ଇୟରଫୋନ ହେଲା କାଳ, ଅକାଳରେ ଚାଲିଗଲା ଦୁଇ ଜୀବନ


ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲା ଦେଇ ଯାଇଥିବା ରେଳ ଟ୍ରାକରେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରାକରେ ଦୁଇଜଣ ଯୁବକଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେବା ଫଳରେ ଉଭୟ ପ୍ରାଣ ହରାଇଛନ୍ତି । ଏପରିକି ସେମାନଙ୍କ ଶରୀର ପ୍ରାୟ ୫୦ରୁ ୬୦ ଖଣ୍ଡ ହୋଇଯାଇଛି । ପ୍ରାୟ ୧୦୦ ମିଟର ଦୂରକୁ ସେମାନଙ୍କ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଛିଟକି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି ।

ସୂଚନାନୁସାରେ, ବୁରହାନପୁରର ବିରୋଦାରେ ରହୁଥିବା ୧୯ ବର୍ଷୀୟ ଇରଫାନ ଓ ୧୬ ବର୍ଷୀୟ କଲିମ୍ ଶୁକ୍ରବାର ସନ୍ଧ୍ୟା ୬ଟାରେ ରେଳ ଟ୍ରାକରେ ବୁଲୁଥିଲେ । ସେମାନେ କାନରେ ଉଅର ପୋନ୍ ଲଗାଇ ଟ୍ରାକ୍ ଉପରେ ଗୀତ ଶୁଣୁଥିଲେ । ସେହି ସମୟରେ କର୍ଣ୍ଣାଟକ ଏକ୍ସପ୍ରେସ୍ ଉଭୟଙ୍କୁ ଧକା ଧକ୍କା ଦେଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ, ଉଭୟଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା ।

ଲାଲବାଗ ଷ୍ଟେସନରେ ଟ୍ରେନ୍ ଚାଳକ ଦୁର୍ଘଟଣା ବାବଦରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଏହି ୨ ଯୁବକ ଟ୍ରାକରେ ଚାଲୁଥିଲେ । ହର୍ଣ୍ଣ ବଜାଇଥିଲେ ମଧ୍ୟ ଶୁଣିନଥିଲେ । ତେଣୁ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିଲା ।

ଖବର ପାଇ ଉତ୍ତ୍ୟକ୍ତ ଲୋକେ କିଛି ଘଣ୍ଟା ଧରି ରେଳ ରୋକ୍ କରିଥିଲେ । ପୋଲିସ ସେଠାରେ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲା । ଏହାପରେ ସେମାନେ ହଟିଥିଲେ । ସନ୍ଧ୍ୟା ୭ଟା ପରେ ପୁଣି ଚ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ସୂଚନାଯୋଗ୍ୟ, କଲିମ ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ ଓ ଇରଫାନ ଶ୍ରମିକ ଭାବେ କାମ କରୁଥିଲେ । ସେମାନେ ଟ୍ରାକକୁ ଶୌଚ ପାଇଁ ଯାଇଥିଲେ ବୋଲି କୁହାଯାଉଛି ।


Share It

Comments are closed.