ଭାରତରୁ ୨୦୨୩-୨୪ ଆର୍ôଥକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଟାୟାର ରପ୍ତାନିରେ ୧୨% ବୃଦ୍ଧି


ଭୁବନେଶ୍ୱର: ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ନିକଟରେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ୨୦୨୩-୨୪ ଆର୍ôଥକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଭାରତରୁ ଟାୟାର ରପ୍ତାନି ଦ୍ରୁତ ବୃଦ୍ଧି ହୋଇଛି ଏବଂ ପୂର୍ବ ବର୍ଷ ତୁଳନାରେ ମୂଲ୍ୟ ହିସାବରେ ୧୨% ବୃଦ୍ଧି ପାଇଛି । ବର୍ଷର ପ୍ରଥମାର୍ଦ୍ଧରେ ବିକଶିତ ଅର୍ଥନୀତିରେ ମାନ୍ଦାବସ୍ଥା, ଭୂ-ରାଜନୈତିକ ଅନିଶ୍ଚିତତା ଏବଂ ମୁଦ୍ରାସ୍ଫୀତି ଚାପ ଯୋଗୁଁ ଚାହିଦା ହ୍ରାସ ପାଇବା ଫଳରେ ଟାୟାର ରପ୍ତାନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ୨୦୨୩-୨୪ ଆର୍ôଥକ ବର୍ଷରେ ଭାରତରୁ ମୋଟ ଟାୟାର ରପ୍ତାନି ୨୩୦୭୩ କୋଟି ଟଙ୍କା ରହିଛି ।
ଏକ ଆହ୍ୱାନପୂର୍ଣ୍ଣ ବାହ୍ୟ ପରିବେଶ ସତ୍ୱେ ବର୍ଷର ଦ୍ୱିତୀୟାର୍ଦ୍ଧରେ ଟାୟାର ରପ୍ତାନିରେ ଯେଉଁ ସୁଧାର ଦେଖିବାକୁ ମିଳିଛି ତାହା ଭାରତୀୟ ଟାୟାର ଶିଳ୍ପର ଆହ୍ୱାନପୂର୍ଣ୍ଣ ସମୟ ଦେଇ ଗତି କରିବା ଏବଂ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାର ସ୍ଥିରତାର ପ୍ରମାଣ । ଏହା ଗୁଣବତା ଉପରେ ଭାରତୀୟ ଟାୟାର ନିର୍ମାତାମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆକର୍ଷଣୀୟ ମୂଲ୍ୟ ପ୍ରସ୍ତାବକୁ ମଧ୍ୟ ସୂଚାଉଛି ଯାହା ବିଶ୍ୱସ୍ତରରେ ପ୍ରଶଂସିତ ହେଉଛି ବୋଲି ଅଟୋମୋଟିଭ ଟାୟାର ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ (ଏଟିଏମ୍‌ଏ)ର ଅଧ୍ୟକ୍ଷ ଡ. ଅର୍ଣ୍ଣବ ବାନାର୍ଜୀ କହିଛନ୍ତି ।
୯୦,୦୦୦ କୋଟି ଟଙ୍କାର କାରବାର ଏବଂ ରପ୍ତାନି ୨୩,୦୦୦ କୋଟି ଟଙ୍କାରୁ ଅଧିକ ସହିତ ଭାରତୀୟ ଟାୟାର ଶିଳ୍ପ ସେହି ଅଳ୍ପ କିଛି ଉତ୍ପାଦନ କ୍ଷେତ୍ର ମଧ୍ୟରୁ ଅନ୍ୟତମ ଯାହାର ଉଚ୍ଚ ରପ୍ତାନି ଏବଂ କାରବାର ଅନୁପାତ ରହିଛି । ବର୍ତ୍ତମାନ ଭାରତୀୟ ଟାୟାର ବିଶ୍ୱର ୧୭୦ରୁ ଅଧିକ ଦେଶକୁ ରପ୍ତାନି ହେଉଛି । ପରିବେଶ ଅନୁକୂଳ ଏବଂ ଇନ୍ଧନ ଦକ୍ଷ ଟାୟାର ଭଳି ଉଦ୍ଭାବନ ବିଶେଷ ଭାବରେ ବିଶ୍ୱସ୍ତରୀୟ ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିଛି ।
ଅନେକ ଘରୋଇ ଏବଂ ବାହ୍ୟ ଆହ୍ୱାନ ସତ୍ତ୍ୱେ ଗତ ୪ ବର୍ଷ (ଆର୍ôଥକ ବର୍ଷ ୨୦୨୦-୨୪)ରେ ଟାୟାର ରପ୍ତାନି ପ୍ରାୟ ଦ୍ୱିଗୁଣିତ ହୋଇଛି । ୨୦୧୯-୨୦ ଆର୍ôଥକ ବର୍ଷରେ ଟାୟାର ରପ୍ତାନି ୧୨୮୪୪ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ଆର୍ôଥକ ବର୍ଷରେ ଟାୟାର ରପ୍ତାନି ୨୩୦୭୩ କୋଟି ଟଙ୍କାରେ ପହଞ୍ଚିଛି ।
ଆମେରିକା ଓ ୟୁରୋପୀୟ ସଂଘ ଭଳି ଉନ୍ନତ ବଜାରରେ ଭାରତୀୟ ନିର୍ମିତ ଟାୟାର ଭଲ ଭାବେ ଆଦୃତ । ଆର୍ôଥକ ବର୍ଷ ୨୦୨୩-୨୪ରେ ଭାରତରୁ ମୋଟ ଟାୟାର ରପ୍ତାନିର ୧୮% ଅଂଶ ଗ୍ରହଣ କରୁଥିବା ଭାରତୀୟ ଟାୟାର ପାଇଁ ଆମେରିକା ସବୁଠାରୁ ବଡ଼ ବଜାର ହୋଇ ରହିଛି । ଆର୍ôଥକ ବର୍ଷ ୨୪ରେ ଭାରତୀୟ ଉତ୍ପାଦିତ ଟାୟାରର ଶୀର୍ଷ ୫ଟି ରପ୍ତାନି ବଜାର ମଧ୍ୟରେ ଆମେରିକା, ଜର୍ମାନୀ, ବ୍ରାଜିଲ, ଫ୍ରାନ୍ସ, ନେଦରଲାଣ୍ଡଏବଂ ଇଟାଲୀ ଏବଂ ୟୁଏଇ ରହିଛନ୍ତି ।
ରପ୍ତାନି ବାଧ୍ୟତାମୂଳକ ଅବଧିକୁ ୧୮ ମାସକୁ ବଢ଼ାଇବା ଆବଶ୍ୟକ । ରପ୍ତାନି ବାଧ୍ୟତାମୂଳକ ଅବଧି (ଟାୟାର ପାଇଁ) କିଛି ସମୟ ପୂର୍ବରୁ ୧୮ରୁ ୬ ମାସକୁ ହ୍ରାସ କରାଯାଇଥିଲା, ଯାହା ଫଳରେ ଘରୋଇ ସ୍ତରରେ ଅଭାବଥିବା କଞ୍ଚାମାଲ ପାଇବା ଶିଳ୍ପ ପାଇଁ କଷ୍ଟକର ହୋଇପଡ଼ିଥିଲା ।
ଏଟିଏମ୍‌ଏ ଅନୁଯାୟୀ, ଏହି କଟକଣା ଉତ୍ପାଦକ/ଏନଆର ଉତ୍ପାଦନକାରୀ ସ୍ୱାର୍ଥପାଇଁ ଲାଭଦାୟକ ହୋଇନାହିଁ, କିନ୍ତୁ ଉଭୟ ଟାୟାର ଏବଂ ଅଣ-ଟାୟାର କ୍ଷେତ୍ର, ବିଶେଷକରି ଭାରତରୁ ରବର ସାମଗ୍ରୀର ରପ୍ତାନିରେ ବାଧା ସୃଷ୍ଟି କରି ଏନଆର ଉପଭୋକ୍ତା ସ୍ୱାର୍ଥ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।
ଅପରପକ୍ଷରେ, ରପ୍ତାନି ଅଭିବୃଦ୍ଧି ରବର ଉତ୍ପାଦନକାରୀଙ୍କ ସମେତ ସମଗ୍ର ରବର ମୂଲ୍ୟ ଶୃଙ୍ଖଳାକୁ ଉପକୃତ କରିବ କାରଣ ଟାୟାର ଶିଳ୍ପ ଦେଶରେ ଏନଆର ବ୍ୟବହାରର ୭୦% ରୁ ଅଧିକ ଅଂଶ ଗ୍ରହଣ କରିଛି ।
ଅନ୍ୟପକ୍ଷରେ ଭାରତୀୟ ଟାୟାର ଶିଳ୍ପ ଗତ ୩-୪ ବର୍ଷ ମଧ୍ୟରେ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ କ୍ଷମତାରେ ଆନୁମାନିକ ୨୩,୦୦୦ କୋଟି ଟଙ୍କା ନିବେଶ କରିଛି ଏବଂ ଉଭୟ ଘରୋଇ ଏବଂ ରପ୍ତାନି ଚାହିଦା ପୂରଣ କରିବାରେ ଚାହିଦା ବର୍ଣ୍ଣଠାରୁ ଆଗରେ ରହିଛି । ଇଭି ପାଇଁ ଟାୟାର ସମେତ ସମଗ୍ର ବୋର୍ଡରେ ଥିବା ଓଇଏମର ଟାୟାର ଆବଶ୍ୟକତା ଭାରତୀୟ ଟାୟାର ଶିଳ୍ପ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପୂରଣ କରାଯାଉଛି ।


Share It

Comments are closed.