ଆମେରିକା ମିସାଇଲ ମାଡରେ ଇରାନ ସେନାର ବାହୁବଳୀ କମାଣ୍ଡର ‘କାସିମ ସୁଲେମାନୀ’ ନିହିତ


ବାଗଦାଦୀ ବିମାନ ବନ୍ଦରରେ ଆମେରିକା ସେନାର ମିସାଇଲ ମାଡରେ ଇରାନର ଶ୍ରେଷ୍ଠ କମାଣ୍ଡର କାସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଏହି ଘଟଣା ପରେ ଇରାନ ଏବଂ ଆମେରିକା ମଧ୍ୟରେ ତିକ୍ତତା ଆହୁରୀ ବଢିଯିବାର ଅନେକ ସମ୍ଭାବନା ରହିଥିବାବେଳେ ଅନ୍ୟପଟେ ଇରାକ ଏବଂ ଆମେରିକା ସଂପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇପାରେ ।
ମିଳିଥିବା ସୂଚନା ମୁତାବକ, ଆମେରିକାର ଅତି କମରେ ତିନୋଟି ‘କତ୍ୟୁସା ମିସାଇଲ’ ମାଡରେ ବାଗଦାଦୀ ବିମାନ ବନ୍ଦର ଧ୍ୱଂସ ବିଧ୍ୱଂସ ହୋଇ ଯାଇଥିଲା । ଗୁଇନ୍ଦା ସୂଚନା ମିଳିବା ପରେ ଆମେରିକା ଏହି କ୍ଷେପଣାସ୍ତ୍ର ମାଡ କରିଥିଲା । ଏହି ମିସାଇଲ ମାଡକୁ ନେଇ ଆମେରିକା କହିଛି ଯେ, “ଇରାନୀ କମାଣ୍ଡର ଆମେରିକା ନାଗରିକଙ୍କ ଉପରେ ଆକ୍ରମଣ କରିବା ପାଇଁ ଚକ୍ରାନ୍ତ ଚଲାଉଥିଲା ।”
ଆମେରିକା ରକ୍ଷା ମନ୍ତ୍ରଳାୟ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇ କୁହାଯାଇଛି ଯେ, “ବିଦେଶରେ ଆମେରିକୀୟ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଭାବେ ‘ଇରାନ୍ ରିଭୋଲ୍ୟୁସନରୀ ଗାର୍ଡସ’ର କମାଣ୍ଡର କାସିମ ସୁଲେମାନୀଙ୍କୁ ମାରିବା ପାଇଁ ଟ୍ରମ୍ପ ଆଦେଶ ଦେଇଥିଲେ ।” ଏହି ଆକ୍ରମଣରେ ସୁଲେମାନୀଙ୍କ ସମେତ ପପୁଲାର ମୋବିଲାଇଜେନସର ଡେପୁଟି କମାଣ୍ଡର ‘ଅବୁ ମଧି ଅଲ-ମୁହାନଦିସ’ଙ୍କ ମୃତ୍ୟୁ ମଧ୍ୟ ଘଟିଛି ।


Share It

Comments are closed.