ ସମର୍ଥନ କରିବା ସହିତ ଏହାପାଇଁ ସଚେତନତା ସୃଷ୍ଟି କରିଥ୍ଧଶ । ଚଳିତ ବର୍ଷ ଆଇଡିଓପି କୋଭିଡ୍‌-୧୯ ମହାମାରୀ ସମୟରେ ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ସର୍ବାଧିକ ବିପଦ ଉପରେ ଧ୍ୟାନ ଦେବ ଏବଂ ସେମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତାକୁ ପୂରଣ କରିବ ।
ଉବର୍‌ର ଏହି ପ୍ରୟାସ ସମ୍ପର୍କରେ ମତ ରଖି ଉବର୍ ଇଣ୍ଡିଆ ଓ ସାଉଥ୍ ଏସିଆର ଅଧ୍ୟକ୍ଷ ପ୍ରଭଜିତ ସିଂହ କହିଛନ୍ତି ଯେ, “ଆମେ ହେଲ୍‌ପଏଜ୍ ଇଣ୍ଡିଆ ସହ ସହବନ୍ଧିତ ହୋଇ ଉତ୍ସାହିତ ରହିଛୁ । ଉବର୍‌ରେ ଆମେ ଅସୁରକ୍ଷିତ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ସହଯୋଗ କରିବା ପାଇଁ ଦ୍ଦୃଢ ପ୍ରତିବଦ୍ଧ ରହିଛୁ, ଯାହାକି ହେଉଛି ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଥିବା ଅନ୍ୟତମ ସମୁଦାୟ ।”େଏହି ସହଭାଗିତା ସମ୍ପର୍କରେ ହେଲ୍ପଏଜ୍ ଇଣ୍ଡିଆର ସିଇଓ ରୋହିତ ପ୍ରସାଦ କହିଛନ୍ତି ଯେ, “ସମୟାନୁବର୍ତୀ ପ୍ରତିକ୍ରିୟା ପ୍ରଦାନ କରିବା କ୍ଷେତ୍ରରେ ଯାତାୟତ ପାଇଁ ପହଂଚ ଏକ ବଡ ସମସ୍ୟା ରୂପେ ସାମ୍‌ନାକୁ ଆସିଛି ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଉବର ସହ ଏହି ସହଭାଗିତା ଆମକୁ ସହାୟତା ଆବଶ୍ୟକ କରୁଥିବା ବରିଷ୍ଠ ନାଗରିକଙ୍କ ସମେତ ଆମର କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ସଠିକ୍ ସମୟରେ ସହଯୋଗ ପ୍ରଦାନ କରିବାକୁ ସକ୍ଷମ କରିବ ।
ମହାମାରୀ ଆରମ୍ଭ ହେବାଠାରୁ, ଉବର୍ ସ୍ଥାନୀୟ ପ୍ରଶାସନ, ନାଗରିକ ସମାଜ ସଂଗଠନ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଦିକୁ ସହଯୋଗ କରିବା ପାଇଁ ଏକାଧିକ ଅଭିଯାନର ଶୁଭାରମ୍ଭ କରିଛି । ଏହି ଅଭିଯାନର ଅଂଶ ଭାବେ ଉବର୍ ରବିନ୍ ହୁଡ୍ ଆର୍ମିର ମିଶନ ୩୦ ମିଲିୟନ ପ୍ରୋଜେକ୍ଟକୁ ସମର୍ଥନ କରିଥିଲା, ଯାହାକି ହେଉଛି ନାଗରିକ ସମାଜ ଦ୍ୱାରା ଗଠିତ ସର୍ବବୃହତ୍ ଖାଦ୍ୟ ରିଲିଫ୍ ଅଭିଯାନ ମଧ୍ୟରୁ ଗୋଟିଏ ଥିଲା । ଏହା ନ୍ୟାସ୍‌ନାଲ ହେଲ୍‌ଥ ଅଥୋରିଟି (ଏନ୍‌ଏଚ୍‌ଏ) ପାଇଁ ୨,୮୦,୦୦୦ ମାଗଣା ଯାତ୍ରା ସୁବିଧା ପ୍ରଦାନ କରିବା ସହିତ ହଜାର ହଜାର ଫ୍ରଂଟ୍‌ଲାଇନ୍ ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କ ପରିବହନ ପାଇଁ ଦେଶର ବିଭିନ୍ନ ସହର ଓ ରାଜ୍ୟ ସରକାରଙ୍କୁ ସୁବିଧା ମଧ୍ୟ ପ୍ରଦାନ କରିଥିଲା । ଏହି ମାଗଣା ରାଇଡ୍‌ଗୁଡିକ ସ୍ୱାସ୍ଥ୍ୟସେବା କର୍ମଚାରୀ, ବରିଷ୍ଠ ନାଗରିକ ଓ ଅସହାୟ ଲୋକମାନଙ୍କୁ ୧୦ ମିଲିୟନ ମାଗଣା ଭ୍ରମଣ ପ୍ରଦାନ କରିବା ଏବଂ ଖାଦ୍ୟ ବିତରଣ କରିବା ପାଇଁ ଉବର୍ ଦ୍ୱାରା କରାଯାଇଥିବା ଆନ୍ତର୍ଜାତୀୟ ପ୍ରତିଶ୍ରୁତିର ଅଂଶ ଅଟେ ।


Share It

Comments are closed.