ମରିବା ପାଇଁ ଯେଉଁ ୨ କୁକୁରଙ୍କୁ ଛଡା ଯାଇଥିଲା, ବର୍ତ୍ତମାନ ସେମାନେ ବିଶ୍ୱ ଭ୍ରମଣ କରୁଛନ୍ତି


ଭାଗ୍ୟ କେତେବେଳେ ବଦଳେ ତାହା କେବେବି ଜଣାନଥାଏ । ଦୁଇଟି କୁକୁର ଥିଲେ । ତାଙ୍କୁ କେହି ଜଣେ ସଡକରେ ଛାଡି ଯାଇଥିଲେ । ସେ ସଂଘର୍ଷ କରୁଥିଲେ । ସେହି ସମୟରେ ରୋମାନିଆର ଜଣେ ସହୃଦୟବାନ ମହିଳା ଏହି ଦୁଇ କୁକୁରଙ୍କୁ ଉଦ୍ଧାର କରି ସେମାନଙ୍କର ଖୁବ ଯତ୍ନ ନେଇଛନ୍ତି । ବର୍ତ୍ତମାନ ଉକ୍ତ ମହିଳା ଜଣକ ଏହି ଦୁଇ କୁକୁରଙ୍କୁ ଦୁନିଆ ଦେଖାଇବା ପାଇଁ ବାହାରି ପଡିଛନ୍ତି । ଏହି ଦୁଇ କୁକୁରଙ୍କ ନାମ ଫିନ ଏବଂ ଉରୀ ଅଟେ । ସେମାନେ ବର୍ତ୍ତମାନ ନିଜର ମାଲିକଙ୍କ ସହ ଯାତ୍ରା କରୁଛନ୍ତି । ସେମାନେ ବର୍ତ୍ତମାନ ୟୁରୋପ ଭ୍ରମଣ କରୁଛନ୍ତି ।
ଆନି ଗିୟର ପେସାରେ ଜଣେ ଫଟୋଗ୍ରାପର ଅଟନ୍ତି । ସେ ଫିନ ଏବଂ ଉରୀକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏହି ଦୁଇ କୁକୁରଙ୍କୁ କିଲିଙ୍ଗ ସେଲ୍ଟରରେ ଛଡାଯିବାର ଥିବାବେଳେ ଠିକ ସମୟରେ ଆନି ଆସି ଉଦ୍ଧାର କରିବା ସହ ତାଙ୍କ ଜୀବନ ବଦଳାଇ ଦେଇଥିଲେ ।
ନିକଟରେ ଏହି ଦୁଇ କୁକୁର ଆନିଙ୍କ ସହ ଯାତ୍ରାରେ ଯାଇଥିଲେ । ସେମାନେ ନରୱେର ଯାତ୍ରା କରି ଫେରିଛନ୍ତି । ଆନି ତାଙ୍କ ଫଟୋ ମଧ୍ୟ ଉଠାଇଛନ୍ତି । ୨୦୧୪ରେ ଆନି ଫିନକୁ ପୋଷ୍ୟ ଭାବେ ଗ୍ରହଣ କରିଥିବାବେଳେ ୨୦୧୭ରେ ଉରୀକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।
ପ୍ରକାଶ ଥାଉକି, ଆନି ପୋଷ୍ୟ ପଶୁଙ୍କ ଫଟୋ ଉଠାନ୍ତି । ଅଷ୍ଟ୍ରିଆ ନିବାସୀ ଆନି କହନ୍ତି ଯେ, ତିନି ବର୍ଷ ପୂର୍ବରୁ ସେ ଏବଂ ତାଙ୍କ ପ୍ରେମିକ ନିଷ୍ପତି ନେଇଥିଲେ କି ଉଭୟ ମିଶିକରି ବିଶ୍ୱ ଭ୍ରମଣ କରିବେ । ସେ ଆହୁରୀ କହିଛନ୍ତି ଯେ, ପ୍ରଥମେ ବିଭି ଟି୪ ଭ୍ୟାନ କିଣାଗଲା । ଏହା ପରେ ଯାତ୍ରା ଆରମ୍ଭ ହେଲା । ଫିନ ଏବଂ ଉରୀ ଏହି ଯାତ୍ରାରେ ଆମ ମାନଙ୍କର ହେଉଛନ୍ତି ସାଥୀ । ସେମାନେ ବର୍ତ୍ତମାନ ସୁଧା ପାହାଡ, ଝରଣା, ସମୁଦ୍ର ଏବଂ ପ୍ରକୃତିର ସମସ୍ତ ସୁନ୍ଦର ଜାଗାର ମଜା ନେଇ ସାରିଛନ୍ତି ।


Share It

Comments are closed.